ପୁରୀ/୧୨/୦୩/୨୦୨୬/(ଆଧାର ମିଡ଼ିଆ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଷଡାଙ୍ଗୋଇ ଗ୍ରାମ ରେ ଗତ ମାର୍ଚ୍ଚମାସ ଏଗାର ତାରିଖରେ ପଞ୍ଚୁ୍ଦୋଳ ମେଲଣ ଉଦଯାପିତ ହଇଯାଇଛି Iଗତ ଦଶ ତାରିଖରେ ଏହିଗ୍ରାମରେ ଥାନାପତି ଶ୍ରୀଶ୍ରୀ ବାଙ୍କେଶ୍ୱରଦେବ ଏକ ଆଡ ମ୍ବରପୂର୍ଣ୍ଣ ବାଜାବାଣ,ଘୋଡାନାଗା,ସଖୀ,ଭାଲୁ,ବୁଢାବୁଢୀ ଓ ପାଇକ ନାଟ ଇତ୍ୟାଦି ପଟୁଆର ରେ ମେଳଣପଡ଼ିଆରେ ଜମାଣ ହୋଇଥିଲେ I ବାଙ୍କେସ୍ବର ଦେବଙ୍କ ସହିତ ମାର୍ଥା ଗ୍ରାମର ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ଦେବ,ରାତପଡା ଗ୍ରାମର ଧବଳେଶ୍ୱର ଦେବ, ଗଣ୍ଡପଡା ଗ୍ରାମର ମଦନମୋହନ ଦେବ,ପଥରଡ଼ିହ ଗ୍ରାମର ମଙ୍ଗୁଗୋସେଇଁ ,ଗୋରଡାପିଢର ଭଗବତବାସୁଦେବ ଓ ମା ମଙ୍ଗଳା ଠାକୁରାଣୀ ଦକ୍ଷିଣବାଡର ଭଗବତ ବାସୁଦେବ,ଉତ୍ତରବାଡ଼ ର ଆନନ୍ତବାସୁଦେବ ଓ ମହାବୀର,ପଶ୍ଚିମବାଡ଼ର ତ୍ରିନାଥଦେବ ପ୍ରମୁଖ ଦେବଦେବୀ ମାନେ ସମୂହ ଏକତ୍ରିତ ହୋଇ ହାଟତୋଟା ମେଳଣ ପଡି ଆରେ ଜମାଣ ହୋଇଥିଲେ I
ଏହିଦିନ ମା' ବନଦୁର୍ଗା ଗଣନାଟ୍ୟ ଓ ତହିଁ ପରଦିନ ଯାତ୍ରା ପରିବେଷଣ କରିଥିଲେ I କୁନ୍ତେଶ୍ଵରଦେବ ମେଲଣ ଟ୍ରଷ୍ଟି ବୋର୍ଡ ଏବଂ ମା 'ଜଗେଶ୍ୱରୀ ଯାତ୍ରା କମିଟୀ ମିଳିତ ଆନୁକୂଲ୍ୟରେ ଚଳିତବର୍ଷ ଷଡାଙ୍ଗୋଇର ପାରମ୍ପାରିକ ମେଲଣକୁ ଗ୍ରାମବାସୀମାନେ ବେଶ ଉପଭୋଗ କରି ଉଦ୍ୟକ୍ତା ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ I ମେଲଣ ଟ୍ରଷ୍ଟି ବିଶ୍ୱରଂଜନ ପରିଡା, ତୋଫାନ ସାମନ୍ତରାୟ, କାଳୁଚରଣ ସମନ୍ତସିଂହାର ଓ ରମେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଙ୍କ ସହିତ ଚାଇଁପୁର ପଂଚାୟତ ର ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା, ମାନଗୋବିନ୍ଦ ପରିଡା, ଯୁଝିଷ୍ଠିର ପରିଡା,ରଶ୍ମିରଂଜନ ପରିଡା, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ପରିଡା ଶ୍ୱେତ ନାୟକ, ସୁକାନ୍ତ ପରିଡା,ଦୈତାରୀ ପରିଡା,ଗନ୍ଧର୍ବ ବଳ, ଦେବେକିଶୋର ପରିଡା, ରଂଜିତ ପରିଡା, ଧଡ଼ୁ ପରିଡା, ମନୋଜ ପରିଡା, ଚନ୍ଦନ ପରିଡା, ଦେବାଶିଷ ପରିଡ, ଟୁଲିଆ ପରିଡା, ରାମଚନ୍ଦ୍ର ପରିଡା, ମଳୟ ପରିଡା ଓ ସୁଦୀପ୍ତ ନାୟକ ପ୍ରମୁଖ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ I ରଙ୍ଗମଞ୍ଚ ରେ ଗଣନାଟ୍ୟ ଅପେରା ମାଲିକ ଓ ମ୍ୟାନେଜେର, ମା ମଙ୍ଗଳା ଟେଣ୍ଟହାଉସ ମାଲିକ କୃଷ୍ଣଚନ୍ଦ୍ର ପରିଡା (ଚିଣ୍ଟେଇ) ପରିଡା, ଆଲୋକ ଏବଂ ଶବ୍ଦ ତରଙ୍ଗ ପାଇଁ ସାଇ ଲଭଲି ଟେଣ୍ଟ ହାଉସ ମାଲିକ ତଥା ଦକ୍ଷିଣବାଦ ୱାର୍ଡସଭ୍ୟ ହିମାଂଶୁ ପରିଡା (ରାନୁଆ ) ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇ ସମସ୍ତ ଉଦ୍ୟକ୍ତା ଯୁବକ ମାନଙ୍କୁ ଧନ୍ୟବାଦ ଦିଆଯାଇଥିଲା I
Recent Comments