logo
add image
ମହାବୀର ନାଟ୍ୟ ପରିଷଦପକ୍ଷରୁ ଯାତ୍ରାମଞ୍ଚସ୍ଥ .

ମହାବୀର ନାଟ୍ୟ ପରିଷଦପକ୍ଷରୁ ଯାତ୍ରାମଞ୍ଚସ୍ଥ .

କଟକ/୨୨/୩/୨୦୨୬/(ଆଧାର ମିଡ଼ିଆ-ପରମେଶ୍ବର ପରିଡ଼ା)-ଆଜିର ବ୍ୟସ୍ତ ବହୁଳ ଜୀବନ ତଥା ଆଧୁନିକତାର ଚାକ ଚକ୍ୟ ଜୀବନ ଶୈଳୀରେ ଆମେ ଧିରେ ଧିରେ ପୁରାତନ ସଂସ୍କୃତି ଓ ପରମ୍ପରାକୁ ଠାରୁ ଦୂରେଇ ଯାଉଛୁ। ମାତ୍ର ଦୈନ ନ୍ଦିନ ଜୀବନରେ ନୈତିକ ଶିକ୍ଷା,ଆଧ୍ୟାତ୍ମିକ ଶିକ୍ଷା,ନୀତି ବାଣୀ, ସଂସ୍କାର, ସହିତ ଭୌତିକ ଶିକ୍ଷାର ମୂଲ୍ୟବୋଧ ଅତି ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯାହା ଆମର ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ। ତେଣୁ ଆମେ କୋଉଠି ନା କୋଉଠି ସେହି ପୁରାତନ କଳା ଯେମିତି ଦାଶକାଠିଆ,ଘୋଡ଼ା ନାଚ,ପାଲା,କଣ୍ଢେଇ ନାଚ, ଛଉନୃତ୍ୟ,ଗିତିନାଟ୍ୟ,ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆମ ସାମାଜିକ ଚଳଣିରେ ଏକ ବିଶେଷ ଅଂଶ ଭାବରେ  ପରିଗଣିତ ହୁଏ। ତେବେ ଏଥିରୁ ମିଳୁଥିବା ନିତି ଶିକ୍ଷାକୁ ପୁନର୍ବାର ଉଜ୍ଜିବିତ ରଖିବାପାଇଁ ମଧ୍ୟକଚ୍ଛ ଗ୍ରାମର କିଛି ଯୁବକ ମହାବୀର ନାଟ୍ୟ ପରିଷଦର ଆନୁକୂଲ୍ୟରେ ଗତକାଲି ଏକ ସାମାଜିକ ନାଟକ "ବାବୁ ତୁମେ ଭୁଲିଗଲ" ପରିବେଷଣ ହୋଇଯାଇଛି।
ତେବେ ଏହି ନାଟକରେ ରଜନୀକାନ୍ତ ମିଶ୍ର ନାଟ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ,ସଭାପତି ଅଜିତ୍ କୁମାର ଭୂୟାଁ ନାଟ୍ୟ ପରିଚାଳନା କରିଥିଲେ,ସେପଟେ ଏହି ଅନୁଷ୍ଠାନକୁ ବଞ୍ଚାଇ ରଖିବା ପାଇଁ ମଧ୍ୟକଚ୍ଛ ଗ୍ରାମର ସମସ୍ତ ମୁରବୀ,ପୁରାତନ କଳାକାର ଏବଂ ଆମନ୍ତ୍ରିତ ଅତିଥିମାନେ ଏଭଳି କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଯୁବକମାନେ ଯେଉଁଭଳି ପ୍ରୟାସ ଆରମ୍ଭ କରିଛନ୍ତି ଉପସ୍ଥିତ ସମସ୍ତ ଅତିଥି ସେମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଶାନ୍ତ ବେହେରା,ସମ୍ମାନିତ ଅତିଥି ବିଜୟ ଲକ୍ଷ୍ମୀ ମହାପାତ୍ର,ମୁଖ୍ୟ ବକ୍ତାଭାବେ ଡଃ ମନମୋହନ ବିଶ୍ବାଳ (ରକ୍ତ ରୋଗ ବିଭାଗ ଏସିବି ମେଡିକାଲ), ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଜୟପ୍ରକାଶ ମିଶ୍ର, ସଂପାଦକ ସଂଜୟ କୁମାର ବେହେରା (ସରପଞ୍ଚ ମଧ୍ୟ କଚ୍ଛ ପଞ୍ଚାୟତ), ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଶ୍ରୀମତୀ ସରୋଜିନୀ ଦେବୀ (ଅବସର ପ୍ରଧାନ ଶିକ୍ଷୟିତ୍ରୀ), ଶ୍ରୀଯୁକ୍ତ ବିଜୟ କୁମାର ଦାସ(ଉପଦେଷ୍ଟା), ପଣ୍ଡିତ ସୁକାନ୍ତ ମହାପାତ୍ର (ସାମ୍ବାଦିକ ତଥା ଶିକ୍ଷାବିତ୍), ଦିଲ୍ଲୀପ୍ କୁମାର ବେହେରା, ପବିତ୍ର କୁମାର ଓଝା (ସମାଜସେବୀ ମଧ୍ୟ କଚ୍ଛ) ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Recent Comments

Leave Comments

Top