logo
add image
ଆଜିଠୁ ମାରାଗୁଡ଼ା ଲୋକମହୋତ୍ସବ-୨୦୨୬”:ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଆଜିଠୁ ମାରାଗୁଡ଼ା ଲୋକମହୋତ୍ସବ-୨୦୨୬”:ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ନୂଆପଡ଼ା/୦୧/୦୪/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ନୂଆପଡ଼ା ଜିଲ୍ଲାର ଇତିହାସ,ଐତିହ୍ୟ,ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ-୨୦୨୬ ଭବ୍ୟ ଭାବେ ଉଦ୍ଘାଟିତ ହେବ। ଏହି ପାଞ୍ଚଦିନିଆ ମହୋତ୍ସବ ଏପ୍ରିଲ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହେବ।
ମହୋତ୍ସବର ସୁଚାରୁ ପରିଚାଳନା ପାଇଁ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସମନ୍ୱୟ ଓ ସହଯୋଗ ସହିତ କାର୍ଯ୍ୟ କରି ମହୋତ୍ସବକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ।ବିଶେଷକରି ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ପୋଲିସ ବଳର ବ୍ୟାପକ ମୁତୟନ ସହ ସାଧାରଣ ବେଶରେ ପୋଲିସ କର୍ମଚାରୀ ମାନଙ୍କୁ ମହୋତ୍ସବ ସ୍ଥଳରେ ନିୟୋଜିତ କରି ପକେଟ୍ ମାର ଓ ଅନ୍ୟାନ୍ୟ ଅପରାଧ ରୋକିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପାର୍କିଂ,ବସିବା ବ୍ୟବସ୍ଥା,ରାସ୍ତାକଢ଼ ଲାଇଟ୍,ପିଇବା ପାଣି,ସ୍କ୍ରିନିଂ ଇତ୍ୟାଦି ବିଷୟରେ ସବିଶେଷ ଆଲୋଚନା ହୋଇଥିଲା।ଯାତାୟତ ବ୍ୟବସ୍ଥା ସମ୍ପର୍କରେ ଆର୍‌ଟିଓ ବିଭାଗ ଅଟୋ ରିକ୍ସା ଚାଳକମାନଙ୍କ ସହ ଆଲୋଚନା କରିଛି ଓ ସାଧାରଣ ଲୋକଙ୍କୁ ସ୍ୱଳ୍ପ ଭଡ଼ାରେ ମହୋତ୍ସବ ସ୍ଥଳକୁ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି।
ମହୋତ୍ସବର ଉଦଘାଟନୀ ଉପଲକ୍ଷେ ସକାଳ ଘ ୭.୩୦ ଟିକା ସମୟରେ ମୁଖ୍ୟାଳୟ ଠାରୁ ନେସନାଲ କଲେଜ ପର୍ଯ୍ୟନ୍ତ ଏକ ବିଶାଳ ସାଂସ୍କୃତିକ ରାଲି (ମଶାଲ ଶୋଭାଯାତ୍ରା) ଆୟୋଜିତ ହେବ। ସନ୍ଧ୍ୟା ଘ. ୫.୩୦ ଟିକା ସମୟରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ।ପାଞ୍ଚଦିନିଆ ଏହି ମହୋତ୍ସବରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାଯ୍ୟକ୍ରମ ଆୟୋ ଜିତ ହେବା ସହ ଓଡ଼ିଆ ସଙ୍ଗୀତ ଜଗତର ଖ୍ୟାତନାମା କଣ୍ଠଶିଳ୍ପୀମାନେ ତାଙ୍କର ସୁରିଳା କଣ୍ଠରେ ଦର୍ଶକମାନଙ୍କୁ ମନୋ ରଞ୍ଜନ କରିବେ। କାଯ୍ୟକ୍ରମ ଅନୁସାରେ—୧ ଏପ୍ରିଲରେ ବିଷ୍ଣୁ ମୋହନ କବି, ୨ ଏପ୍ରିଲରେ ସ୍ୱୟମ ପାଢ଼ୀ,୩ଏପ୍ରିଲରେ ଅନନ୍ୟା ଶ୍ରୀତମ ନନ୍ଦ,୪ ଏପ୍ରିଲରେ ଜୟଶ୍ରୀ ଧଳ ଓ ୫ ଏପ୍ରିଲରେ ଉମାକାନ୍ତ ବାରିକଙ୍କ ସଙ୍ଗୀତ ସନ୍ଧ୍ୟା ଆୟୋଜିତ ହେବ।ଏହା ସହିତ ଲୋକକଳା, ସଂସ୍କୃତିକ କାରଯ୍ୟକ୍ରମ, ହସ୍ତଶିଳ୍ପ ପ୍ରଦର୍ଶନୀ ଓ ଖାଦ୍ୟ ମେଳା ମହୋତ୍ସବର ମୁଖ୍ୟ ଆକର୍ଷଣ ହେବ। ମାରାଗୁଡ଼ା ଅଞ୍ଚଳର ପୁରାତନ ଐତିହ୍ୟ ଓ ଲୋକସଂସ୍କୃତିକୁ ପ୍ରଚାର ପ୍ରସାର କରିବା ଏହି ମହୋତ୍ସବର ପ୍ରମୁଖ ଉଦ୍ଦେଶ୍ୟ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଡେପୁଟି କଲେକ୍ଟର ଏସ୍‌.କେ. ନାସିମ, ଡିସିଓ ରମେଶ ମହାରା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜିଲ୍ଲାବାସୀଙ୍କୁ ଏହି ଲୋକମହୋତ୍ସବରେ ଯୋଗଦେଇ ଏହାକୁ ସଫଳ କରିବାକୁ ଅନୁରୋଧ କରାଯାଇଛି।

Recent Comments

Leave Comments

Top