logo
add image
କୁଷ୍ଠ ନିରାକରଣ ଉଦଯାପନୀ ଉତ୍ସବ ଅନୁଷ୍ଠିତ

କୁଷ୍ଠ ନିରାକରଣ ଉଦଯାପନୀ ଉତ୍ସବ ଅନୁଷ୍ଠିତ


ବିନିକା/ସୁବର୍ଣପୁର/13/02/2022/( ନ୍ୟୁଜ-ଆଧାର ଓଡିଶା )ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ଆନୁକୂଲ୍ୟରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଲେପ୍ରା ସୋସାଇଟି ଓଡିଶାର ଆମ୍ବାସେଡ଼ର ତଥା ବରିଷ୍ଠ ସାମ୍ବାଦିକ,ଆଇନଜୀବୀ ଗୋରେଖ ନାଥ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଷ୍ଠ ନିରାକରଣ ସକାଶେ ଜାଗ୍ରତତା ଏକାନ୍ତ ଆବଶ୍ୟକ ବୋଲି ମନ୍ତବ୍ୟ ଦେଇଥିଲେ । ୯୦ଦଶକରେ ସମଗ୍ର ପୃଥିବିରେ ସୁବର୍ଣ୍ଣପୁର ଅଞ୍ଚଳରେ ୧୦ ହଜାର ଲୋକରେ ସର୍ବାଧିକ ୨୨୪ କୁଷ୍ଠ ରୋଗାକ୍ରାନ୍ତ ଲୋକ ଥିବାର ଉଲ୍ଲେଖ କରିଥିଲେ । ଏବେ କୁଷ୍ଠରୋଗ ପୁଣି ସମାଜରେ ସଂକ୍ରମଣ ହେଉଥିବା ଯୋଗୁଁ ସାଧାରଣ ଜନତାଙ୍କୁ ଜାଗ୍ରତ ରହିବା ସକାଶେସେ ନିବେଦନ କରିଥିଲେ ।ଏହି ସଭାରେ ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ସଂଯୋଜନା ନୃସିଂହ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ କୁଷ୍ଠରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନରସିଂ ଅଧିକାରୀ ପୁଷ୍ପାମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଏହି ପକ୍ଷ ପାଳନର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । ସମାଜସେବୀ ରାମଗୋପାଳ ବାଘ  ଧନ୍ୟବାଦ ଅର୍ପଣ କରିଥିଲେ ।ପ୍ରରମ୍ଭରୁ ଗୁଲୁଣ୍ଡା ନିକଟସ୍ଥ କୁଷ୍ଠାଶ୍ରମରେ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ ଓ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସମାଜସେବୀ,ସାଧାରଣଜନତା ଯୋଗଦାନ କରିଥିଲେ । ପରେ  କୁଷ୍ଠମୁକ୍ତ ଭାରତ ନିର୍ମାଣ ସକାଶେ ଶପଥ ପାଠ କରିଥିଲେ । ( ରିପୋର୍ଟ- ଅକ୍ଷୟ କୁମାର ପୂଝରୀ  )            

Recent Comments

Leave Comments

Top