logo
add image
ଟିକ୍ରାପଡା ଗାନ୍ଧୀ ପାଠାଗାର ବଲାଙ୍ଗୀର ଠାରେ ନବରାତ୍ର ଦୁର୍ଗାପୂଜା ର ଷଷ୍ଠ ଦିବସ ରେ ମା କାତ୍ୟାୟାନୀ ଦେବି ଙ୍କ ପୂଜନୋସବ ।

ଟିକ୍ରାପଡା ଗାନ୍ଧୀ ପାଠାଗାର ବଲାଙ୍ଗୀର ଠାରେ ନବରାତ୍ର ଦୁର୍ଗାପୂଜା ର ଷଷ୍ଠ ଦିବସ ରେ ମା କାତ୍ୟାୟାନୀ ଦେବି ଙ୍କ ପୂଜନୋସବ ।

ବଲାଙ୍ଗୀର ୦୮/୧୦/୨୦୨୪(ଆଧାର ମିଡ଼ିଆ)ବଲାଙ୍ଗୀର ସହର ଟିକ୍ରାପଡା ଗାନ୍ଧୀପାଠାଗାର ରେ ୫୭ତମ ଦୁର୍ଗା ପୂଜା ଗତ ୩/୧୦/୨୦୨୪ ଠାରୁ ଆରମ୍ଭ ହୋଇଯାଇଛି l ଚଳିତ ବର୍ଷ ୨/୧୨/୨୦୨୪ ଦିନ ବିଲ୍ଵ ବରଣ ସହ ନବରାତ୍ର ଦୁର୍ଗା ପୂଜା ଆୟୋଜନ କରାଯାଇଛି lଚଳିତ ବର୍ଷ ଆୟୋଜନ କମିଟି ର ସଭାପତି ପ୍ରକାଶ ନେପାକ,ସମ୍ପାଦକ ପ୍ରଦୀପ ସାହୁ, କୋଷାଧକ୍ଷ ଜିତେନ୍ଦ୍ର ନାଗ ଙ୍କ ସହ ଉପସଭାପତି ସନ୍ତକ ବହିଦାର, ବରିଷ୍ଠ ସଭ୍ୟ ଭଗବାନ ବଗର୍ତି,ସଭ୍ୟ ଆକବର (ମାନା ) ଖାନ, ସଞ୍ଜୟ ଗଡ଼ତ୍ୟା, ରାଜେନ୍ଦ୍ର ପାଣି ପ୍ରବୀଣ ଦର୍ଜୀ, ଟୁନା ହୋତା, ଅଜିତ ପଣ୍ଡା, ଦିଲୀପ ସାହୁ,ବାଦଲ ସାହୁ,ଜିତୁ ମାଟାରୀ, ଅବଦୁଲ ରାଜ଼ାକ, ଦାଶରଥି ସାହୁ, ବାବୁ ଶ୍ରୀଚନ୍ଦନ, ସଂଗ୍ରାମ ବହିଦାର, ଦୁର୍ଗା ସାହୁ,ରାଜେନ୍ଦ୍ର ମିଶ୍ର, ମହିଳା କମିଟି ସଭାପତି ବନେଶ୍ୱରୀ ବେହେରା,ସଭ୍ୟା ମିନତୀ ରଥ, ଦମୟନ୍ତୀ ବାଗ,ସଭ୍ୟା ସବିତା ବେହେରା,ମଞ୍ଜୁଳା ମିଶ୍ର,ପ୍ରମୁଖ ପୂଜା ଦାୟିତ୍ୱ ବହନ କରିଛନ୍ତି lପଣ୍ଡିତ ଶୁକଦେବ ତ୍ରିପାଠୀ ଏବଂ ସାଥି ପୂଜା କାର୍ଯ୍ୟ ସମ୍ପାଦନା କରିବା ସହ ମୁଖ୍ୟ କର୍ତ୍ତା ବୈଷ୍ଣବ ସାହୁ ଓ ସହଧର୍ମିଣୀ ସ୍ନେହଲତା ସାହୁ ଏବଂ ନଅ ଦିନରେ ନଅ ଜଣ ସହଯୋଗୀ କର୍ତ୍ତା ରୂପେ -ଅଶୋକ ଦାସ ଓ ସହଧର୍ମିଣୀ ସାଧନା ଦାସ,ପ୍ରକାଶ ନେପାକ ଓ ଭାରତୀ ନେପାକ,ଅବିନାଶ ବେହେରା ଓ ବନେଶ୍ୱରୀ ବେହେରା, ରାଜୁ ମିଶ୍ର ଓ ମଞ୍ଜୁଳା ମିଶ୍ର,ବାବୁଲା ରଥ ଓ ମିନତୀ ରଥ ଅମୀୟ ମିଶ୍ର ଓ ଦମୟନ୍ତୀ ମିଶ୍ର, ଜିତୁ ମଟାରୀ ଓ ପ୍ରତିମା ମଟାରୀ ,ଦିଲୀପ ସାହୁ ଓ କଳ୍ପନା ସାହୁ,ସଂଜୀବ (ଟୁନୁ) ସାହୁ ଓ ପ୍ରୀତି ସାହୁ, ରଂଜିତ ଗୋୟଲ ଓ ନେହା ଗୋୟଲ ପ୍ରମୁଖ ମା ଙ୍କ ପୂଜା ଓ ଉପାସନା କରୁଛନ୍ତି l ମେଢ଼ ସାଜଶଯ୍ୟା ପାଇଁ ସୋହେଲା ରୁ ଏବଂ ଆଲୋକ ସାଜଶଯ୍ୟା ଫୁଲବାଣୀ ରୁ ଆସିଛନ୍ତି l ଚଳିତ ବର୍ଷ ବିଶେଷ କରି ସମସ୍ତ ପଡ଼ାବାସୀ ଙ୍କୁ ସାମିଲ କରି ମା ଙ୍କ ପୂଜା ଉପରେ ପ୍ରାଧାନ୍ୟ ଦିଆଯାଇଥିବା ସଭାପତି ପ୍ରକାଶ ନେପାକ ସୂଚନା ଦେଇଛନ୍ତି lନବରାତ୍ର ଦୁର୍ଗା ପୂଜା ର ଷଷ୍ଠ ଦିବସରେ କାତ୍ୟାୟାନୀ ସ୍ୱରୂପା ମା ଦୁର୍ଗା ଙ୍କ ପୂଜା କରାଯାଇଛି l କର୍ତ୍ତା ଅମୀୟ ମିଶ୍ର ଏବଂ ସହଧର୍ମିଣୀ ଦମୟନ୍ତୀ ମିଶ୍ର ମା ଙ୍କ ପୂଜା ଓ ଉପାସନା କରିଥିଲେ l ସନ୍ଧ୍ୟା ରେ ଶତାଧିକ ଭକ୍ତ ଙ୍କ ସମାବେଶରେ ସଂନ୍ଧ୍ୟା ଆଳତି ଦେଇ ନାନା ପ୍ରକାର ପିଠା, ମଣ୍ଡା, କ୍ଷୀରି ପୁରୀ ସହ ମା ଙ୍କ ଠାରେ ଭୋଗ ଲଗାଇ ସମସ୍ତଙ୍କ ସୁଖୀ ଜୀବନ ପାଇଁ ମା ଙ୍କ ର ଆଶୀର୍ବାଦ ଭିକ୍ଷା କରିଥିଲେ l

Recent Comments

Leave Comments

Top