ଖଡ଼ିଆଳ/ନୂଆପଡା/୧୩/୦୩/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ତିଖାଲି ଡ୍ୟାମ ପର୍ଯ୍ୟଟନ କ୍ଷେତ୍ରର କଳା,ସାହିତ୍ୟ,ସଂସ୍କୃତି,ଐତିହ୍ୟ, ପରମ୍ପରା ଓ ଅତୀତ ବର୍ତ୍ତମାନରେ ଘଟିଯାଇଥବା ଗୌରବମୟ ଇତିହାସକୁ ମନେ ପକାଇ ତିଖାଲି ପର୍ଯ୍ୟଟନ କ୍ଷେତ୍ରର ପାରିପାର୍ଶ୍ବକ ବିକାଶ କରିବାର ମହତ୍ତ୍ଵ ଉଦ୍ଦେଶ୍ୟକୁ ପ୍ରତିପାଦନ କରିବା ପାଇଁ ତିଖାଲି ଡ୍ୟାମ ଲୋକ ମହୋତ୍ସବ ୨୦୨୬ ସ୍ଥାନୀୟ ଶ୍ରୀ ବାବା ଜଳେଶ୍ଵର ମନ୍ଦିର ନିକଟସ୍ଥ ପଡ଼ିଆରେ ଉଦଘାଟିତ ବିଶାଳ ହୋଇଛି। ସନ୍ଧ୍ୟାରେ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ମଶାଲ ଆଣି ମହୋତ୍ସବ କମିଟିର ସଭାପତି ଗୌତମ ତାଣ୍ଡି ଗ୍ରହଣ କରି ମହୋତ୍ସବ ପଡ଼ିଆରେ ସ୍ଥାପନ କରିଥିଲେ। ସାସ୍କୃତିକ ସଭାର ସଭାପତିତ୍ୱ କରିଥିଲେ ଦଶମୁ ବେହେର ଉପ ସଭାପତି ମହୋତ୍ସବ ପାଳନ କମିଟି,ମୁଖ୍ୟ ଅତିଥି ଦୀପିକା ଦୀପ ଉପାଧ୍ୟକ୍ଷ ଜିଲ୍ଲାପରିଷଦ, ନୂଆପଡ଼ା, ମୁଖ୍ୟ ବକ୍ତା ଅର୍ଜୁନ ଛତ୍ରିଆ ବିଶିଷ୍ଟ ପାଲା ଗାୟକ,ସମ୍ମାନିତ ଅତିଥି ମିଲନ କୁମାର ଝାଙ୍କର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଡ଼ିଆଳ, ନରସିଂ ଗଡବା ତହସିଲଦାର, ଖଡ଼ିଆଳ, ପ୍ରେମାନନ୍ଦ ମାଝି ମୁଖ୍ୟ ନିର୍ମାଣଧ୍ଵ ଯନ୍ତ୍ରୀ, ନିମ୍ନ ଇନ୍ଦ୍ର ଖଡ଼ିଆଳ, ଅମୋଘ ନାରାୟଣ ପଣ୍ଡା, ଏସଡିଓ ଆର ଏଣ୍ଡ୍ ବି, ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଜୟପୁରିଆ, ଶ୍ୟାମ ସୁନ୍ଦର କୁଲଦୀପ ଉପ ସଭାପତି ମହୋତ୍ସବ ପାଳନ କମିଟି, ତନୟା ଶବର ଜିଲ୍ଲା ପରିଷଦ ସଭ୍ୟା, ଜୋନ ନଂ -୦୫, ମାଲ୍ୟବନ୍ତ ସୁନା ଜିଲ୍ଲା ପରିଷଦ ସଭ୍ୟ, ଜୋନ ନଂ -୦୬, କମଲ ଚରଣ ତାଣ୍ଡି କଂଗ୍ରେସ ବିଧାୟକ ପ୍ରାର୍ଥୀ ଆଲ୍ଲାଦିନୀ ବେହେରା ସରପଞ୍ଚ ସାନମହେଶ୍ୱର, ପ୍ରମୁଖ ମଞ୍ଚରେ ମଞ୍ଚ।ସିନ ହୋଇଥିଲେ।
ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଛାତ୍ର ପଞ୍ଚାୟତ ହାଇ ସ୍କୁଲ ଘରଧରାର ଛାତ୍ରଛାତ୍ରୀ। ଅତିଥ୍ୟ ପରିଚୟପ୍ରଦାନ ଓ ସ୍ଵାଗତ ସମ୍ଭାଷଣ କୋଷାଧକ୍ଷ ପିନା ସାହୁ, ସଂପାଦକୀୟ ବିବରଣୀ ପଠନ ସମ୍ପାଦକ ମହୋତ୍ସବ ପାଳନ କମିଟି ପରମେ ଶ୍ୱର ବାରିକ, ଧନ୍ୟବାଦ ଅର୍ପଣ କରିଥିଲେ ଉପଦେଷ୍ଟା ମହୋତ୍ସବ ପାଳନ କମିଟି ଉମେଶ କୁମାର କ୍ଷତ୍ରୀ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଶୀ ନଟରାଜ ଡ୍ୟାନ୍ସ ଏକାଡେମୀ କଟକ,ମାଁ ଶୀତଳା ପୁଷ୍ପାଞ୍ଜଳୀ ଡ୍ୟାନ୍ସଗ୍ରୁପ, ଆମାନାରା, ଆଦିବାସୀ ଜେମସା ଫରସରା ଆଶ୍ରମ ସ୍କୁଲ, ବୋଡ଼େନ, ହାସ୍ୟ ଅଭିନେତା ବିନ୍ଦୁ ପ୍ରେମା, ବରଗଡ଼, ବଜାଶାଲ, ହିରାଖଣ୍ଡ ସାଂସ୍କୃତିକ ଅନୁଷ୍ଠାନ ବରଗଡ଼, ସମ୍ବଲପୁରୀ, ଧର୍ମେଶ ଡ୍ୟାନ୍ସ ଏକାଡେମୀ ଖଡ଼ିଆଳ, ଆଦିବାସୀ ଲୋକନୃତ୍ୟ ପଲସଦା ସେବାଶ୍ରମ, ଗୋଡେନ୍ସି, ଖଡ଼ିଆଳ ରାଏଜ ସାଂସ୍କୃତିକ ଅନୁଷ୍ଠାନ ଖଡ଼ିଆଳି, ନନୀ ନୁ ଭୁଆସେନ ଏକ ଟଙ୍କିଆ ସଂଗୀତ ବିଦ୍ୟାଳୟ ପଦ୍ମପୁର ହଜାର ହଜାର ଦର୍ଶକ ସାସ୍କୃତିକ କାର୍ଯ୍ୟକ୍ରମରେ ଝୁମିଥିଲେ।
Recent Comments