logo
add image
ସୁବର୍ଣ୍ଣପୁର ଟାଉନ ହଲରେ ଧୁମଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ।

ସୁବର୍ଣ୍ଣପୁର ଟାଉନ ହଲରେ ଧୁମଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ।

ସୁବର୍ଣ୍ଣପୁର/୧୪/୦୪/୨୦୨୬/(ଆଧାର ମିଡ଼ିଆ)-ଆଜି ସୁବର୍ଣ୍ଣପୁର ଜିଲ୍ଲାର ଟାଉନହଲ ଠାରେ ଓଡିଶା ନବବର୍ଷ ଏବଂ ପଣା ସଂକ୍ରାନ୍ତି ସୋନପୁର ପଞ୍ଚାୟତ ସମିତି ଦ୍ୱାରା ପାଳନ କରା ଯାଇଛି । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ।କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ,ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରତୀକ କର ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଉପଲକ୍ଷେ ଟାଉନ ହଲରେ ଓଡ଼ିଆ ପକ୍ଷ ପାଳନ ଉପରେ ଆଧାରିତ ରଙ୍ଗୋଲି ଓ ଝୋଟି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହା ଛଡା ହୁଳ ହୁଳି ପ୍ରତିଯୋଗିତା ମଧ୍ୟ ଆୟୋଜନ ହୋଇଥିଲା ଏବଂ ପଣା ସଂକ୍ରାନ୍ତି ଅବସରରେ ବେଳ ପଣା ବଣ୍ଟନ କରାଯାଇଥିଲା ।ପ୍ରତିଯୋଗିତାରେ ଉତ୍ତୀର୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଦିଆ ଯାଇଥିଲା ଏବଂ ସଂସ୍କୃତିକ ଦଳମାନେ ତାଙ୍କ ନୃତ୍ୟ ପରିବେଷଣ କରିଥିଲେ ।

Recent Comments

Leave Comments

Top