ସମ୍ବଲପୁର/ରେଢ଼ାଖୋଲ/୨୯/୧/୨୬/ (ଆଧାର ମିଡ଼ିଆ)-ଗୁରୁବାର ଅପରାହ୍ନ ୩ଟା ସମୟରେ ପଞ୍ଚଖଣ୍ଡା ପୂଜା ପଦ୍ଧତି ପରେ ରେଢ଼ାଖୋଲ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ରଶ୍ମିରଂଜନ ମହନ୍ତଙ୍କ ହସ୍ତରେ ମଶାଲ ଅଗ୍ନି ସଂଯୋଗ କରାଯାଇ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି.ସନ୍ଥକବି ଭୀମଭୋଇଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟପ୍ରାଣ କରାଯାଇଥିଲା.ଶୋଭାଯାତ୍ରା ରେ ଦୂଲଦୁଲି,ଦଣ୍ଡନୃତ୍ୟ,ଖଞ୍ଜଣୀ ଓ ନାମ ସଂକ୍ରିତନ ବିରାଟ ପଟୁଆରରେ କଦମ୍ବ ପଡିଆର ଭୀମଭୋଇ କଳାମଣ୍ଡପ ରେ ପହଂଚିଥିଲେ.ଏହାପରେ ଉପଜିଲ୍ଲାପାଳ ପ୍ରଭୁ ଜଗନ୍ନାଥଙ୍କ ସମ୍ବୁଖରେ ମଶାଲ ପ୍ରତିସ୍ଥାପାନ କରିଥିଲେ.ଶୋଭାଯାତ୍ରା ରେ ଉପଖଣ୍ଡର ମାନ୍ୟଗଣ୍ୟ ବ୍ୟକ୍ତି ରାଜନୀତିକ ବ୍ୟକ୍ତି ବହୁ ସାଧୂସନ୍ଥ, ସାଧାରଣ ଜନତା ଓ ସରକାରୀ କର୍ମଚାରୀ ଯୋଗ ଦେଇଥିଲେ.ସନ୍ଧ୍ୟା ୬ଘଟିକା ସମୟରେ ପ୍ରଭୁ ଜଗନ୍ନାଥ ଓ ପଞ୍ଚ ଖଣ୍ଡାଙ୍କ ନିକଟରେ ଧୂପଦୀପ ପ୍ରଜଜ୍ଵଳନ ପରେ ରେବନ କାଟି ଉପଜିଲ୍ଲାପାଳ ମୋହତ୍ସବକୂ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ.
ଏହାପରେ ମଞ୍ଚରେ ରେଢ଼ାଖୋଲ ଓ ନାକଟିଦେଉଳର ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଓ ସୁରୂପା ରାଣୀ ସାହୁ,ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ, ଆନଂଦ ବାବା ଓ ସାଧୁ ସନ୍ଥଙ୍କୁ ଉପ କଉଢନ ଫୁଲଚାର ଦେଇ ସମର୍ଦ୍ଧିତ କରାଯାଇ ଥିଲା.ସମସ୍ତ ଅତିଥି ଲୋକ ମୋହତ୍ସବର ଅଧ୍ୟକ୍ଷ ଉପଜିଲ୍ଲାପାଳ ସରକାରୀ କର୍ମଚାରୀ ଓ ପୋଲିସ ପ୍ରଶାସନ ଙ୍କୁ ଭୂୟାଁସୀ ପ୍ରଂଶସା କରି ଦୀର୍ଘାୟୁ କାମନା କରିଥିଲେ.ଏହାପରେ ପ୍ରଣାମ ନୃତ୍ୟ ରେଢ଼ାଖୋଲର ଲକି କଳାକାର,ଶ୍ରୀ ଜଗନ୍ନାଥ ପ୍ରାଣମି ନୃତ୍ୟ,ସମ୍ବଲପୁରୀ ନୃତ୍ୟ କିସିଣ୍ଡା HSS ଦ୍ୱରା,ଡାଲଖାଇ ନାଚ ମୋଚିବାହାଲ ଦ୍ୱରା ପରି ବେଷଣକରଯାଇ ଥିଲା.ଶେଷରେ ସମସ୍ତ କଳାକାର,ନୃତ୍ୟ ଶିଳ୍ପୀ ଓ NAC କାଉଁସିଲର ମାନଙ୍କୁ ଟ୍ର୍ରଫି, ଫୁଲଚାର ସହିତ ସମର୍ଦ୍ଧିତ କରାଯାଇଥିଲା.
Recent Comments