logo
add image
​ମା ହିଙ୍ଗୁଳା ପାଲା ପରିଷଦ ମଣ୍ଡଳପକ୍ଷରୁ ପ୍ରଥମବାର୍ଷିକ କଳାକାର ସମ୍ମିଳନୀ ଉତ୍ସବ ଅନୁଷ୍ଠିତ 

​ମା ହିଙ୍ଗୁଳା ପାଲା ପରିଷଦ ମଣ୍ଡଳପକ୍ଷରୁ ପ୍ରଥମବାର୍ଷିକ କଳାକାର ସମ୍ମିଳନୀ ଉତ୍ସବ ଅନୁଷ୍ଠିତ 

କଣିହାଁ/୨୩/0୩/୨0୨୬/(ଆଧାର ମିଡ଼ିଆ /ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା ମା ହିଙ୍ଗୁଳା ପାଲା ପରିଷଦ କଣିହାଁ ମଣ୍ଡଳ ପରିଷଦ ପକ୍ଷରୁ ପ୍ରଥମ ବାର୍ଷିକ ଏକ ଦିବସୀୟ ପାଲା ମଣ୍ଡଳ ସମ୍ମିଳନୀ ମୋହଉତ୍ସବ ରବିବାର ବଜ୍ରକୋଟ ଠାରେ ଅନୁଷ୍ଠିତ ହୋଇଯାଇଛି l  ଉତ୍ସବରେ ମୁଖ୍ୟ ଅତିଥି ଭାବେ ନବଘନ ବିସି, ସମ୍ମାନିତ ଅତିଥି ଭାବେ ପ୍ରମୋଦ କୁମାର ସାହୁ,ମୁଖ୍ୟ ବକ୍ତା ଭାବେ ଫକୀର ମୋହନ ସାମଲ,ଏବଂ ଅନ୍ୟତମ ଅତିଥି ଭାବେ ଜୟ କୃଷ୍ଣ ଧୀର, କୃଷ୍ଣଚନ୍ଦ୍ର ସାମଲ, ଯୋଗ ଦାନ ସମେତ ଅନୁଗୋଳ ଜିଲା ପାଲା ଗାୟକ ସଂଘର ସଭାପତି ଧୃବଚରଣ ସାହୁ,ସମ୍ପାଦକ ପ୍ରକାଶ ପାଗଳ ଉପସ୍ଥିତଥିଲେ,
ଏହି କାର୍ଯ୍ୟକ୍ରମରେ କଣିହାଁ ମଣ୍ଡଳର ଶତାଧିକ ପାଲା କଳାକାର ସାମିଲ ହୋଇଥିଵାବେଳେ କଣିହାଁ ମଣ୍ଡଳପକ୍ଷରୁ ୫ଟି ଦଳ ପାଲା ପରିବେଷଣ କରିଥିଲେ, ଏଥିରେ ଅତିଥି ମାନଙ୍କୁ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହିତ ଜିଲା ତଥା ଜିଲା ବାହାରୁ ଆସିଥିବା,ବରିଷ୍ଠ କଳାକାର ମାନଙ୍କୁ ଫୁଲ ତୋଡ଼ା ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇ ଥିଲା l ପାଞ୍ଚଟି ଦଳର ପୂର୍ଣ୍ଣଚନ୍ଦ୍ର ରଥ,ଦାଶରଥି ମହାନ୍ତି, ବିଭୁତି ଭୂଷଣ ନାଥ, କୁମାରୀ ସାହୁ, ବରୁଣାବନ୍ତ ବାଘ ପ୍ରମୁଖ ମଞ୍ଚରେ ପାଲା ପରିବେଷଣ କରିଥିଲେ, ମା ହିଙ୍ଗୁଳା ପାଲା ମଣ୍ଡଳ ପରିଷଦର ସମ୍ପାଦକ ଦାଶରଥି ମହାନ୍ତି ମଞ୍ଚ ପରିଚାଳନା କରିଥିବାବେଳେ, ସଭାପତି ବରୁଣାବନ୍ତ ବାଘ ଧନ୍ୟବାଦ ଅର୍ପଣ କରିଥିଲେ, ଶେଷରେ କଳାକାର ମାନଙ୍କୁ ମାନପତ୍ର ସହିତ ଫୁଲତୋଡ଼ା ଉତ୍ତତୀୟ ଦେଇ ସମ୍ମାନୀତ କରା ଯାଇଥିଲା l

Recent Comments

Leave Comments

Top