ଗୁଣପୁର/ରାୟଗଡା/୨/୨/୨୦୨୬/(ଆଧାର ମିଡ଼ିଆ)-ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପେଣକାମ ପଞ୍ଚାୟ ତସ୍ଥିତ ତାମିଙ୍ଗି ଗ୍ରାମରେ ଗଦଗଦା ଯାତ୍ରାରେ ପ୍ରବଳଭିଡ଼ ହୋଇଛି । ଝରଣାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗଦଗଦା ଉକ୍ତ ଜଳପ୍ରପାତ ବେଶ ମନମୁଗ୍ଧକର I ଗଦଗଦ ହୋଇ ଝରଣାପାଣି ବହୁଥିବାରୁ ତାହାର ନାମକରଣ ଗଦଗଦା ହୋଇଛି l ଝରଣାର ମଧ୍ୟଭାଗ ପଥର ଗୁମ୍ଫାରେ ପୂଜା ପାଉଛନ୍ତି ନୀଳକଣ୍ଠ ମହାଦେବ । ପ୍ରତ୍ଯେକ ବର୍ଷ ମାଘ ମାସ ପୂର୍ଣ୍ଣିମା ତିଥିରେ ଏଠାରେ ବଡ଼ଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରଭୁ ନୀଳକଣ୍ଠେଶ୍ଵରଙ୍କ ପୂଜା ଗୁଣପୁର ନିକଟସ୍ଥ ବିକ୍ରମପୁରର ମାଳି ସମ୍ପ୍ରଦାୟର ପରିବାର ବହୁପୁରାତନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୂଜା କରିଆସୁଛନ୍ତି । ଚଳିତ ବର୍ଷ ଜ୍ୟୋତିଷ ବିଶାରଦ ଡ଼ ଗଣେଶ ମାଳି ଓ ସହଯୋଗୀ କାଳିଆ ମହାନ୍ତି ପୂଜାଭାର ଗ୍ରହଣକରି ସୁଚାରୁରୂପେ ସମ୍ପାଦନ କରିଥିଲେ।
ବହୁ ଦୂରଦୁରାନ୍ତରୁ ଏଠାକୁ ଭକ୍ତ ଆସିଥାନ୍ତି । ଓଡ଼ିଶା ସମେତ ପଡୋଶୀ ଆନ୍ଧ୍ରପ୍ରଦେଶରୁ ବହୁଭକ୍ତ ଏହି ସ୍ଥାନକୁ ଆସି ଛୋଟ ଛୁଆଙ୍କ ମୁଣ୍ଡନ ହୋଇଥାନ୍ତି I ବିଶ୍ୱାସ ରହିଛି ଏଠାରେ ଦେବଦେବ ମହାଦେବଙ୍କୁ ମାନସିକ କରିବା ଦ୍ବାରା ନିଃସନ୍ତାନଙ୍କୁ ସନ୍ତାନପ୍ରାପ୍ତି ହୋଇଥାଏ I ତେଣୁ ଏଠାକୁ ଆସି ମାନସିକ କରିଥାନ୍ତି । ବିଡ଼ମ୍ବନାର ବିଷୟ ଭିତ୍ତିଭୂମି ଅଭାବରୁ ଏହି ଐତିହାସିକ ଦର୍ଶନୀୟ ସ୍ଥାନଟି ଲୋକଲୋଚନକୁ ଆସି ପାରୁନାହିଁ ଏବଂ ବିଦ୍ୟୁତ ଓ ପକ୍କା ରାସ୍ତାର ଚି଼ହ୍ନ ଏ ପର୍ଯ୍ୟନ୍ତ ପହଂଚି ପାରିନାହିଁ। ଆଦିବାସୀ ଇଲାକାରେ ଲୁକ୍କାୟିତ ଭାବେ ରହିଥିବାରୁ ସୌନ୍ଦର୍ଯ୍ୟର ପ୍ରକୃତି ପ୍ରେମୀଙ୍କୁ ଟାଣି ଆଣୁଛି । ଉକ୍ତ ସ୍ଥାନକୁ ଯିବାକୁ ହେଲେ ରାଜପଥଠାରୁ ୪ କିମି ଦୂରତା ଅତିକ୍ରମ କରି ଯିବାକୁ ପଡ଼ିଥାଏ । ମୁଖ୍ୟ ରାସ୍ତାଠାରୁ ଦୂରରେ ଥିବାରୁ ଲୋକେ ଜାଣିପାରନ୍ତି ନାହିଁ । ଦିନକୁ ଦିନ ପର୍ଯ୍ୟଟକଙ୍କ ଭିଡ଼ ହେଉଛି । ଏଠାକାର ବିକାଶ ଦିଗରେ ଜିଲା ପ୍ରଶାସନ କିମ୍ବା ଜିଲାପର୍ଯ୍ୟଟନ ବିଭାଗ ଓ ରାଜ୍ୟ ସରକାର ଉପେକ୍ଷା କରୁଥିବା ଅଭିଯୋଗ ହେଉଛି ବିକାଶର ଚିହ୍ନବର୍ଣ ନଥିବା ଦେଖୀବାକୁ ମିଳୁଛି । ଜିଲା ସମେତ ଜିଲାବାହାରୁ ଅନେକ ବ୍ୟବସାୟୀ ଭଳିକି ଭଳି ଜିନିଷ ବିକ୍ରି କରିବା ନିମନ୍ତେ ଏଠାକୁ ଆସିଥାନ୍ତି । ଭଲ ବ୍ୟବସାୟ କରିଥାନ୍ତି ।ମୁଖ୍ୟତଃ ଯାତ୍ରାରେ ଆଖୁ,ତରଭୁଜ ବହୁତ ମାତ୍ରାରେ ବିକ୍ରି କରାଯାଇଥାଏ ଉକ୍ତସ୍ଥାନର ସୌନ୍ଦର୍ଯ୍ୟକରଣ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଗଲେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥାନ୍ତା ବୋଲି ଅଞ୍ଚଳର ଜନସାଧାରଣ ଦାବିକହିଛନ୍ତି ।
Recent Comments