logo
add image
ଉଦନ୍ତୀ ମହୋତ୍ସବକୁ ନେଇ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ .

ଉଦନ୍ତୀ ମହୋତ୍ସବକୁ ନେଇ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ .

ସିନାପାଲି/ନୂଆପଡା/୨୨/୦୩/୨୬/ (ଆଧାର ମିଡ଼ିଆ-ରିପୋର୍ଟ-ହେରମ୍ବ ମେହେର)-ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳ ରେ ଜୀବନରେଖାର ଅନ୍ୟନାମ ହେଉଛି ଉଦନ୍ତୀ ନଦୀ ! ଏହି ଉଦନ୍ତୀ ନଦୀର ନାମକୁ ନେଇ ସିନାପାଲିରେ ଉଦନ୍ତୀ ମହୋତ୍ସବ ଆଜକୁ ଦୁଇଦଶନ୍ଧି ହେଲା ନିରବଛିନ୍ନ ଭାବରେ ଅନୁଷ୍ଠିତ ହେଉଅଛି ! ଆଜିର ଏହି ସମ୍ବିଳନୀରେ ଉଦନ୍ତୀ ମହୋତ୍ସବ ପାଳନ କମିଟିର ଚଳିତବର୍ଷର ସଭାପତି ପ୍ରିୟରଞ୍ଜନ ମେହେର,ସମ୍ପାଦକ ସୁରଜ ମେହେର,କୋଷାଧକ୍ଷ ଦିବ୍ୟ ନାଏକ ସମେତ ମହୋତ୍ସବ ପାଳନ କମିଟିର ଉପଦେଷ୍ଟା ବୈସମ୍ପାୟନ ମେହେର,ଡମ୍ବରୁଧର ମେହେର ତୁଳସୀରମ ମେହେର,ରବୀନ୍ଦ୍ର ନାଥ ଯୋଶୀ ପ୍ରମୁଖ ମଞ୍ଚାସିନ ହୋଇଥିଲେ !
ଆଜିର ସମ୍ବିଳନୀରେ ଚଳିତ ବର୍ଷର ଉଦନ୍ତୀ ମହୋତ୍ସବ ୨୭/୦୩/୨୬/ ଠାରୁ ୨୯/୦୩/୨୬/ ପ୍ରର୍ୟ୍ଯନ୍ତ ତିନିଦିନ ଧରି ପାଳନ କରାଜୀବ ଏବଂ ଏହି ମହୋତ୍ସବରେ ଲୁପ୍ତକଳାର ପୁନରୁଦ୍ଧାର ପାଇଁ ଅଞ୍ଚଳର କଳା ଓ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ କଳାକାରମାନେ କଳା ପରିବେଷଣ କରିବା ସହିତ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଉମାକାନ୍ତ ବାରିକ ଓ ଓଡ଼ିଆ ସିନେ ତାରକା ସୁଚରିତା ସ୍ୱାଇଁ,ଅଙ୍କିତା ଦାସ,ପ୍ରିୟଙ୍କା ସାହୁ ଓ ହାସ୍ୟାଭିନେତା ଟୁକୁନା ଷ୍ଟାଇଲିଷ୍ଟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ! ଏହି ମହୋତ୍ସବ ସମୟରେ ଜନସମାଗମରେ ଶାନ୍ତି ଶୃଙ୍ଖଳାକୁ ଆଖି ଆଗରେରଖି ପୋଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗକୁ ମଧ୍ୟ ଲିଖିତ ଅନୁରୋଧ କରାଯାଇଥିବା ମହୋତ୍ସବ କମିଟିର ସଭାପତି ପ୍ରିୟ ରଞ୍ଜନ ମେହେର ପ୍ରକାଶ କରିଛନ୍ତି !

Recent Comments

Leave Comments

Top