logo
add image
ବୌଦ୍ଧରେ ମହାଆଡମ୍ବରରେ ପାଳିତହେଲା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ଉତ୍ସବ 

ବୌଦ୍ଧରେ ମହାଆଡମ୍ବରରେ ପାଳିତହେଲା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ଉତ୍ସବ 

ବୌଦ୍ଧ/୨୭/୦୩/୨୦୨୬/(ଆଧାର ମିଡ଼ିଆ)-ବୌଦ୍ଧରେ ପାଳିତହେଲା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ. ଏହି ପବିତ୍ର ଦିନରେ ବୌଦ୍ଧ ଗଡ଼ଜାତର ପ୍ରସିଦ୍ଧ ଗଣପର୍ବ ରାମଲୀଳା ଯାତ୍ରା କମିଟି ପକ୍ଷରୁ ମହାନଦୀ ଗର୍ଭରେ ଅବସ୍ଥିତ ହନୁମାନ ମନ୍ଦିର ଘାଟରୁ ଶତାଧିକ ମହିଳା ଏବଂ ପୁରୁଷ ଭକ୍ତ ସମୂହ ମାଟି କଳସରେ ପବିତ୍ର ଜଳନେଇ ସହର ପରିକ୍ରମା କରି ସ୍ଥାନୀୟ ରଘୁନାଥ ମନ୍ଦିରକୁ ଆସିଥିଲେ. ସେଠାରେ ପବିତ୍ର ଜଳ କଳସକୁ ପୂଜା ଅର୍ଚ୍ଚନାକରି ସ୍ଥାପନ କରିଥିଲେ ।
 ଆଜିଠାରୁ ରଘୁନାଥଙ୍କ ମନ୍ଦିର ସମ୍ମୁଖ ରେ ଥିବା ମାରୁତି ମଣ୍ଡପରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ଶ୍ରୀ ପ୍ରଭୁ ରାମଚନ୍ଦ୍ର ଙ୍କ ଜନ୍ମଦିନ ଠାରୁ ରାବଣବଧ ପର୍ଯ୍ୟନ୍ତ ଦୀର୍ଘ ଅଠର ଧରି ନାଟକ ମାଧ୍ୟମରେ ଶ୍ରୀ ଶ୍ରୀ ରାମଲୀଳା ନାଟ୍ୟ ସଂସଦର କଳାକାର ମାନଙ୍କୁ ନେଇ ନାଟକ ମାଧ୍ୟମରେ ପରିବେଷଣ ହେବ ଶେଷ ଦିନ ରାବଣ ବଧପରେ ପ୍ରଭୁ ଶ୍ରୀ ଶ୍ରୀ ରାମଚନ୍ଦ୍ର ଙ୍କ ରଜ୍ୟଭିସେକ ପରିବେଷଣ କରାଯାଇଥାଏ । ଏହି ରାମଲୀଳା ଯାତ୍ରାକୁ ଦେଖିବାପାଇଁ ପ୍ରତିଦିନ ସନ୍ଧ୍ୟାରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥାଏ।
ଏହି ରାମଲୀଳା ଯାତ୍ରା କେଉଁ ରାଜା ରଜୁଡ଼। କାଳରୁ ପରିବେଷଣ ହୋଇ ଆସୁ ଅଛି। ସେହି ପରି ଏହି ପବିତ୍ର ଦିନରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ମଧ୍ୟ ମହାଆଡମ୍ବର ରେ ପାଳିତ ହେଲା ରାମନବମୀ ଉତ୍ସବ। ସନ୍ଧ୍ୟା ରେ ଏକ ବିରାଟ ପଟୁଆର ସହରର ବୁଟୁ ପାଲି ଠାରୁ ବାହାରିଥିଲା ଏଥିରେ ବୌଦ୍ଧ ବିଧାୟକ ତଥା ବିଜେପି ଦଳର ମୁଖ୍ୟ ସଚେତକ। ସରୋଜ କୁମାର ପ୍ରଧାନ , ବୌଦ୍ଧ ବ୍ଲକ୍ ଚେୟାର ମ୍ୟାନ ପ୍ରତ୍ୟୁଷ ରଥ , ସାଂସଦ ପ୍ରତିନିଧି ଯୁଗଳ କିଶୋର ସାମଲ,ବିଜେପି ନଗର ସଭାପତି ପ୍ରେମାନନ୍ଦ ମିଶ୍ର, ପୂର୍ବତନ ସଭାପତି ବିପ୍ର ଚରଣ ମହାନ୍ତି, ଚକିତ ଭଞ୍ଜ , ମିଥୁନ ନାୟକଙ୍କ ସହିତ ଶହ ଶହ ସଂଖ୍ୟାରେ ବିଜେପି ବିଶ୍ଵ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ସଦସ୍ୟ ମାନେ ସହର ପରିକ୍ରମା କରିବା ସହିତ ଶ୍ରୀ ଶ୍ରୀ ରଘୁନାଥଙ୍କ ମନ୍ଦିର ଠାରେ ପହଞ୍ଚି ପ୍ରଭୁ ଶ୍ରୀ ଶ୍ରୀ ରାମଚନ୍ଦ୍ରଙ୍କ ଆଶ୍ରୀ ବାଦ ଭିକ୍ଷା କରିଥିଲେ । ଏହି  ଶୋଭାଯାତ୍ରାରେ କୁନି କୁନି ବାଳକ ବାଳିକା ମାନେ ରାମ ସୀତା ହନମାନଙ୍କ ଭେସ  ଧାରଣ କରି ସାମିଲ ହୋଇଥିଲେ ଏହା ଥିଲା ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ।

Recent Comments

Leave Comments

Top