logo
add image
ନିମପୁରଅଞ୍ଚଳର ସର୍ବପ୍ରାଚୀନ ଦୋଳମେଳଣ ଉଦଯାପିତ

ନିମପୁରଅଞ୍ଚଳର ସର୍ବପ୍ରାଚୀନ ଦୋଳମେଳଣ ଉଦଯାପିତ

କଟକ/୦୫/୦୩/୨୦୨୬/(ଆଧାର ମିଡ଼ିଆ/ପରମେଶ୍ବର ପରିଡ଼ା)-ନିମପୁର ସ୍ଥିତ ଶ୍ରୀଶ୍ରୀ କୃଷ୍ଣେଶ୍ଵର ମନ୍ଦିର ସମ୍ମୁଖ ମେଲଣ ପଡିଆରେ ସ୍ଥାନୀୟ ଅଞ୍ଚଳର ସର୍ବପ୍ରାଚୀନ ଦୋଳମେଳଣ ଉଦଯାପିତ ହୋଇଯାଇଛି। ୪୪ମଣ୍ଡଳ ରାଜଦୋଳ ସମିତି ଆନୁକୂଲ୍ୟ ରେ ସମସ୍ତ ବିମାନ ଗୁଡିକ ବିଜେ କରିଥିଲେ। ସେଥିମଧ୍ୟରେ ରାଧାଗୋବିନ୍ଦ ଜୀଉ, ଭୁବନପୁର ମାର୍ଫଦଦାର ତଥା ରାଜଦୋଳ ସମିତିର ଉପସଭାପତି ହରିହର ପଣ୍ଡାଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ୪୪ମଣ୍ଡଳ ରାଜଦୋଳ ସମିତିର ସଭାପତି ଦୀପକ କୁମାର ମଙ୍ଗରାଜ ଅନୁଷ୍ଠିତ ବୈଠକରେ ସଭା ପରିଚାଳନା କରିଥିଲେ। ଶ୍ରୀଶ୍ରୀ ରାଧାଗୋବିନ୍ଦ ଜୀଉ(ଭୁବନପୁର),ଶ୍ରୀଶ୍ରୀ ଗୋପାଳଜୀଉ (ଫକିରପୁର),ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ଜୀଉ(ତରୋଳ) ଓ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ଜୀଉ(ଭୁବନପୁର,ପାଞ୍ଚଘରିଆ ସାହି) ବିମାନ ଗୁଡିକ ପାରମ୍ପରିକ ବାଦ୍ୟ,ଲଉଡି ନୃତ୍ୟ, ଓଡିଶୀ, ଗୋଟି ପୁଅ ନୃତ୍ୟ ଏବଂ ଘଣ୍ଟଘଣ୍ଟା ଧ୍ୱନି ସହିତ ନିଜସ୍ୱ ପୂଜା ମଣ୍ଡପରୁ ଶୋଭାଯାତ୍ରାରେ ବାହାରି ନିର୍ଦ୍ଧାରିତ ସମୟ ମଧ୍ୟରେ ମେଲଣ ପଡିଆକୁ ବିଜେ କରିଥିଲେ।
ଭୁବନପୁର ଜୀଉଙ୍କ ମାର୍ଫତଦାର ହରିହର ପଣ୍ଡା,ବରିଷ୍ଠ ମୁରବୀ ଲକ୍ଷ୍ମୀଧର ପଣ୍ଡା,ଲିଙ୍ଗରାଜ ପଣ୍ଡା, କ୍ଷିତିଶ ପଣ୍ଡା,ଶ୍ରୀରାମ ଚନ୍ଦ୍ର ପଣ୍ଡା,ବିପିନ ବିହାରୀ ପଣ୍ଡା(ବୁଟୁ), ଲଳିତେନ୍ଦୁ ଶତପଥି,ନାରାୟଣ ପଣ୍ଡା, ବିରଞ୍ଚିନାରାୟଣ ପଣ୍ଡା, ଫକିରପୁର ଜୀଉଙ୍କ ମାର୍ଫତଦାର ପ୍ରକାଶ ଚନ୍ଦ୍ର ପଣ୍ଡା,ଅଭୟ କୁମାର ପଣ୍ଡା(ମାନସ),କାମପାଳ ଶତପଥି,ତ୍ରିଲୋଚନ ପଣ୍ଡା, ତରୋଳ ଗ୍ରାମର ଜୀଉଙ୍କ ମାର୍ଫତଦାର ହେମନ୍ତ କୁମାର ବିଶ୍ୱାଳ, ଅଲେଖ ଚନ୍ଦ୍ର ବେହେରା ନିରଞ୍ଜନ ବିଶ୍ୱାଳ,ହେମରାଜ ବିଶ୍ୱାଳ, ଭୁବନପୁର(ପାଞ୍ଚଘରିଆ ସାହି) ଜୀଉଙ୍କ ମାର୍ଫତଦାର ଭାବଗ୍ରାହୀ ପଣ୍ଡl,ତିର୍ଥାନନ୍ଦ ପଣ୍ଡା,ବିଶ୍ୱଜିତ ମହାନ୍ତି,ମାନସ ପରିଡ଼ା ଅଭୟକୁମାର ପଣ୍ଡାଙ୍କ ସମେତ ଆୟୋଜକ ଭୁବନପୁର,ରାଧାଗୋବିନ୍ଦ ଜୀଉଙ୍କ ସମସ୍ତ ଯୁବକାର୍ଯ୍ୟକର୍ତ୍ତା ମେଲଣ ଉତ୍ସବକୁ ପରିଚାଳନା କରିଥିଲେ।
ଏଥିରେ କବି ମନରଞ୍ଜନ ପଣ୍ଡା ସଭାମଞ୍ଚ ସଂଯୋଜନା କରିଥିବା ବେଳେ ଶେଷରେ ରାଜଦୋଳ ସମିତି ସମ୍ପାଦକ ନବକିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବତନ କର୍ପୋରେଟର  ନିରୋଦ ଚନ୍ଦ୍ର ପଣ୍ଡା ଓ ଦୟାନିଧି ନାୟକ ଏବଂ ସ୍ଥାନୀୟ କର୍ପୋରେଟରଙ୍କ ପ୍ରତିନିଧି ନାଗେଶ୍ୱର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଯାତ୍ରା ପରିଚାଳନା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବାରୁ ଜଗତପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାସମଲଙ୍କୁ  ଆୟୋଜକ କମିଟି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। 

Recent Comments

Leave Comments

Top