logo
add image
ଆଜି ଉଦନ୍ତୀ ମହୋତ୍ସବର ଶୁଭାରମ୍ଭ .

ଆଜି ଉଦନ୍ତୀ ମହୋତ୍ସବର ଶୁଭାରମ୍ଭ .

ସିନାପାଲି/ନୂଆପଡା/୨୭/୦୩/୨୬/(ଆଧାର ମିଡ଼ିଆ-ରିପୋର୍ଟ-ହେରମ୍ବ ମେହେର)-ନୂଆପଡା ଜିଲ୍ଲା ସିନାପାଲିରେ ଆଜି ଉଦନ୍ତୀ ମହୋତ୍ସବର ଶୁଭାରମ୍ଭ ! ଆଜକୁ ଦୁଇ ଦଶନ୍ଧି ଧରି ନିରବଛିନ୍ନ ଭାବରେ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବ ଏକବିଂଶ ତମ ଉଡନ୍ତି ମହୋତ୍ସବ ଅନୁଷ୍ଠିତ ହେଉଥିବାର ଦେଖିବାକୁ ମିଳୁଛି ! ଆଜି ଉଦନ୍ତୀ ମହୋତ୍ସବ ପାଳନ କମିଟି ସିନାପାଲି ଗ୍ରାମର ଜନସାଧାରଣ,ଅଞ୍ଚଳର ବୁଦ୍ଧିଜୀବୀ ସମସ୍ତଙ୍କ ସହଯୋଗରେ ସ୍ଥାନୀୟ ଦୁର୍ଗା ମନ୍ଦିରରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ସ୍ଥାନୀୟ ଉଦନ୍ତୀ ମହୋତ୍ସବ ପଡିଆରେ ମଶାଲଯାତ୍ରା ସମାପ୍ତ ହୋଇଥିଲା ! ଏହି ଶୋଭା ଯାତ୍ରାରେ ବାଜା ମହିଳାଙ୍କ ଦ୍ୱାରା ରାମକାଠି ନୃତ୍ୟ ଘୁମୁରା,ସଂକିର୍ତନ ଦଳଗୁଡିକ ଭାଗନେଇ ସିନାପାଲି ସହର ପରିକ୍ରମା କରିଥିଲେ ! ଏହି ମହୋତ୍ସବ ଆଜିଠାରୁ ତିନିଦିନ ଧରି ବହୁ ଧୂମଧାମ ରେ ପାଳନ କରାଜୀବ ବୋଲି କମିଟି ସୂତ୍ରରୁ ପ୍ରକାଶ 

Recent Comments

Leave Comments

Top