logo
add image
ସଙ୍କଟମୋଚନ ହନୁମାନ ମନ୍ଦିରର ବାର୍ଷିକ ଉତ୍ସବ 

ସଙ୍କଟମୋଚନ ହନୁମାନ ମନ୍ଦିରର ବାର୍ଷିକ ଉତ୍ସବ 

ଗୁଣୁପୁର/ରାୟଗଡା/୨୮/୨/୨୦୨୬/(ଆଧାର ମିଡ଼ିଆ)-ବଂଶଧାରା ନଦୀ ପୋଲ ଶେଷରେ ଥିବା ବିକ୍ରମପୁର ସଙ୍କଟ ମୋଚନ ମହାବୀର ହନୁମାନଙ୍କ ମନ୍ଦିରର ବାର୍ଷିକ ଉତ୍ସବ ଆଜି ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା। ବାର୍ଷିକ ଉତ୍ସବ ଅବସରରେ ଗତକାଲି ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ବିଶ୍ୱ କଲ୍ୟାଣ ଉଦେଶ୍ୟରେ ହୋମ ଯଜ୍ଞ,ସୂର୍ଯ୍ୟପୂଜା,ଦ୍ୱାରପାଳ ପୂଜା, ମଙ୍ଗଳରତୀ, ଶ୍ରୀ ବିଗ୍ରହଙ୍କ ପଞ୍ଚାମୃତ ସ୍ନାନ, ଷୋଡଶ ଉପଚାର ରେ ପୂଜାର୍ଚନା କରାଯାଇଥିଲା। ପୂଜକ ଭାବେ ଅଦ୍ୱେତ ବେଦାନ୍ତ ଆଶ୍ରମ ର ନଳିନୀ ଗୁରୁଜୀ,କାଳିଆ ମହାନ୍ତି, ଅଶ୍ଵିନୀ ପଣ୍ଡିତ, ଚନ୍ଦନ ପ୍ରମୁଖ ପୂଜାର୍ଚନା କରିଥିଲେ। ଗ୍ରାମର ଶିବ ପାଢ଼ୀ, ଦେବି ପ୍ରସାଦ ବାଉରୀ, କାହ୍ନୁ ଚରଣ ପାଢ଼ୀ, ମୁନା ଗୌଡ଼, ସନ୍ତୋଷ ଶବର,ରବି ପଣ୍ଡା,ଯଜ୍ଞଦତ୍ତଙ୍କ ସମେତ କରାବାଙ୍କ ଓ ବିକ୍ରମପୁର ଅଞ୍ଚଳର ଭକ୍ତ ଯୋଗଦେଇଥିଲେ।

Recent Comments

Leave Comments

Top