କାକଟପୁର/୧୧/୩/୨୦୨୬/(ଆଧାର ମିଡ଼ିଆ-ତୁଷାର ଦୀକ୍ଷିତ)-କାକଟପୁର ନିର୍ବାଚନ ମଣ୍ଡଳୀରେ ଭାଇଚାରା ସୃଷ୍ଟି କରିବା ଏବଂ ଲୋପ ପାଉଥିବା ଲୋକକଳା, ସଂସ୍କୃତି, ପରମ୍ପରା,ପାରମ୍ପରିକ ସମରକଳାକୁ ଉଜ୍ଜୀବିତ କରିବା ତଥା ସ୍ଥାନୀୟ କାରିଗର ଏବଂ କଳାକାର ମାନଙ୍କୁ ଉତ୍ସାହିତ କରିବାର ଲକ୍ଷ ନେଇ ତୃତୀୟ ବାର୍ଷିକୀ କାକଟପୁର ଦୋଳ ମହୋତ୍ସବ -୨୦୨୬ ମୂଳାଗଡ଼ ମେଳଣ ପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ୩ ଦିନ ବ୍ୟାପୀ ଚାଲିବାକୁ ଥିବାବେଳେ ମଙ୍ଗଳବାର ଉଦ୍ଘାଟନୀ ସନ୍ଧ୍ୟାରେ ଜଗତସିଂହପୁର ସାଂସଦଙ୍କ ପୁରୀଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ସୁଦର୍ଶନ ସ୍ବାଇଁଙ୍କ ପୌରୋହିତ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ମାନ୍ୟବର ମନ୍ତ୍ରୀ-ଶିଳ୍ପ ଏବଂ ଦକ୍ଷତା ବିକାଶ, ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମାନ୍ୟବର ପିପିଲି-ଡେଲାଙ୍ଗ ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନା ୟକ,ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ବାଇଧର ମଲିକ,କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠି,ଦୋଳ ମହୋତ୍ସବ କମିଟିର ସଭାପତି ପ୍ରଶାନ୍ତ ଭୋଳ,ସମ୍ପାଦକ ସରୋଜ ସାମଲ,କୋଷାଧକ୍ଷ କୈଳାଶ ନାୟକ ଅଭ୍ୟର୍ଥନା କମିଟି ସମ୍ପାଦକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପରିଡା, ପ୍ରାନ୍ତ ସଂଗଠନ ସମ୍ପାଦକ ହିନ୍ଦୁ ଜାଗରଣ ମଞ୍ଚ ଶ୍ରୀ ତନ୍ମୟ ଦାଶ,କାକଟପୁର ବ୍ଲକ ଅଧକ୍ଷ,ଶ୍ରୀଧର ନାୟକ, ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଶ୍ରୀମତୀ ଆରତୀ ନାୟକ,ବିଶିଷ୍ଟ ସମାଜ ସେବୀ ତଥା ଶିଳ୍ପପତି ସୁବାସ ମହାନ୍ତି, ସମାଜସେବୀ ଜଗନ୍ନାଥ ବେହୁରା ପ୍ରମୁଖ ଯୋଗଦେଇ ଏଭଳି ମହୋତ୍ସବ ସ୍ଥାନୀୟ ଅଞ୍ଚଳରେ ଏକତା,ଐତିହ୍ୟ, ପରମ୍ପରା,ଭାଇଚାରାକୁ ବଜାୟ ରଖିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ l ପରେ ପରେ ସମ୍ବଲପୁରୀ,ଓଡିଶୀ, ଦୂଲଦୁଲି ଏବଂ ମେଲୋଡି କାର୍ଯ୍ୟକ୍ରମକୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ l
Recent Comments