ବାଲିଗୁଡା/୧୪/୦୪/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ମନ୍ଦିର ପରିସରରେ ମହାବିଷୁବ ସଂକ୍ରାନ୍ତି ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି | ଏହି ଅବସରରେ ମା'ପାଟଖଣ୍ଡା ସେବତୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l ସମଗ୍ର କନ୍ଧମାଳ ଜିଲ୍ଲା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସି ମାଙ୍କ ଦର୍ଶନ କରିଥିଲେ | ପ୍ରତ୍ୟୁଷରୁ ମାଙ୍କର ରୀତିନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା ପରେ ପରେ ମାଙ୍କ ଏହି ସେବତୀ ଦୁର୍ଲଭ ବେଶକୁ ଦେଖିବା ପାଇଁ ପ୍ରତ୍ୟୁଷରୁ ରାତ୍ରପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା | ସମସ୍ତେ ଶୃଙ୍ଖଳିତ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରିଥିଲେ | ଏ ନେଇ ମନ୍ଦିର ପରିଚାଳନା କମିଟି ତଥା କିଛି ଭକ୍ତଙ୍କ ତରଫରୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇଥିଲା l କମିଟିର ସମସ୍ତ ସଦସ୍ୟ,ପୂଜକ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l
Recent Comments