ସୁବର୍ଣ୍ଣପୁର/୮/୦୧/୨୦୨୬/(ଆଧାର ମିଡ଼ିଆ)-ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୮ ତମ ଜନ୍ମ ଜୟନ୍ତୀ ଆଜି ସ୍ଥାନୀୟ ସତସଙ୍ଗ ବିହାର ଠାରେ ମହା ସମାରୋହରେ ପାଳନ ହେବାସହ ସତସଙ୍ଗ ବିହାରର ନବମ ବାର୍ଷିକୀ ଉତ୍ସବ ମଧ୍ୟ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଏଥିପାଇଁ ଆଜି ପ୍ରତ୍ୟୁଷରୁ ପ୍ରାର୍ଥନା,ଭଜନ,କୀର୍ତନ,ଯାଜନ,ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଭକ୍ତମାନେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଦର୍ଶ ଜୀବନୀରେ ଅନୁପ୍ରାଣିତ ହୋଇ ନିଜେ ଧନ୍ୟହେବା ସହିତ ପରିବାର ପରିବେଶ ସମସ୍ତଙ୍କୁ ଧନ୍ୟକରି ତୋଳିଥିଲେ।
ଏହିପରି ଜିଲ୍ଲାସ୍ତରୀୟ ସତସଙ୍ଗ ଉତ୍ସବ ଭାତୃତ୍ବବୋଧକୁ ଜାଗୃତ କରିବା ସହିତ ପରସ୍ପର ପ୍ରତି ସେବା ମନୋଭାବକୁ ବୃଦ୍ଧି କରିଥିବା କାରଣରୁ ତାଙ୍କୁ ଗ୍ରହଣକରି ଆଜି ହଜାର ହାଜର ଭକ୍ତ ସୁଖ,ଶାନ୍ତି,ଆନନ୍ଦର ସ୍ୱାଦ ପାଇ ପାରିଛନ୍ତି,କେତେଯେ ଅସଜଡ଼ା ମଣିଷ ଆଜି ଠାକୁରଙ୍କୁ ଗ୍ରହଣକରି ସଜାଡି ହୋଇଛନ୍ତି,କେତେ ଅସଜଡ଼ା ପରିବାର ତାଙ୍କୁ ଗ୍ରହଣ କରି ସଜାଡି ହୋଇଛି। ଆଜି ସମାଜରେ ମଣିଷ ଅଣନିଶ୍ୱାସୀ ହୋଇ ସାରିଲାଣି ଏହି ଅଣ ନିଶ୍ୱାସୀରୁ ବଞ୍ଚିବା ପାଇଁ ଠାକୁରଙ୍କ ନୀତି, ନିୟମ, ଆଦର୍ଶ ଅନୁଶାସନରେ ଅନୁଶାସିତ ହୋଇ ଚାଲିବା ନିତାନ୍ତ ଆବଶ୍ୟକ ବୋଲି ମତ ଆସିଥିଲା । ଶେଷରେ ଆନନ୍ଦ ବଜାରରେ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରା ହୋଇଥିଲା। ବିଭିନ୍ନ ଛାତ୍ରୀ ଛାତ୍ର ମାନେ ତଥା ସୁବର୍ଣ୍ଣପୁର ସଙ୍ଗୀତ ମହାବିଦ୍ୟାଳୟ ର ଛାତ୍ରୀ ଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ସମସ୍ତଙ୍କ ମନମୋହିଥିଲା। ଏ ସମସ୍ତ କାର୍ଯ୍ୟକ୍ରମ ପ୍ରଫୁଲ୍ଲ କୁମାର ପ୍ରଧାନ,ରାଜେଶ କୁମାର ମହାଣା, ଶ୍ରୀବତ୍ସ ମଲ୍ଲିକ,ବିଶ୍ଵଜିତ ପରିଡା,ପ୍ରହଲ୍ଲାଦ ବାରିକ ,ବିଦ୍ୟାଧର ମେହେର ପ୍ରମୁଖଙ୍କ ତତ୍ତ୍ଵାବଧାନରେ ସମାପିତ ହୋଇଥିଲା।
Recent Comments