logo
add image
ବଲାଣିରେ ହନୁମାନ ଜୟନ୍ତୀ ପାଳିତ l 

ବଲାଣିରେ ହନୁମାନ ଜୟନ୍ତୀ ପାଳିତ l 

ବଲାଣି/ବଡବିଲ/୨/୪/୨୦୨୬/(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ)- କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣି ଅଞ୍ଚଳ ବଲାଣି ରେ ଗୁରୁବାର ଦିନ ଅତି ଆଡମ୍ବର ସହିତ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ଶାନ୍ତିନଗର ସ୍ଥିତ ହନୁମାନ ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁ ମାନେ ସାମୁହିକ ଭାବରେ ଅଖଣ୍ଡ ହନୁମାନ ଚାଳିଶା ପାଠ ପଢ଼ିଥିଲେ l ଶ୍ରଦ୍ଧାଳୁ ମାନଙ୍କ ନିଜ ସାମର୍ଥ ଅନୁସାରେ ୧୦ ରୁ ନେଇ ୧୦୦ ଥର ପର୍ଯ୍ୟନ୍ତ ହନୁମାନ ଚାଳିଶା ପାଠ ପଢ଼ିଥିଲେ । ଶହ ଶହ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ନାରଙ୍ଗୀ ରଙ୍ଗର ବସ୍ତ୍ର ଧାରଣ କରିବା ସହ ହାତରେ ହନୁମାନ ଚାଳିଶା ବହି ଧରି ଶ୍ରୀ ରାମ ଚନ୍ଦ୍ର, ପବନସୂତ ହନୁମାନ ଏବଂ ଉମାପତି ମହାଦେବଙ୍କ ନାମ ଜାପ କରୁଥିବାର ଦେଖିବାକୁ ମିଳିଛି l ଏହି ଅବସରରେ ହନୁମାନ ମନ୍ଦିରରେ ଭାରି ସଂଖ୍ୟାରେ ଭକ୍ତ ମାନଙ୍କୁ ପ୍ରସାଦ ରୁପେ ଅର୍ଣ୍ଣ ବଣ୍ଟନ କରାଯାଇଥିଲା l

Recent Comments

Leave Comments

Top