ସୁବର୍ଣପୁର/1202/2022- (ନ୍ୟୁଜ-ଆଧାର ଓଡିଶା) ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତାଲିମ ଗୃହରେ ଜାତୀୟ କୃମିନାଶକ ଦିବସପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ସମସ୍ତ ମହିଳା ସ୍ଵାସ୍ଥ୍ୟକର୍ମୀ ଏବଂ ସ୍ଵାସ୍ଥ୍ୟ ପରିଦର୍ଶକ ମାନଙ୍କୁ ଏହି ଅବସରରେ ତାଲିମ ପ୍ରଦାନ କରାଯାଇଥିଲା। ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ଜନସ୍ଵସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ପ୍ରଶିକ୍ଷକ ଦାୟିତ୍ଵ ତୁଲାଇଥିବା ବେଳେ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଅଶୋକ ମିଶ୍ର କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଆଗାମୀ ୧୦ ଫେବୃୟାରୀରୁ ୧୬ ଫେବୃୟାରୀ ମଧ୍ୟରେ ଆଶା, ଅଙ୍ଗନବାଡି କର୍ମୀ ଏବଂ ମହିଳା ସ୍ଵାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ୧ ବର୍ଷରୁ ୨ ବର୍ଷ ମଧ୍ୟରେ ଥିବା ସମସ୍ତ ଶିଶୁଙ୍କୁ କୃମିନାଶକ ଔଷଧ ଖୁଆଇବେ। ଏବଂ ୧୪ ମାର୍ଚ୍ଚରୁ ୨୩ ମାର୍ଚ୍ଚ ମଧ୍ୟରେ ୨ ବର୍ଷରୁ ୧୯ ବର୍ଷ ବୟସର ହିତାଧିକାରୀଙ୍କୁ ଡିଇସି ବଟିକା ସହିତ କୃମିନାଶକ ଔଷଧ ଖୁଆଯିବ। ଏହି ଅବସରରେ ସ୍ଵାସ୍ଥ୍ୟକାନ୍ଥ, ମେଗାଫୋନ ଏବଂ ସାମାଜିକ ଗଣମାଧ୍ୟମ ଦ୍ଵାରା ଲୋକଙ୍କ ନିକଟକୁ ବ୍ୟାପକ ସ୍ଵାସ୍ଥ୍ୟବାର୍ତ୍ତା ପହଞ୍ଚାଇବାକୁ ପ୍ରଶିକ୍ଷାର୍ଥୀମାନଙ୍କୁ କୁହାଯାଇଥିଲା।
( ରିପୋର୍ଟ-ଯୁଧିଷ୍ଠିର ସାହୁ )
Recent Comments