ସୋନପୁର/୦୫/୦୩/୨୦୨୬/(ଆଧାର ମିଡ଼ିଆ)-ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ସ୍ଵଚ୍ଛଭାରତ ସଙ୍ଗଠନ ସୋନ ପୁର ମନମୁଣ୍ଡା ପକ୍ଷରୁ ହୋଲି ଉତ୍ସବ "ଛିନା ଛକା"ରେ ସଙ୍ଗୀତ ନୃତ୍ୟ କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇଥିଲା l ଏହି କାର୍ଯ୍ଯ କ୍ରମରେ ମୁଖ୍ୟଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପରାଜ ସାହୁ,ସମ୍ମାନିତ ଅତିଥି ଭାବେ ଏସପି ଶ୍ରୀ ନାରାୟଣ ନାଏକ ଓ ରାଜ୍ୟ ବୟନିକା ସଭାପତି ଶ୍ରୀ ପ୍ରକାଶ ମେହେର ଯୋଗଦେଇ ସମସ୍ତ ସମ୍ପ୍ରଦାୟର ଲୋକ ଓ ସହର ବାସୀଙ୍କୁ ନେଇ ଅୟୋଜନ କରା ଯାଇଥିବା ଏଇ ଭାଈଚାରାର ହୋଲିପର୍ବକୁ ପ୍ରଶଂସା କରିବା ସହ ପରିବେଶ ସ୍ବଚ୍ଛତା ସୁରକ୍ଷା ସଙ୍ଗେ ଏ ଉତ୍ସବ ପାଳନ ମାଧ୍ୟମରେ ଲୋକଙ୍କ ମନର ସ୍ବଚ୍ଛତା ଆଣିବାରେ ପ୍ରୟାସ କରୁଛି ବୋଲି କହିଥିଲେ lସଙ୍ଗ ଠନର ପ୍ରତିଷ୍ଠାତା ସଭ୍ୟl ପଦ୍ମାବତି ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀବତ୍ସ ମଲ୍ଲିକ , ସୋନପୁର ଥାନା ଅଧିକାରୀ ଯାଦବ ବାଗଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ l ସ୍ଵଚ୍ଛଭାରତ ସଙ୍ଗଠନ ସଭାପତି ସାୟଦ ଅଲିମୁଲ ଇସଲାମ,ପଟାଭାଡ଼ି ଚର୍ଚ୍ଚ ସଭାପତି ପୂର୍ଣ୍ଣଚନ୍ଦ୍ର ଲିମା ଓ ବରିଷ୍ଠ ନାଗରିକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ପ୍ରମୁଖ ହିନ୍ଦୁ ମୁସଲିମ ଓ ପାଦ୍ରୀ ସମସ୍ତ ସମ୍ପ୍ରଦାୟର ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଧିତ କରାଯାଇଥିଲା
ପ୍ରଥମେ ମା ସୁରେଶ୍ଵରୀ, ଶ୍ରୀ ରାଧା କୃଷ୍ଣଙ୍କ ଫଟୋଚିତ୍ର ଓ ସ୍ବଚ୍ଛ ଭାରତ ସଙ୍ଗଠନର ପ୍ରତିଷ୍ଠାତା ସ୍ଵର୍ଗତ ଲକ୍ଷ୍ମୀ ନାରାୟଣ ମେହେରଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଦାନ କରାଯାଇ କାର୍ଯ୍ଯକ୍ରମ ଆରମ୍ଭ କରାଯାଇଥିଲା l ବିଶିଷ୍ଟ କଣ୍ଠଶିଳ୍ପୀ ତଥା ମ୍ୟୁଜିକ ଡାଇରେକ୍ଟର ବ୍ରହ୍ମାକୁମାର ଓ ପୁରନ୍ଦର ଠେଲା ମାଙ୍କ ଭଜନ ଓ ଅନେକ ସଂଗୀତ ପରିବେଷଣ କରିଥିବା ବେଳେ କଣ୍ଠଶିଳ୍ପୀ ଶାଶ୍ଵତ ତ୍ରିପାଠୀ ଓ ପଦ୍ମ ଲୋଚନ ସାହୁ,ଚୌଧୁରୀ ବିଭାର ଓ ନିଲୁ ଦୀପ ସମ୍ବଲପୁରୀ ଗୀତ ପରି ବେଷଣ କରି ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ l
ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ସାହୁ, ସୋନପୁର ଥାନା ପୋଲିସ ଇନ୍ସପେକ୍ଟର ଅମିତ ବେହେରା,ଇନ୍ଦୁ ମତି ପୁରୋହିତ, ମନୋରଞ୍ଜନ ତ୍ରିପାଠୀ ସଙ୍ଗୀତ ପରିବେଷଣ କରି କଳାପ୍ରେମୀ ସଂସ୍କୃତି ପ୍ରେମୀଙ୍କୁ ଖୁସି କରିଥିଲେ l ମନୋରଞ୍ଜନ ତ୍ରିପାଠୀ ଓ ଚୌଧୁରୀ ବିଭାର ସଭାକାର୍ଯ୍ଯ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଂଘ ଉପଦେଷ୍ଟା ପ୍ରଦୀପ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ l ସକାଳ ୭ ଟାରେ କୁଷ୍ଠାଶ୍ରମ ଠାରେ ଫଳବଣ୍ଟନ କରା ଯାଇଥିବା ବେଳେ ଆଜିର କାର୍ଯ୍ଯକ୍ରମରେ କୁଇଜ୍ ପ୍ରତିଯୋଗୀତାର କୃତୀ ପ୍ରତି ଯୋଗୀଙ୍କୁ ପୁରସ୍କୃତ କରା ଯାଇଥିଲା l ଦର୍ଶକ କଳା ସଂସ୍କୃତି ପ୍ରେମୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା l ବିଶିଷ୍ଟ କଣ୍ଠଶିଳ୍ପୀ ବ୍ରହ୍ମା କୁମାର, ଶାଶ୍ଵତ ତ୍ରିପାଠୀ, ପୁରନ୍ଦର ଠେଲା ଓ ସମସ୍ତ କଳାକାରଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଧିତ କରାଯାଇଥିବା ବେଳେ ସକ୍ରିୟ ସଦସ୍ୟ ବୈକୁଣ୍ଠ ଶତପଥୀ, ପ୍ରମୋଦ କୁମାର ସାହୁ, ପରେଶ ମେହେର, ମନୋଜ ପଣ୍ଡା, ରବୀନ୍ଦ୍ର ଜେନା, ଲଡୁ କିଶୋର ମଲ୍ଲିକ, ପ୍ରଫୁଲ୍ଲ ନାଏକ, ପ୍ରତ୍ୟୁଷ ମେହେର, ବୀର ବର ମେହେର, ପୁରନ୍ଦର ମେହେର, ଜୟନ୍ତ ବେହେରା, ଜୟ ନାରାୟଣ ସାହୁ ପ୍ରମୁଖ କାର୍ଯ୍ଯ କ୍ରମ ଅୟୋଜନ ରେ ଓ ସମସ୍ତ ସ୍ତର ରେ ସହଯୋଗ କରିଥିଲେ l
ସହରର ସମସ୍ତ ବର୍ଗର ଲୋକେ ଏହି ଭାଈଚାରା ପର୍ବରେ ସାମିଲହୋଇ ଗୀତ ନାଚର ମଜା ନେଇଥିଲେ l ସଙ୍ଗଠନ ର କଳାକାହୁଁ ଦାଶ, ଅମର ପ୍ରସାଦ ଭୁତ, ଗୁପ୍ତେଶ୍ୱର ମେହେର, ରାଧା ଗୋବିନ୍ଦ ମେହେର,ତ୍ରିଲୋଚନ ତରିଆ,ଆଶିଷ ଅଗ୍ରୱାଲ, ଡା, ସରୋଜ ପଟେଲ, ରାମ ଚନ୍ଦ୍ର ଅଗ୍ରୱାଲ, ଡ଼ା ସୁନିଲ ମହାପାତ୍ର, ପ୍ରତାପ ଦାଶ, କାହୁଁ ଚରଣ ସାହୁ, ଅନନ୍ତ ପାଣିଗ୍ରାହୀ, ନରସିଂହ ବର୍ଗେ, ଗୋକୁଳ ଠାକୁର, ଦିଲ୍ଲୀପ ଭୁକ୍ତା ନାରାୟଣ ରଥ, କ୍ରିଷ୍ଣା ମେହେର,ସୁଶାନ୍ତ ସାହୁ , ତରଣି ମେହେର , ରୋମୁ ତିୱର ସମେତ ସଙ୍ଗଠନ ର ଶୁଭେଛୁ ପଠାଣ କୁମାର ପଣ୍ଡା, ଜୀତେନ୍ଦ୍ର ପଟ୍ଟନାୟକ ଉତ୍ସବରେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ l
Recent Comments