logo
add image
ତାରା ବେଶରେ ଦର୍ଶନ ଦେଲେ ମାଁ ସୁରେଶ୍ଵରୀ ।

ତାରା ବେଶରେ ଦର୍ଶନ ଦେଲେ ମାଁ ସୁରେଶ୍ଵରୀ ।

ସୁବର୍ଣ୍ଣପୁର,୪/୧୦/୨୦୨୪(ଆଧାର ମିଡ଼ିଆ )ନବରାତ୍ରୀ ର ଦ୍ୱିତୀୟ ଦିନରେ ସୁବର୍ଣ୍ଣପୁର ର ଇଷ୍ଟ ଦେବୀ ମାଁ ସୁରେଶ୍ୱରୀ ଆଜି ତାରା ବେଶରେ ଭକ୍ତ ବୃନ୍ଦଙ୍କୁ ଦର୍ଶନ ଦେଉଛନ୍ତି।ତାରା ହେଉଛନ୍ତି ତନ୍ତ୍ରପୂଜାର ମୁଖ୍ୟଦେବୀ।ସେଥିପାଇଁ ଏହି ସମୟରେ ମା'ଙ୍କୁ ଏହି ରୂପରେ ବିଧିପୂର୍ବକ ପୂଜାର୍ଚ୍ଚନା ତଥା ଦର୍ଶନ କରିଲେ ଆର୍ଥିକ ସ୍ୱଚ୍ଛଳତା ଏବଂ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଅଛି।ମା'ତାରାଙ୍କୁ ଏହି ଧରାପୃଷ୍ଠରେ ସର୍ବ ପ୍ରଥମେ ଏହି ରୂପରେ ମହର୍ଷି ବଶିଷ୍ଠ ଆରାଧନା କରିଥିବା କଥା ପୌରାଣିକ ତଥ୍ୟାବଳୀରୁ ଜଣାଯାଏ। ଆହୁରିମଧ୍ୟ ଜଣାଯାଏ ମାତାଙ୍କୁ ଆରାଧନା ଫଳରେ ମାତା ସମସ୍ତ ପ୍ରକାରର ଦୁଃଖଦୁର୍ଦ୍ଦଶା ତାଡନା ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କରିଥାନ୍ତି। ଏହା ସହ ଜନ ବିଶ୍ୱାସ ରହି ଆସିଛି ନବରାତ୍ରୀ ଅବସରରେ ମା'ଙ୍କୁ ଦର୍ଶନ କଲେ ପୁର୍ଣ୍ଣ ହୋଇଥାଏ ସମସ୍ତ ମନସ୍କାମନା।ଏହି ବିଶ୍ୱାସକୁ ପାଥେୟ ସ୍ୱରୂପ ନବରାତ୍ରୀ ସମୟରେ ମା'ଙ୍କ ପୀଠରେ ଭକ୍ତଙ୍କ ଦ୍ଵାରା ବିଶେଷ ପୂଜାର୍ଚ୍ଚନା ସବୁ ଅନୁଷ୍ଠିତ ହୋଇଥାଏ। ଏହାସହ ମା'ଙ୍କ ଏହି ଦିବ୍ୟରୁପର ଝଲକ ଓ ଆଶିଷ ଟିକିଏ ଲାଭ ପାଇଁ ଭକ୍ତମାନେ କାହିଁ କୋଉ ଦୂରଦୂରାନ୍ତରୁ ଛୁଟି ଆସିଥାନ୍ତି। ବିଶେଷ କରି ଏହି ସମୟରେ ସୁରେଶ୍ଵରୀ ଙ୍କ ପୀଠ ରେ ନବଦିନ ବ୍ୟାପି ଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହେଉଥିବାଯୋଗୁଁ ଭକ୍ତଙ୍କ ସମାଗମ ବହୁଗୁଣରେ ବୃଦ୍ଧି ପାଇଛି।

Recent Comments

Leave Comments

Top