ପିପିଲି/୧୦/୩/୨୦୨୬/(ଆଧାର ମିଡ଼ିଆ)-ଓଡିଶା ପ୍ରସିଦ୍ଧ ବଳଙ୍ଗା ପଞ୍ଚୁଦୋଳ ମେଳଣ ସୋମବାର ଦିନ ଆରମ୍ଭ ହୋଇ ଛି.ରବିବାର ବିଳମ୍ବିତ ରାତ୍ରିରେ ଜମାଣ ଶୋଭା ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପାଇକ ଆଖଡ଼ା ପାରମ୍ପରିକ ନୃତ୍ୟ ସଂଗୀତରେ ମୂର୍ଚ୍ଛନାରେ ଆରମ୍ଭ ହୋଇଥିବା ମେଳଣକୁ ମେଳଣର ଥାନାପତି ଠାକୁର ବଳଙ୍ଗାର ଶ୍ରୀ ଶ୍ରୀ ବକ୍ରେଶ୍ୱର ମହାଦେବ କାରୁକାର୍ଯ୍ୟ ସମ୍ପର୍ଣ୍ଣ ହାତୀଦାନ୍ତ ନିର୍ମିତ ବହୁ ପୁରାତନ ପଞ୍ଚମୁଣ୍ଡି ବିମନରେ ଉପ ବେସନ କରି ମେଳଣରେ ବିରାଜ ମାନ କରିଥିଲେ.ଠାକୁରଜମାଣ ଦିନ ମେଳଣ ପଡିଆକୁ ଆସିବା ପୂର୍ବରୁ ଦିନ ୧୨ଘଟିକା ସମୟରେ ଠାକୁରଙ୍କ ସ୍ନାନ.ମଧ୍ୟାର୍ହ୍ନ ସମୟରେ ଭୋଗ.ସିଂହାସନଆରୋହଣ.ବାଳଭୋଗ.ପରେ ସଂକୁଡ଼ି ଭୋଗ.ସେସବୁ ପରେ ବେଢା ପରି କ୍ରମା ପରେ ବିମାନ ବିଜେ କଲାପରେ.ପ୍ରଥମେ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଦେବ.ଶ୍ରୀ ଶ୍ରୀ ବକ୍ରେଶ୍ୱର ମହାଦେବ.ଶ୍ରୀ ଶ୍ରୀ ବାଙ୍କ ନାଥ ଦେବଙ୍କ ବିମାନ ଯୋଗେ ପ୍ରଥମେ କଚିରି ଦ୍ୱାର ପନ୍ଥୀ ଭୋଗ. ଗ୍ରାମ ପରିକ୍ରମା ସମୟରେ ବିଭିନ୍ନ ପ୍ରସେସନ ସହ ମେଳଣରେ ଶ୍ରୀ ସିଦ୍ଧେଶ୍ୱର ଦେବଙ୍କ ସହ ନିମାପଡା. ପିପିଲି. ସତ୍ୟବାଦୀ. ପୁରୀ ସଦର ଓ ବାଲିପାଟଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଡା ଗ୍ରାମରୁ ସାଜସୁଜା ବିମନରେ ଉପଵେଶନ କରି ୧୦୮ଠାକୁର ବିମାନ ମେଳଣ ପଡିଆରେ ସେମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ପିଣ୍ଡିରେ ବିରାଜମାନକରି ଶ୍ରଦ୍ଧାଳ ଓ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି.ଏହି ମେଳଣ ଦେଖିବାକୁ ଆଖ ପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ଜମଣା ହୋଇ ଥିବା ବେଳେ ଜିଲ୍ଲା ପୋଲିସ ପ୍ରଶାସନ ଓ ବଳଙ୍ଗା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଦିଆଯାଇ ଥିଲା. ଚଳିତ ବର୍ଷ ଦୁଇ ଦିନ ପାଇଁ ଠାକୁର ମେଳଣ ହେବା ପାଇଁ ମେଳଣ କମିଟି ପକ୍ଷରୁ ନିଷ୍ପତି କରାଯାଇଛି. ବର୍ତ୍ତମାନ ଶୃଙ୍ଖଳା ସହ ଦର୍ଶନ ସାଥୀକୁ ମେଳଣ ଉପଭୋଗ କରିବାକୁ ମେଳଣ କମିଟି ପକ୍ଷରୁ ଜନସାଧାରଣଙ୍କୁ ନିମନ୍ତ୍ରଣ କରାଯାଇଛି.
Recent Comments