logo
add image
ଜାଗୃତି ମହୋତ୍ସବ ଦ୍ବିତୀୟ ସନ୍ଧ୍ୟା-ରାଜ୍ୟରେ ସଂସ୍କୃତି ପରମ୍ପରା ସହ ଯୋଡ଼ି ହୋଇଛି ଏହି ମହୋତ୍ସବ 

ଜାଗୃତି ମହୋତ୍ସବ ଦ୍ବିତୀୟ ସନ୍ଧ୍ୟା-ରାଜ୍ୟରେ ସଂସ୍କୃତି ପରମ୍ପରା ସହ ଯୋଡ଼ି ହୋଇଛି ଏହି ମହୋତ୍ସବ 

ପିପିଲି/୨୧/୩/୨୦୨୬/(ଆଧାର ମିଡ଼ିଆ)-ପିପିଲିରେ ଓଡ଼ିଶାର ଅଗ୍ରଣୀ ତିନିଦିନିଆ ସପ୍ତଦଶ ଜାଗୃତି ମହୋତ୍ସବର  ଦ୍ବିତୀୟ ସନ୍ଧ୍ୟାରେ ମାଲଖମ୍ବା ଓ ମାହାରୀ ନୃତ୍ୟରେ ବିମୋହିତ ହେଲେ ହଜାର ହଜାର ଦର୍ଶକ। ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ଆୟୋଜିତ ମହୋତ୍ସବରେ ସଂଗଠନର ସଭାପତି ପ୍ରଭାତ କୁମାର ମହାପାତ୍ର ସଭାପତିତ୍ବ କରିଥିଲେ । ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ହାଇଟେକ୍ ମେଡିକାଲର ମୁଖ୍ୟ ପ୍ରସାଶନିକ ଅଧିକାରୀ ମାଲକିନ ବେହେରା ଯୋଗଦେଇ ହିନ୍ଦୁ ସଂସ୍କୃତି ପରମ୍ପରାକୁ ନେଇ ଜାଗୃତି ସଂଗଠନର ପ୍ରୟାସକୁ ବହୁ ପ୍ରଶଂସା କରିଥିଲେ।
 ମୁଖ୍ୟ ବକ୍ତାଭାବେ ପୁରୀ ନିମାପଡ଼ା ସମ୍ମିଳିତ ସମବାୟ ବ୍ୟାଙ୍କ ସଭାପତି କିଶୋର ଛୋଟରାୟ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅତିଥି ଭାବେ ସମାଜସେବୀ ଦିନବନ୍ଧୁ ବେଉରା ପ୍ରମୁଖ ଯୋଗଦେଇ ଭାରତୀୟ ନବବର୍ଷ ଗରିମା ଉପରେ ଆଲୋକପାତ କରିଥିଲେ । ଭାରତୀୟ ସଂସ୍କୃତି ପରମ୍ପରାକୁ ଉଜ୍ଜିବିତ ରଖିବା ପାଇଁ ଜାଗୃତି ମହୋତ୍ସବର ଜାଗ୍ରତ କରିବାର ସ୍ବତନ୍ତ୍ର ପ୍ରୟାସ ଜାରି ରହୁବୋଲି ଅତିଥିମାନେ ମତବ୍ୟକ୍ତ ପ୍ରକାଶ କରିଥିଲେ। ଜାଗୃତି ମହୋତ୍ସବରେ ବିଶେଷ ଆକର୍ଷଣ ଥିଲା ଓଡ଼ିଆଣୀ ବୋହୂ ପ୍ରତିଯୋଗିତା। କାର୍ଯ୍ୟକ୍ରମକୁ ଓଡ଼ିଆ ସରକାର ସଂସ୍କୃତି ବିଭାଗ ପକ୍ଷରୁ ଆସିଥିବା କରଞ୍ଜିଆର ମାଲଖମ୍ବା ଦଳ ଓ ଗଞ୍ଜାମର ଚଢ଼େୟା ଚଢ଼େୟାଣୀ ନୃତ୍ୟ ବେଶ୍ ମନ ମୋହିଲା ।
ସ୍ଥାନୀୟ କଳାକାରଙ୍କ ମାହାରୀ ନୃତ୍ୟ ପରିବେଷଣ ହଜାର ହଜାର ଦର୍ଶକଙ୍କ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ତତ ସହିତ ପ୍ରଥମ ପିପିଲି ପୁସ୍ତକ ମେଳାରେ ପ୍ରାୟ ୧୫ ଟି ପୁସ୍ତକ ପ୍ରକାଶନ ଷ୍ଟଲ ଖୋଲାଯାଇଛି । କବି ସମ୍ମିଳନୀ, ପୁସ୍ତକ ଉନ୍ମୋଚନ ଓ ସାହିତ୍ୟ  ଆଲୋଚନା ଚକ୍ର କରଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମିଡିଆ ଆବାହକ ତଥା ସାମ୍ବାଦିକ ମନୋରଂଜନ ମହାପାତ୍ରଙ୍କ ଉପସ୍ଥିତି ଥିବା ବେଳେ  ସାଧାରଣ ସଂପାଦକ ବିଭୁନି ସାମନ୍ତ ରାୟ,ଉପସଭାପତି ମନୋଜ ପ୍ରଧାନ, ସୁରେନ୍ଦ୍ର ମହାପାତ୍ର,ବିକାଶ ଅଗ୍ରୱାଲ,ସତୀଶ ପାଣିଗ୍ରାହୀ,ମୁନୁ ଅଗ୍ରୱାଲ,ପ୍ରଫୁଲ୍ଲ ସାହୁ,ବାପୁ ବେହେରା,ସମ୍ପଦ ମହାପାତ୍ର,ପ୍ରଫୁଲ୍ଲ ପ୍ରଧାନ, ପ୍ରିତମ ବେହେରା, ଚନ୍ଦନ ମହାନ୍ତି, ପିନାକୀ ଦାଶ,ଗଜେନ୍ଦ୍ର ବେହେରାଙ୍କ ସହ ଜାଗୃତି ସଂଗଠନର ସମସ୍ତ ସଭ୍ୟ ସଭ୍ୟାମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।  
 

Recent Comments

Leave Comments

Top