ଅମ୍ବାଭୋନା ,୦୪/୧୦/୨୦୨୪(ଆଧାର ମିଡ଼ିଆ) ବରଗଡ ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଭୁକ୍ତା ସାର୍ବଜନୀନ ନବ ଦୁର୍ଗା ପୂଜା ର ସୁବର୍ଣ୍ଣ ଜୟନ୍ତି ରେ ରଙ୍ଗାରଙ୍ଗ ଡେନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତା ରେ ଛତିଶଗଡ ଓ ଓଡିଶା ର ବିଭିନ୍ନ ପ୍ରାନ୍ତ ରୁ ଡେନ୍ସ ଗ୍ରୁପ ଯୋଗଦାନ କରିଥିଲେ। ଭୁକ୍ତା ସାର୍ବଜନୀନ ନବ ଦୁର୍ଗା ପୂଜା ପରିଚାଳନା କମିଟିର ସଭାପତି ଡଃ ଚିନ୍ତାମଣୀ ପଟେଲ ଙ୍କ ସଭାପତିତ୍ବ ରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ଯ ଅତିଥି ବରିଷ୍ଠ ନାଗରିକ ଜୟଲାଳ ପଟେଲ, ସମ୍ମାନୀତ ଅତିଥି ପୂର୍ବତନ ବ୍ଲକ ଉପାଧ୍ଯକ୍ଷ ତଥା କମିଟିର ଉପସଭାପତି ଠାକୁର ରାମ ପଟେଲ, ଘାସିରାମ ଦାସ, ଏବିଇ ଓ ମୋହନ ଚରଣ ମହନ୍ତ, ଏବିଇଓ ଲାଲମୋହନ ସିଂହ, କମିଟିର ସଂପାଦକ ଗୌରୀଶଂଖର ଅଗ୍ରଔଳ, ସହ ସଂପାଦକ ମୋହନ ସିଂ ପଟେଲ, କୋଷାଧ୍ୟକ୍ଷ ପ୍ରେମକିଶୋର ପଟେଲ, ଭୁକ୍ତା ଗ୍ରାମପଞ୍ଚାୟତ ସରପଞ୍ଚ ବଲରାମ ବିଷର, ମେଘନାଥ ପଟେଲ, ରହିତ ପଟେଲ, ଜୟରାମ ପଟେଲ, ଚୈତନ୍ୟ ପଟେଲ, ରାଜେଶ ପଟେଲ, ଗୋପାଳ ପଟେଲ, ରାମଲାଲ ପଟେଲ, ନରେଶ ପଟେଲ,ବିକି ପଟେଲ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସର ରେ ଡେନ୍ସ ପ୍ରତିଯୋଗିତା ରେ ପ୍ରଥମ ପୁରସ୍କାର- ଛତିଶଗଡ ମହାସମୁନ୍ଦ ଭୁବନେଶ୍ଵରୀ ଡେନ୍ସ ଗ୍ରୁପ, ଦ୍ବିତୀୟ ପୁରସ୍କାର- ଝାରସୁଗୁଡ଼ା ୱାନ୍ସ ଷ୍ଟେପ ଡେନ୍ସ ଗ୍ରୁପ, ତୃତୀୟ ପୁରସ୍କାର- ଛତିଶଗଡ ସାରଙ୍ଗଗଡ ମୟୁରୀ ଡେନ୍ସ ଗ୍ରୁପ ଏବଂ ସ୍ବାନ୍ତନାମୂଳକ ପୁରସ୍କାର ଭାବେ ଛତିଶଗଡ ର ବଜାରୀ ଧନ୍ବନ୍ତରୀ ଡେନ୍ସ ଗ୍ରୁପ, ଛତିଶଗଡ ସାରଙ୍ଗଗଡ ତନିଆ ନିଶାଦ ଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଡଃ ଚିନ୍ତା ମଣୀ ପଟେଲ, ଗୌରୀଶଂଖର ଅଗ୍ରଔଳ,ଏବିଇଓ ଲାଲମୋହନ ସିଂହ, କୁମାର ପଟେଲ ପ୍ରମୁଖ ବିଚାରକ ଭାବେ ଦାୟିତ୍ବ ତୁଲାଇଥିବା ବେଳେ କାର୍ଯ୍ୟକ୍ରମ କୁ ମୋହନ ସିଦାର, ବିକି ବେହେରା, ବିଜୟ ପାଣ୍ତେ, ଅଜୟ ସାହୁ ସଂଯୋଜନା କରିଥିଲେ।
Recent Comments