logo
add image
ବଲାଣି ଡିଏଭି ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଶତପ୍ରତିଶତ ସଫଳତା ହାସଲ କରିଛି।

ବଲାଣି ଡିଏଭି ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଶତପ୍ରତିଶତ ସଫଳତା ହାସଲ କରିଛି।

ବଲାଣି/ବଡବିଲ/୧୫/୪/୨୬/(ଆଧାର ମିଡ଼ିଆ) କେନ୍ଦୁଝର ଜିଲ୍ଲା ବଲାଣି ଟାଉନ ସିପ ସ୍ଥିତ ଡି ଏ ଭି ପବ୍ଲିକ ସ୍କୁଲ ଚଳିତ ବର୍ଷ ଦଶମ ଶ୍ରେଣୀ ସି ବି ଏସ ଇ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛି। ପରୀକ୍ଷା ଦେଇଥିବା ସମସ୍ତ ୪୮ ଜଣ ସଫଳ ହାସଲ କରିଛନ୍ତି। ଆୟୁଷ କୁସ୍ୱହା ନାମକ ଛାତ୍ର ୯୮.୨୦ ପ୍ରତିଶତ ନମ୍ବର ରଖି ସ୍କୁଲ ଟପ୍ପର ହୋଇଥିବା ବେଳେ ଅଭିଲିପସା ପ୍ରିୟଦର୍ଶନୀ ଆଇଚା ୯୭.୮ ପ୍ରତିଶତ ନମ୍ବର ସହ ଦ୍ୱିତୀୟ ସ୍ଥାନ ଏବଂ ସଂସ୍କୃତି ଗିରି ୯୬.୮ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ରେ ରହିଛନ୍ତି। ସର୍ବାଧିକ ନମ୍ବର ରଖି ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ସ୍କୁଲର ପ୍ରଧାନ ଆଚାର୍ଯ୍ୟା ରାଜଶ୍ରୀ ମହାପାତ୍ର ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ବ୍ୟତୀତ ସ୍କୁଲ ର ସମସ୍ତ ଶିକ୍ଷକ ଓ ଅଭିଭାବକମାନେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ୍ ଜଣାଇଲେ।

Recent Comments

Leave Comments

Top