କାକଟପୁର/୨୪/୩/୨୦୨୬/(ଆଧାର ମିଡ଼ିଆ-ତୁଷାର ଦୀକ୍ଷିତ)-:ପୁରୀଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ତୃତୀୟ ପଲିଯାତ୍ରା ଶେଷହୋଇଛି,ପାଳିଯାତ୍ରାରେ ମାଙ୍କୁ ଦର୍ଶନ କରିବାକୁ ୩0ହଜାର ଭକ୍ତଙ୍କ ସମାଗମ ହୋଇ ଥିଲା.ସୋମବାର ରାତ୍ର ଦୁଇଘଟିକା ଠାରୁ ଦ୍ୱାରଫିଟା ମଙ୍ଗଳଆଳତି ସ୍ନାନ ମାର୍ଜନା ଚନ୍ଦନ ଲାଗି ପରେ ସର୍ବସାଧାରଣଙ୍କ ନିମନ୍ତେ ପହୁଡ଼ ଖୋଲିଥିଲା ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବ୍ୟାରିକେଟରେ ଧାଡିରେଯାଇ ମାଙ୍କୁ ଦର୍ଶନ ଓ ପୂଜାର୍ଚନା କରିଥିଲେ.ଦିବା ଏକ ଘଟିକାରେ ମାଙ୍କୁ ସହସ୍ର କୁମ୍ଭାଭିଷେକ ସ୍ନାନ ନୀତି କରାଯାଇଥିଲା.ବାସନ୍ତିକ ଦୁର୍ଗା ପୂଜା ଅବସରରେ ଷୋଡଶ ପୂଜା ବିଧି ଅନୁସାରେ ମାଙ୍କ ନୀତି ଆରମ୍ଭସହ ସାହଣ ମେଳା ଦର୍ଶନରୁ ଭକ୍ତମାନେ ବଂଚିତ ହୋଇଥିଲେ.
ପରେ ବଲ୍ଲଭ,ସକାଳ ଧୂପ ପରେ ରାତ୍ର ୯ଘଟିକାରେ ଝଙ୍କଡ଼ରୁ ଆସିଥିବା ପାଟୁଆମାନେ ମାଙ୍କ ବେଢାରେ ଓ ସମୁଖରେ ପାଟୁଆ ନୃତ୍ୟ କରିଥିଲେ.ରାତିରେ ଏହିନୃତ୍ୟ ଚଳିତବର୍ଷ ରାତିରେ ଦେଖିବାକୁ ମିଳିଥିଲା.ସନ୍ଧ୍ୟା ଆଳତି ପରେ ମାଙ୍କୁ ପୁନଃ ସ୍ନାନ ମାର୍ଜନା କରାଯାଇ ବେଶପରେ ଦର୍ଶନପାଇଁ ବିଳମ୍ବିତ ପ୍ରହରରେ ଦ୍ୱାର ଖୋଲିଥିଲା. ପରେ ପାରମ୍ପରିକ କାଳିକା ନୃତ୍ୟ ରାତ୍ର ଦୁଇଘଟିକାରେ ସମ୍ପର୍ଣ କରାଯାଇଥିଲା.ମାଙ୍କର ଖମlରେଈ ସେବକ ନିଜକୁ କାଳି ବେଶରେ ସଜିତ ହୋଇ ନୃତ୍ୟ କରିକରି ମନ୍ଦିର ପ୍ରଦକ୍ଷିଣ କରିଥାଏ. ଏହା ମଙ୍ଗଳା ମନ୍ଦିରରେ କାହିଁ କେତେ କାଳରୁ ଚଳି ଆସୁଛି.ପରେ ରାତ୍ର ଧୂପ ଓ ବଡସିଂହାର ନୀତି ଅନୁଷ୍ଠିତ ହୋଇ ପହୁଡ଼ ପଡିଥିଲା. ଆଜି ଦିନଠାରୁ ରାତ୍ର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଭକ୍ତ ଙ୍କ ଭିଡ ଲାଗିରହିଥିଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇ ଥିଲା ଆଜିଠାରୁ ତିନିଦିନ ବ୍ୟାପି ବାସନ୍ତିକ ଦୁର୍ଗାପୂଜା ପାଇଁ ମନ୍ଦିର ଅହୋରାତ୍ର ଖୋଲା ରହିବ
Recent Comments