ବାଲିଗୁଡା/୨୪/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ଚୈତ୍ର ମାସର ତୃତୀୟ ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ତୃତୀୟ ମଙ୍ଗଳବାରରେ ମା'ପାଟଖଣ୍ଡା ଫଳ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି l ସମଗ୍ର କନ୍ଧମାଳ ଜିଲ୍ଲା ବ୍ୟତୀତ ରାଜ୍ୟର ବିଭିନ୍ନସ୍ଥାନରୁ ଭକ୍ତମାନେ ଆସି ମାଙ୍କ ଦର୍ଶନ କରିଥିଲେ | ପ୍ରତ୍ୟୁଷରୁ ମାଙ୍କର ରୀତିନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା ପରେ ପରେ ମାଙ୍କର ଏହି ଫଳ ଦୁର୍ଲଭ ବେଶକୁ ଦେଖିବାପାଇଁ ପ୍ରତ୍ୟୁଷରୁ ରାତ୍ରପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା | ସମସ୍ତେ ଶୃଙ୍ଖଳିତ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରିଥିଲେ | କିଛି ଭକ୍ତଙ୍କ ଛୁଆ ମାନଙ୍କୁ ଏହି ଯାତ୍ରାରେ ଚୁଟି ମଣ୍ଡନ କରିଥିବା ଦେଖିବାକୁ ମିଳିଥିଲା l ଏ ନେଇ ମନ୍ଦିର ପରିଚାଳନା କମିଟି ଓ କେତେକ ଭକ୍ତଙ୍କ ତରଫରୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇଥିଲା l କମିଟିର ସମସ୍ତ ସଦସ୍ୟ,ପୂଜକମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l
Recent Comments