logo
add image
ମା ମଙ୍ଗଳାଙ୍କ ମନ୍ଦିରରେ ମକରବେଢ଼ା ଅନୁଷ୍ଠିତ.

ମା ମଙ୍ଗଳାଙ୍କ ମନ୍ଦିରରେ ମକରବେଢ଼ା ଅନୁଷ୍ଠିତ.

କାକଟପୁର/୧୪/୧/୨୦୨୬/(ଆଧାରମିଡିଆ-ତୁଷାର ଦୀକ୍ଷିତ)-କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠରେ ମକରସଂକ୍ରାନ୍ତି ଉପଲକ୍ଷେ ମକରବେଢ଼ା ନୀତି ମହାସମାରୋହରେ ପାଳିତ ହୋଇଯାଇଛି l।ଅପରାହ୍ନରେ ମନ୍ଦିର ପହୁଡ଼ ଖୋଲିବା ପରେ,ପୂଜାପଣ୍ଡା ସେବକ ଶରତକୁମାର ଦୀକ୍ଷିତ ମାଙ୍କ ନିକଟରେ ଲାଗିହୋଇଥିବା ତିନିଗୋଟି ମକରଚୁଳକୁ  ପର୍ଯ୍ୟାୟ କ୍ରମେ ତିନିଥର ଧରି ଘଣ୍ଟ,ଘଣ୍ଟା,ଛତ୍ରୀ,ଆଲଟ,ଚାମର ଧରିବାପାଇଁ ଖମାରେଇ ସେବକ ମାନେସେବା କରିଥାନ୍ତି ଏବଂ ଶୋଭାଯାତ୍ରାରେ ମନ୍ଦିର ପରିକ୍ରମା କରିବାପରେ ମକର ଚାଉଳ ଧୂପନୀତି ଅନୁଷ୍ଠିତ ହୋଇଥିଲା l ସେବାୟତ ମାନେ ନୂଆ ଅରୁଆଚାଉଳ,ଛେନା,କଦଳୀ,ଅଦା,ଗୁଡ଼,ଚିନି,ଫଳମୂଳ,ଆଦି ଦ୍ରବ୍ୟ ପକାଇ ମକର ଚାଉଳ  ପ୍ରସ୍ତୁତ କରି ମାଙ୍କୁ ନୈବେଦ୍ୟ ଅର୍ପଣ କରିଥିଲେ l ମନ୍ଦିର ପ୍ରଶାସନ ତରଫରୁ ମଧ୍ୟ ମକରଚାଉଳ ପ୍ରସ୍ତୁତ କରାଯାଇ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା l ମାଙ୍କ ଏହି ପ୍ରସାଦ ପାଇବାପାଇଁ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା l ମକର ସଂକ୍ରାନ୍ତିର ଏହି ବିଶେଷ ଦର୍ଶନପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା l   

Recent Comments

Leave Comments

Top