ସିନାପାଲି/୨୯/୩/୨୦୨୬/(ଆଧାର ମିଡ଼ିଆ /ରିପୋର୍ଟ - ହେରମ୍ବ ମେହେର )-ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବର ଗାଥା ବହନ କରୁଥିବା ଉଦନ୍ତୀ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି ! ମହୋତ୍ସବର ଉଦଯାପନୀ ସାଂସ୍କୃତିକ ସଂଧ୍ୟାର ସଭାରେ ମହୋତ୍ସବ ପାଳନ କମିଟିର ଉପଦେଷ୍ଟା ବୈଶମ୍ପାୟନ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ! ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ୍ ମୋହନ ପାଣିଗ୍ରାହୀ ଯୋଗଦାନ କରିଥିଲେ ,ସମ୍ମାନିତ ଅତିଥି ଭାବେ ମହୋତ୍ସବ ପାଳନ କମିଟି ସମ୍ପାଦକ ସୁରଜ୍ ମେହେର, ଉପଦେଷ୍ଟା ନୀଳମଣି ମେହେର, ନାଗରିକ କମିଟି ସଭାପତି ଡମ୍ବରୁଧର ମେହେର, କଳାହାଣ୍ଡି ର ପୂର୍ବତନ ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ ! ଉଦନ୍ତୀ ମହୋତ୍ସବ ରାଜ୍ୟ ତଥା ରାଜ୍ୟ ବାହାରେ ଲୋକପ୍ରିୟତା ଲାଭ କରିଥିବା ବେଳେ କଳା, ସାହିତ୍ୟ,ସଂସ୍କୃତି, ଐତିହ୍ୟ ଓ ପରମ୍ପରା ର ଏହା ଏକ ମହାମିଲନ ବୋଲି ଅତିଥି ମତପ୍ରକାଶ କରିଥିଲେ ତାପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଆ ଅଭିନେତ୍ରୀ ସୁରଚିତା ସ୍ୱାଇଁ ,କମେଡ଼ିଆନ ଟୁକୁନା ଷ୍ଟାଇଲିଷ୍ଟ ଓ ସମ୍ବଲପୁରୀ ଗାୟକ ଉମାକାନ୍ତ ବାରିକଙ୍କ ଦମଦାର ସଙ୍ଗୀତ ଓ ନୃତ୍ୟରେ ଲୋକଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲେ !
Recent Comments