logo
add image
ଗୁପ୍ତାଇଭେଣ୍ଟର ଫର୍ଣ୍ଣିଚର ଇଣ୍ଟେରିୟର ଲାଇଫଷ୍ଟାଇଲ ଏକ୍ସପୋ-୨୦୨୬

ଗୁପ୍ତାଇଭେଣ୍ଟର ଫର୍ଣ୍ଣିଚର ଇଣ୍ଟେରିୟର ଲାଇଫଷ୍ଟାଇଲ ଏକ୍ସପୋ-୨୦୨୬

ଭୁବନେଶ୍ୱର/୧୪/୦୧/୨୦୨୬/(ଆଧାର ମିଡ଼ିଆ-ପ୍ରଦ୍ୟୋତ କୁମାର ବିଶ୍ୱାଳ)-ଚନ୍ଦ୍ରଶେଖରପୁରସ୍ଥିତ କ୍ଲବ ଟାଉନ ଗ୍ରାଉଣ୍ଡ ଠାରେ ଆସନ୍ତା ୧୬ ତାରିଖରୁ ଗୁପ୍ତା ଇଭେଣ୍ଟ ମ୍ଯାନେଜମେଣ୍ଟ ପ୍ରା.ଲିଃ. ଭୁବନେଶ୍ୱର ତରଫରୁ ଦ୍ୱିତୀୟ ପର୍ଣ୍ଣିଚର, ଇଣ୍ଟେରିୟର,ଲାଇଫଷ୍ଟାଇଲ ଏକ୍ସପୋ ଆୟୋଜନ ହେବାକୁ ଯାଉଛି। ଏହା ୧୧ ଦିନ ଅର୍ଥାତ ୨୬ ତାରିଖ ପର୍ଯ୍ଯନ୍ତ ବିଶ୍ୱସ୍ତରୀୟ ସାମଗ୍ରୀ ଦେଖିବାକୁ ମିଳିବ।
ଆଜି ରେଡକ୍ରସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିଚାଳନା ନିର୍ଦ୍ଦେଶକ ସୁଜିତ କୁମାର ଗୁପ୍ତା ଓ ନିର୍ଦ୍ଦେଶିକା ପାୟଲ ଆଚାର୍ଯ୍ଯ କହିଥିଲେ ଏହା ଏକ ପ୍ରଦର୍ଶନୀ ନୁହେଁ ବରଂ ବିଶ୍ୱସ୍ତରୀୟ ସାମଗ୍ରୀର ମିଳନ,ଏହି ଏକ୍ସପୋରେ ଇରାନୀ ଗାଲିଚା କାଶ୍ମୀର ପର୍ଣ୍ଣିଚର ଏବଂ ଆଣ୍ଟିକ ପିତ୍ତଳ କାରୁକାର୍ଯ୍ଯ.କୋରିଆନର ସରଞ୍ଜାମ,ଦୁବାଇର ପୋଷାକ,ଥାଇଲ୍ଯାଣ୍ଡର ଅଳଙ୍କାର,ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଚମଡା ସାମଗ୍ରୀ ସହିତ ଆଫଗାନିସ୍ତାନର ୧୦୦ରୁ ଅଧିକ ପ୍ରକାରର ଡ୍ରାଏଫ୍ରୁଟ୍ସ ଏବଂ ଚମ୍ପାରଣର ପ୍ରସିଦ୍ଧ ମଟନ ମିଳିବ। ଏଥି ସହିତ ଭୁବନେଶ୍ୱରରେ ପ୍ରଥମ ଥର କରି ଜଳପରୀ ଶୋ ପ୍ରଦର୍ଶନ ହେବ.ବାହାର ଦେଶରୁ ଜଳ ପରୀମାନେ ସେମାନଙ୍କର କଳାପ୍ରଦର୍ଶନ କରିବେ। ଏହି ଏକ୍ସପୋକୁ ସ୍ବଚ୍ଛ,ସବୁଜ ଓ ପ୍ଲାଷ୍ଟିକମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସବୁଠୁ ବଡ଼କଥା ହେଲା ସମସ୍ତ ପରିଦର୍ଶକ ମାନଙ୍କୁ ନିଜସହ କପଡା ବ୍ୟାଗ ଆଣିବାକୁ ଅନୁରୋଧ କରାଯାଇଛି, ସେହିପରି ବ୍ୟବସାୟୀ ମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ କୁହା ଯାଇଛି।

Recent Comments

Leave Comments

Top