logo
add image
କଳା ସଂସ୍କୃତି ଐତିହପରମ୍ପରା ଓ ବିକାଶର ବାର୍ତ୍ତାବହ ଘୁମୁରା ଉଦଘାଟିତ।

କଳା ସଂସ୍କୃତି ଐତିହପରମ୍ପରା ଓ ବିକାଶର ବାର୍ତ୍ତାବହ ଘୁମୁରା ଉଦଘାଟିତ।

ଭବାନୀପାଟଣା/୧୪/୦୧/୨୬/(ଆଧାର ମିଡ଼ିଆ)-କଳା ସଂସ୍କୃତି ଐତିହ୍ୟ ପରମ୍ପରା ଓ ବିକାଶର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା ଆଜି ବର୍ଣ୍ଣଢ୍ୟ ପରିବେଶ ମଧ୍ୟରେ ଉଦଘାଟିତ ହୋଇଯାଇଛି। କଳାହାଣ୍ଡିର ଲୋକକଳା ସାହିତ୍ୟ ଏବଂ ସଂସ୍କୃତିର ମହାକୁମ୍ଭ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା।ଆଜି ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ କଳାହାଣ୍ଡିର ସ୍ୱାଭିମାନ ସବାଗ୍ରେ ଓ ଅନନ୍ୟ। ଆଜି ଜିଲ୍ଲାର ଏହି ଉତ୍ସବ ମହୋତ୍ସବରେ ପରିଣତ ହୋଇ ୨୮ ବର୍ଷରେ ପଦାର୍ପଣ କରି ଅନ୍ୟ ଜିଲ୍ଲାର ଲୋକ ଉତ୍ସବପାଇଁ ପ୍ରେରଣାର ଉତ୍ସବୋଲି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସଚିନ ପାୱାର ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତକୁମାର ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥିଭାବେ ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟଯୋଶୀ,ଜିଲ୍ଲାପରିଷଦ ଅଧକ୍ଷ୍ୟ ଶ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ପ୍ରମୁଖ ମଞ୍ଚାସିନ ହୋଇ ଅଭିଭାଷଣ ରଖିଥିଲେ।ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ। ଇତି ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଜିଲ୍ଲାସ୍ତରୀୟ କବି ସମ୍ମିଳନୀର ମୁଖପତ୍ର ନିଶାନ'ଓ କବି ବିରଞ୍ଚି ନାରାୟଣ ମୁଣ୍ଡଙ୍କ କଳାହାଣ୍ଡିଆ ବର୍ଣ୍ଣବୋଧ'ଉନ୍ମୋଚିତ ହୋଇଥିଲା। ସେହିପରି ଘୁମୁରା ପ୍ରତିଯୋଗିତାରେ ଜଗଜ୍ଜନନୀ ଘୁମୁରାଦଳ ଜୟପାଟଣା ପ୍ରଥମ,ଗୋଲାମୁଣ୍ଡା ଦ୍ଵିତୀୟ, ଭବାନୀପାଟଣା କାରୁଣ୍ଡ ଘୁମୁରାଦଳ ତୃତୀୟସ୍ଥାନ ଅଧିକାର କରି ଅତିଥିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ।
ଉମେଶ ଶତପଥି ଓ ସତ୍ୟ ନାରାୟଣ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ। କଳାହାଣ୍ଡି ଲେଖକ କଳା ପରିଷଦ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତଗାନ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ଶ୍ରେଷ୍ଠ ଘୁମୁରାଦଳ,ଜୁନାଗଡ଼ କଳାବିକାଶ କେନ୍ଦ୍ର ଓ ଭୁବନେଶ୍ୱରସ୍ଥିତ ଏକାଗ୍ର ଡ୍ୟାନ୍ସ ଏକାଡେମୀ,ବ୍ରହ୍ମପୁର ପ୍ରକୃତି ରୂପିଣୀ ଦ୍ୱାରା ଓଡିଶୀ ନୃତ୍ୟ,ଖେମୁଣ୍ଡି ଲୋକକଳା ଏକାଡେମୀ ଦ୍ୱାରା କଣ୍ଡେଇ ନାଚ, ଝାଡ଼ଖଣ୍ଡର ପାଇକିଆ ନୃତ୍ୟ,କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ,ନୃତ୍ୟକଳା ଅନୁଷ୍ଠାନର ବଜାଶାଲ, ନୂପୁର ଅନୁଷ୍ଠାନର ସମ୍ବଲପୁରୀ,କୋରାପୁଟର ଢେମସା,ଖୋର୍ଦ୍ଧାର କଳିଙ୍ଗ ପାଇକ ଆଖଡ଼ା,ଗଞ୍ଜାମ ବିଶ୍ୱଜନନୀ କଳା ପରିଷଦର ପଶୁମୁଖା ନୃତ୍ୟ,ହରିୟାଣାର ଘୁମର,ପୁରୁଲିଆର ଛଉନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଶେଷରେ ଦିପ୍ତୀରେଖା ପାଢୀ ଓ ସାଥୀଙ୍କ ଦ୍ୱାରା ଷ୍ଟାରନାଇଟ କାର୍ଯ୍ୟକ୍ରମକୁ ଲକ୍ଷାଧିକ ଦର୍ଶକ ବିଳମ୍ବିତ ରାତିଯାଏଁ ଉପଭୋଗ କରିଥିଲେ।
ସେହିପରି ପାରବା ଖୋଲାମଞ୍ଚରେ ଶିଶୁବିଚିତ୍ରା କାର୍ଯ୍ୟକ୍ରମ ସହିତ ନୃତ୍ୟରସିକା ଡ୍ୟାନ୍ସ ଗୃପ,ଅନୀଷା ଡ୍ୟାନ୍ତି ଗୃପ,ଟୁନୀ ଡ୍ୟାନ୍ସ ଗୃପ,ଅମ୍ବିକା ବିଶ୍ଵାଳ ଓ ସାଥୀ,ତସୀକା ଓ ସାଥୀ,ବିଜୟ ଡ୍ୟାନ୍ସ ଏକାଡେମୀ,ଆରାଧ୍ୟା ଡ୍ୟାନ୍ସ ଗୃପ,ଶାନ୍ ଡ୍ୟାନ୍ସ ଗୃପ,ସିଦ୍ଧି ଓ ଆହାନା,ସକ୍ଷମ୍ ନୃତ୍ୟ ଏକାଡେମୀ,ଦିବ୍ୟଜ୍ୟୋତି ପବ୍ଲିକ ସ୍କୁଲ,କେଜିସି ଡ୍ୟାନ୍ସ ଗୃପ,ରାଧାମାଧବ କଳା ପରିଷଦ,ଲିମ୍ ଗାଁ,ତଳଦର୍ପଣ,ନୃତ୍ୟପ୍ରଭା,ଆହାନା ଖାନ,ଈଗଲ ଡ୍ୟାନ୍ସ ଗୃପ,ବିଏସ୍ଏମ୍ ସରିଆ ପ୍ରମୁଖ ନୃତ୍ୟ ପ୍ରଦର୍ଶନ କରିଥିଲେ। ସହିଦ ରେଣ୍ଡୋମାଝୀ ମଞ୍ଚରେ ସୁଧୀର ନାଏକ,ବିରଞ୍ଚି ନାରାୟଣ ମୁଣ୍ଡ,ସତ୍ୟନାରାୟଣ ମୁଣ୍ଡଛିନା,ଡିଲେଶ୍ୱର ରଣା,ନିହାରୀକା ନାୟକ,ଲୋଚନୀ ବାଗ ମଞ୍ଚ ପରିଚାଳନା କରିଥିଲେ। ସେହିପରି ପାରବା ମଞ୍ଚରେ ପ୍ରତାପ ପଣ୍ଡା, ରିୟାଜ ଖାନଙ୍କ ସହିତ ହେମନ୍ତ ସାହୁ,ଦିପ୍ତିମୟୀ ସିଂହ,ଧନଞ୍ଜୟ ପଣ୍ଡା,ବନଶ୍ରୀ ଦାଶ,ଆଶୁତୋଷ ପୁରୋହିତ,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ରାଜେଶ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।

Recent Comments

Leave Comments

Top