logo
add image
ମା ଭଗବତୀ ପୀଠରେ ଚଣ୍ଡୀଯଜ୍ଞ ଅନୁଷ୍ଠିତ

ମା ଭଗବତୀ ପୀଠରେ ଚଣ୍ଡୀଯଜ୍ଞ ଅନୁଷ୍ଠିତ

ସୁବର୍ଣ୍ଣପୁର/୨୮/୦୩/୨୦୨୬/(ଆଧାର ମିଡ଼ିଆ)-ସହରର ସର୍ବ ପୂରାତନ ମା ଭଗବତୀ ଦେବୀଙ୍କ ପୀଠରେ ଚୈତ୍ର ନବରାତ୍ର ଅବସରରେ ଅଷ୍ଟମୀ ନିଶାରାତ୍ରୀରେ ଚଣ୍ଡିଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଆଜି ଭୋରୁ ମାଁଙ୍କ ସ୍ନାନନୀତି ପରେ ମାଁ ଭଗବତୀ ମହାଗୌରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ନିତିପୂଜା ସରିବା ପରେ ମାଙ୍କ ପାଖରେ ଅନ୍ନ ଭୋଗଲାଗି ପରେ ମାଙ୍କ ୩ଟାରୁ ୫.୩୦ ପର୍ଯ୍ୟନ୍ତ ପହଡ ପଡିଥିଲା। ସନ୍ଧ୍ୟାରେ ମନ୍ଦିର ଖୋଲାଯାଇ ମାଙ୍କ ସନ୍ଧ୍ୟାଧୂପ, ନୀତି ଆଳତୀ ହେବାପରେ ପଞ୍ଚାମୃତ ଭୋଗ ବଣ୍ଟନ କରାଯାଇଥିଲା।
ପରେ ଚଣ୍ଡିଯଜ୍ଞ ପାଇଁ ରାତ୍ରି ୧୦ ଟା ବେଳେ ମହାନଦୀ ଆମ୍ବଘାଟରୁ ପୂର୍ଣ୍ଣ କଳସ ପୂଜା ବିଧି ସହ ମନ୍ଦିରକୁ ଅଣାଯାଇ ନିଶା ରାତିରେ ମାଙ୍କ ପାଖରେ ନିଶାପୂଜା କରାଯାଇଥିଲା ପରେ ମାଙ୍କ ଆଜ୍ଞ ପାଇବା ପରେ ଚଣ୍ଡିଜପ ଓ ଚଣ୍ଡିଯଜ୍ଞ କରାଯାଇଥିଲା । ଏହି ସପ୍ତଶତି ଚଣ୍ଡିଯଜ୍ଞରେ ପଣ୍ଡିତ ଆଚାର୍ଯ୍ଯ ଆନନ୍ଦ ମିଶ୍ର, କର୍ତ୍ତା ଭାବରେ ରାଜ କିଶୋର ତ୍ରିପାଠୀ, ମାନ ଭଞ୍ଜନ ମିଶ୍ର, ଅଜିତ ମିଶ୍ର, ହୃଷିକେଶ ପାଢୀ, ମନ୍ଦିର ମୁଖ୍ୟ ପୁଜକ ସୁରୁବାବୁ ଥନାପତି, ଦେବେଶ ଥନାପତି, ମା ମହାକାଳୀଙ୍କ ସେବକ ସୁରୁବାବୁ ଡାଙ୍ଗୁଆ,ମନ୍ଦିର ସେବାକାରୀ ଉମେଶ ଚୌହାନ ଏବଂ ଅନ୍ଯ ଭକ୍ତବୃନ୍ଦ ମାନେ ଉପସ୍ଥିତ ରହିବା ସହ ମା ଭଗବତୀଙ୍କ ବିଭୂକୃପା ଲାଭ କରିଥିଲେ।

Recent Comments

Leave Comments

Top