ବୌଦ୍ଧ/୧୪/୦୪/୨୦୨୬/(ଆଧାର ମିଡ଼ିଆ)-ଆଜି ପବିତ୍ର ଓଡ଼ିଆ ନବବର୍ଷ ପଣାସଂ କ୍ରାନ୍ତି.ଏବଂ ହନୁମାନ ଜୟନ୍ତୀ ଏହି ପବିତ୍ର ଦିବସକୁ ମହାନଦୀ ଆଳତି ଘାଟରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ସନ୍ଧ୍ୟାରେ ଭଜନ କୀର୍ତ୍ତନ ହେବା ପରେ ହନୁମାନ ଚାଳିଶା ପାଠ ହୋଇଥିଲା l ଭକ୍ତ ମାନଙ୍କ ଦ୍ଵାରା ମିଳିତ ଭାବେ ଦିବ୍ୟ ମହାନଦୀ ଆଳତି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କୁନି କୁନି ଶିଶୁ ମାନେ ଶ୍ରୀରାମ,ସୀତା,ଲକ୍ଷ୍ମଣ ଓ ହନୁମାନ ବେଶରେ ମହାନଦୀ ଆଳତି କରିଥିଲେ l ମୂଖ୍ୟ ଅତିଥି ଭାବେ ମେଜରଡ଼ ଦେବାଶିଷ ମିଶ୍ର ଯୋଗଦାନ କରି ଆଳତି କରିବା ସହିତ ନିଜର ମତ ପ୍ରକାଶ କରିଥିଲେ l ପୂଜକ ଭାବେ ମିନୁପ୍ରସାଦ ମିଶ୍ର, ବ୍ରହ୍ମଚାରୀ ଆଦିତ୍ୟ ଦାସ, ସୌମ୍ୟ ରଂଜନ ପୁରୋହିତ ପରିଚାଳନା କରିଥିଲେ l ମହାନଦୀ ମହୋତ୍ସବ ସମିତି ପକ୍ଷରୁ ମେଜର ମିଶ୍ରଙ୍କୁ ଉପଢୌକନ ଦେଇ ଶ୍ରେଷ୍ଠ ସେବା ଶିରୋମଣି ସମ୍ମାନ ପ୍ରଦାନ କରାଯାଇଥିଲା l କୁନି କୁନି ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା.ଆଳତି ଘାଟର ପୃଷ୍ଠପୋଷକ ଦେବାଶିଷ ପୁରୋହିତ ଧନ୍ୟବାଦ ଜ୍ଞାପନ କରିଥିଲେ l ଶେଷରେ ଭକ୍ତ ମାନଙ୍କୁ ପଣା ପ୍ରସାଦ ବିତରଣ ହୋଇଥଲା l
Recent Comments