logo
add image
ବଲାଣି ରାମନବମୀରେ ଭବ୍ୟ ଶୋଭାଯାତ୍ରା “ଜୟ ଶ୍ରୀରାମ ନାରାରେ କମ୍ପିଲା ଅଞ୍ଚଳ,

ବଲାଣି ରାମନବମୀରେ ଭବ୍ୟ ଶୋଭାଯାତ୍ରା “ଜୟ ଶ୍ରୀରାମ ନାରାରେ କମ୍ପିଲା ଅଞ୍ଚଳ,

ବଲାଣି/ବବଡଲ/୨୮/୩/୨୬/(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ)-କେନ୍ଦୁଝର ଜିଲ୍ଲା ବଲାଣିସ୍ଥିତ ଶିବ ମନ୍ଦିରରୁ ବଲାଣି ରାମନବମୀ କମିଟି ଦ୍ଵାରା ଆୟୋଜିତ ରାମନବମୀ ଶୋଭାଯାତ୍ରା ମହୋତ୍ସବ ଅତି ଆନନ୍ଦ ଓ ହର୍ଷୋଲ୍ଲାସର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ବିଭିନ୍ନ ଘର,ମନ୍ଦିର ଓ ବିଶେଷ କରି ହନୁମାନ ମନ୍ଦିରଗୁଡ଼ି କରେ ପୂଜା କରିବାପାଇଁ ଭୋର ସକାଳୁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା ।
ଶାନ୍ତିନଗର ଅବସ୍ଥିତ ହନୁମାନ ମନ୍ଦିରରେ ବିଶେଷ ଭାବରେ ଧୁମଧାମରେ ପୂଜାର ଆୟୋଜନ କରାଯାଇଥିଲା। ଏହି ସମୟରେ ମନ୍ଦିରମାନଙ୍କରେ ନାରଙ୍ଗୀ ରଙ୍ଗର ଧ୍ଵଜ ଚଢ଼ାଇବା ଓ ଲଗାଇବା ପାଇଁ ଭକ୍ତମାନଙ୍କର ଭିଡ଼ ଲାଗିଥିଲା। ସମଗ୍ର ଅଞ୍ଚଳ ନାରଙ୍ଗୀ ପତାକାରେ ରଙ୍ଗିତ ହୋଇଯାଇଥିଲା ଏବଂ “ବୀର ବଜରଙ୍ଗବଳୀ” ଓ “ଜୟ ଶ୍ରୀ ରାମ”ର ନାରାରେ ଚାରିଦିଗ କମ୍ପନ ସୃଷ୍ଟି କରିଥିବାର ଦେଖିବାକୁ ମିଳିଥିଲା।
ଏହି ଅବସରରେ ବାଲାଗୋଡା ଶିବ ମନ୍ଦିରରୁ ମହାବୀର ଧ୍ୱଜ ସହିତ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରାରେ ବିଶାଳ ହନୁମାନ ରୂପ ସହିତ ଭଗବାନ ରାମଙ୍କ ସେନା ଓ ଦେବଦେବୀଙ୍କର ଭେଷଭୂଷାରେ ଦିଲ୍ଲୀ ଓ ଅନ୍ୟାନ୍ୟ ଅଞ୍ଚଳରୁ ଆସିଥିବା କଳାକାରମାନେ ନିଜ କଳାର ପ୍ରଦର୍ଶନ କରି ନଗରବାସୀଙ୍କୁ ଭକ୍ତିମୟ ପରିବେଶରେ ମଗ୍ନ କରିଦେଇଥିଲେ।
ଶୋଭାଯାତ୍ରା ସମୟରେ ଭକ୍ତମାନେ ଡିଜେରେ ବାଜୁଥିବା ରାମଧ୍ଵନିରେ ନୃତ୍ୟ କରୁଥିବା ର ଦେଖିବାକୁ ମିଳିଥିଲା।ଏହି ଯାତ୍ରା ବଲାଣି ଟାଉନସିପର ବିଭିନ୍ନ ଛକ ଅତିକ୍ରମ କରି  ଶାନ୍ତିନଗର ହନୁମାନ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲା।
ଏହି ଅବସରରେ ବିଭିନ୍ନ ଛକ ରେ ଭକ୍ତମାନଙ୍କ ପାଇଁ ପଣା ଓ ଭୋଗପ୍ରସାଦ ବିତରଣର ବ୍ୟବସ୍ଥା କରାଯାଇଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ଶାନ୍ତି ଓ ସୁରକ୍ଷା ନିମନ୍ତେ ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ  ଭାବେ ସଚେତନ ର ସହିତ ଶୋଭାଯାତ୍ରା କୁ ସଫଳ କରିବାରେ ବେଶ ଭୂମିକା ଗ୍ରହଣ କରୁଥିଲେ।

Recent Comments

Leave Comments

Top