କାକଟପୁର/୨/୩/୨୦୨୬/(ଆଧାର ମିଡ଼ିଆ-ତୁଷାର ଦୀକ୍ଷିତ)-ଚଳିତ ମାସ ୩ ତାରିଖ ମଙ୍ଗଳବାର ଦୋଳପୂର୍ଣ୍ଣିମା ଦିନ ଓଡିଶାରେ ପୂର୍ଣ୍ଣ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଲାଗୁଛି, ଯାହାକୁ ନେଇ ମନ୍ଦିର ସେବକ ସମିତି,ପୂଜାପଣ୍ଡା,ପାଳିଆ ସେବକ, ପୁରଧା, ଉପଦେଷ୍ଟା ମଣ୍ଡଳୀ,ପଞ୍ଜିକାରଙ୍କ ନିଷ୍ପତିକୁ ଆଧାରକରି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ମନ୍ଦିର ପ୍ରଶାସନ ପକ୍ଷରୁ ଚନ୍ଦ୍ରଗ୍ରହଣ ସମେତ ମା ମଙ୍ଗଳାଙ୍କ ସ୍ୱତନ୍ତ୍ର ନୀତିକାନ୍ତି ନିର୍ଘଣ୍ଟ କରାଯାଇଛି, ନିୟମ ମୁତାବକ ସୋମ ବାର ମଧ୍ୟରାତ୍ର ୧୨ ଘଟିକା ୫ ମିନିଟ ସମୟରେ ଦ୍ୱାର ଫିଟାଯାଇ ମଙ୍ଗଳ ଆରତୀ ହେବ,ମାଙ୍କର ସ୍ନାନ ମାର୍ଜନା ପରେ ରାତ୍ର ୧ଘଟିକା ୫ ମିନିଟରେ ବେଶ କରାଯାଇ ରାତ୍ର ୧ ଘଟିକା ୧୦ ମିନିଟରୁ ୩୫ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟପୂଜା ହେବ, ରାତ୍ର ୧ ଘଟିକା ୪୦ ମିନିଟରୁ ୨ ଘଟିକା ୧୦ ମିନିଟ ଭିତରେ ବଲ୍ଳଭ ପୂଜା ଓ ୨ ଘଟିକା ୧୫ ମିନିଟ ରୁ ସକାଳ ଧୂପ ଲାଗି ହୋଇ ସାହାଣ ମେଲା କରାଯିବ, ମଙ୍ଗଳ ବାର ସନ୍ଧ୍ୟା ୬ ଘଟିକା ୪୭ ମିନିଟ ୧୮ ସେକେଣ୍ଡ ପରେ ଗ୍ରହଣ ସର୍ବମୋକ୍ଷ ହେବାପରେ ମାଙ୍କର ମହାସ୍ନାନ କରାଯାଇ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ, ଏହି ଗ୍ରହଣ ସମୟରେ ସାହାଣ ମେଲା ହେବାପରେ ପ୍ରତ୍ୟେକ ଭକ୍ତ ଗର୍ଭ ଗୃହକୁ ନଯାଇ ମାଙ୍କୁ ମୁଖଶାଳରୁ ଦର୍ଶନ କରିବେ, ଭୋଗ, ଧୂପ ଦୀପ ନୈବେଦ୍ୟ ଏହି ସମୟ ରେ ବନ୍ଦ ରହିବ, ଏହି ରୀତିକାନ୍ତି ପାଇଁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଦାସ ସୂଚନା ପ୍ରଦାନ କରିଛନ୍ତି l
Recent Comments