logo
add image
ରେଙ୍ଗାଲିଠାରେ ୯ତମ ରେଙ୍ଗାଲି ମହୋତ୍ସବ ଅନୁଷ୍ଠିତ.

ରେଙ୍ଗାଲିଠାରେ ୯ତମ ରେଙ୍ଗାଲି ମହୋତ୍ସବ ଅନୁଷ୍ଠିତ.

ରେଙ୍ଗାଲି/ସମ୍ବଲପୁର/୧୪/୦୧/୨୦୨୬/(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲି ଠାରେ ସ୍ଵାଧୀନ ଏକତା ସଂଗଠନର ସହଯୋଗରେ ଦୁଇଦିନିଆ ରେଙ୍ଗାଲି ମହୋତ୍ସବ ଅନୁଷ୍ଠିତ ହୋଯାଇଅଛି। ଏହିଉତ୍ସବ ଗତ ୧୨ ଓ ୧୩ ତାରିଖରେ ରେଙ୍ଗାଲି ଗଣେଶନଗର ସ୍ଥିତ ମିନାବଜାର ପଡିଆଠାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନ ସଖାଳୁ ରେଙ୍ଗାଲି ଠାରୁ ମଞ୍ଚସ୍ଥଲ ପର୍ଯ୍ୟନ୍ତ ଏକ ମିନିମାରାଥନ ଦୌଡ଼ ପରେ ୨୦ଟି ସାଂସ୍କୃତିକ ଦଳ ସହ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଉଦ୍ଘାଟନୀ ଉତ୍ସବରେ ରେଙ୍ଗାଳି ବିଧାୟକ ସୁଦର୍ଶନ ହରିପାଲ, ଝାସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ,ରେଙ୍ଗାଲି ପୂର୍ବତନ ବିଧାୟକ ନାଉରୀ ନାଏକ,ରେଙ୍ଗାଲି ବ୍ଲକଅଧ୍ୟକ୍ଷ ସତ୍ୟନାରା ୟଣ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିବା ବେଳେ,ଦ୍ବିତୀୟ ଦିନ ଉଦଯାପନୀ ଉତ୍ସବରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଓ ରେଙ୍ଗାଲି ପୂର୍ବତନ ବିଧାୟକ ନାଉରୀ ନାଏକ ଯୋଗ ଦେଇଥିଲେ। ଆଗକୁ ଏହି ମହୋତ୍ସବ କେମିତି ବଡ ଧରଣରେ ପରିବର୍ତ୍ତନ ହେବ,ସେଥିପ୍ରତି ଚେଷ୍ଟା କରିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ମାରିଆନୁ ବିଲୁଙ୍ଗ,ସୋଭାରାମ ମିର୍ଦ୍ଧା,ନୀଳମଣି ମହାନନ୍ଦ ଓ ଲତାବନ ଭୁଏ ଙ୍କୁ ସ୍ୱତନ୍ତ୍ର ସମ୍ମାନ,ମିତ୍ରଭାନୁ ପୋଢ଼ ଓ ପ୍ରଫୁଲ୍ଲ ଗହିର ଙ୍କୁ କମ୍ରେଡ ଈଶ୍ୱର ନାୟକ ସ୍ମୃତି ସମ୍ମାନ,ରଘୁବୀର ବାରିକ ଓ ଶାନ୍ତିଲତା ବିଶ୍ଵାଳଙ୍କୁ ଲାଲ ରତ୍ନାକର ସ୍ମୃତି ସମ୍ମାନ, ପର୍ଶୁରାମ ନାଥଙ୍କୁ ଡ.ମଙ୍ଗଲୁ ଚରଣ ବିଶ୍ଵାଳ ସ୍ମୃତି ସମ୍ମାନ,ଉତ୍ତମ ପଧାନଙ୍କୁ ବିରଂଚି ନାରାୟଣ ସ୍ମୃତି ସମ୍ମାନ ଏବଂ ସୁନିଲ କୁମାର ନାଥଙ୍କୁ ଉଦିୟମାନ ଯୁବପ୍ରତିଭା ସମ୍ମାନ ଦ୍ଵାରା ସମ୍ମାନିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରଙ୍ଗୋଲି, ପିଠାପଣା,ବକୃତା ପ୍ରଭୁତି ପ୍ରତିଯୋଗିତା ଗୁଡ଼ିକ ହୋଇଥିଲା। ବିଭିନ୍ନ ବିଦ୍ୟାଳୟରୁ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ଲୋକନୃତ୍ୟ କାଯ୍ୟକ୍ରମ ଗୁଡ଼ିକ ଲୋକଙ୍କ ମନ ମୋହିଥିଲା। ପ୍ରଥମ ଦିନ ରୁକୁସୁନା ଏବଂ ଦ୍ଵିତୀୟଦନ ମୀନାକ୍ଷୀ ରାଉତଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଲୋକ ବାନ୍ଧିହୋଇ ରହିଥିଲେ।      

Recent Comments

Leave Comments

Top