logo
add image
ଶ୍ରୀ ରାମେଶ୍ୱର ଶୈବପୀଠରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ-

ଶ୍ରୀ ରାମେଶ୍ୱର ଶୈବପୀଠରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ-

ସୋନପୁର/୧୬/୦୨/୨୦୨୬/(ଆଧାର ମିଡ଼ିଆ)-ପବିତ୍ର ମହାଶିବରାତ୍ରି ଅବସରରେ ସୁବର୍ଣ୍ଣପୁର ଶ୍ରୀ ରମେଶ୍ବର ଶୈବପୀଠ ପରିସରରେ ସାମୂହିକ ବ୍ରତୋପନୟନ ଉତ୍ସବ ପାଳିତ ହୋଇଯାଇଛି l  ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ  ମଲ୍ଲିକ ଓ ମୈଥିଲି ମଲ୍ଲିକଙ୍କ ପକ୍ଷରୁ ଏହି ମହତ କାର୍ଯ୍ୟକ୍ରମ ଦୀର୍ଘ ୩୭ ବର୍ଷଧରି ପାଳିତ ହୋଇ ଆସୁଥିବା ଜଣାଯାଇଛି l ଗତ କାଲିର ଏହି ବ୍ରତ ଯଜ୍ଞ ମହୋତ୍ସବରେ ମୁଖ୍ୟ ଆଚାର୍ଯ୍ୟ ବେଦବ୍ୟାସ ମିଶ୍ର,ପୂଜକ କାଳିଚରଣ ମିଶ୍ର,ଆଶିଷ କୁମାର ମିଶ୍ର, ରାମାନୁଜ ପୂଜାରୀ,ଆନନ୍ଦ ପୁଝାରୀ,ରାଧେଶ୍ୟାମ ପୁରୋହିତ ପ୍ରମୁଖ ପଣ୍ଡିତ ୧୨ ଜଣ ପଣ୍ଡିତ ରିତିନୀତି ଅନୁଯାୟୀ ଏହି ବ୍ରତ ଯଜ୍ଞ କାର୍ଯ୍ଯକ୍ରମ ସମ୍ପାଦନ କରିଥିଲେ l
ଜିଲ୍ଲା ତଥା ବିଭିନ୍ନ ଜିଲ୍ଲାର ୧୨ ଜଣ ବାଳ ବ୍ରହ୍ମଚାରୀଙ୍କ ବ୍ରତପନୋୟନ ଲାଗି ଓ ସମ୍ପର୍କୀୟଙ୍କ ପାଇଁ ଆୟୋଜକଙ୍କ ପକ୍ଷରୁ ସମସ୍ତପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଏହି ମହତ୍ କାର୍ଯ୍ୟକ୍ରମରେ ପୁରୀ ରାମଜୀ ମଠର ମହନ୍ତ ବଂଶୀଧର ଦାସ ମହାରାଜ,ସୁବର୍ଣ୍ଣପୁର ଜିଲାପାଳ ଡ.ନୃପରାଜ ସାହୁ ,ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନ ଲାଲ ଶର୍ମାଙ୍କ ସମେତ ଅନେକ ବୁଦ୍ଧିଜିବୀ  ସମାଜ ସେଵୀ ,ସାଧୁସନ୍ଥ ଯୋଗଦାନ କରି ବାଳ ବ୍ରହ୍ମଚାରୀମାନଙ୍କୁ ଆର୍ଶୀର୍ବାଦ ପ୍ରଦାନ କରିଥିଲେ।  ଏହି କାର୍ଯ୍ଯ କ୍ରମର ଆୟୋଜକଙ୍କୁ ଭୂୟସୀ ପ୍ରଶଂସାକରି ଜିଲ୍ଲା ବାସୀଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଥିଲେ l ଶ୍ରୀ ମଲ୍ଲିକ ଜଣେ ପବିତ୍ର ମଣିଷ ଧାର୍ମିକ ମଣିଷ ବୋଲି ମତରଖି ଏଭଳି ସେବା ଜାରି ରଖିବାକୁ ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ଜିଲ୍ଲାପାଳ ଡ଼ ସାହୁ କହିଥିଲେ l

Recent Comments

Leave Comments

Top