logo
add image
ମା ସୁରେଶ୍ଵରୀ ଙ୍କ ବଗଳାମୁଖୀ ବେଶ।

ମା ସୁରେଶ୍ଵରୀ ଙ୍କ ବଗଳାମୁଖୀ ବେଶ।

ସୁବର୍ଣ୍ଣପୁର ୯/୧୦/୨୦୨୪(ଆଧାର ମିଡ଼ିଆ)ଶାରଦୀୟ ନବରାତ୍ର ପୂଜାର ଆଜି ହେଉଛି ସପ୍ତମଦିନ।ଏଣୁ ଏଥିପାଇଁ ମା'ସୁରେଶ୍ୱରୀ ଆଜି ବଗଳାମୁଖି ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି।ମା' ବଗଳାମୁଖୀଙ୍କ ଏହି ଧରାଧାମକୁ ଅବତରଣ ନେଇ ଏକ ସୁନ୍ଦର ପୌରାଣିକ କଥା ରହିଛି।ପୌରାଣିକ କାହାଣୀ ଅନୁଯାୟୀ ଏକ ସମୟର କଥା ସୃଷ୍ଟିର ରଚୟିତା ଭଗବାନ ବ୍ରହ୍ମାଙ୍କର  ଗ୍ରନ୍ଥକୁ ଏକ ରାକ୍ଷସ ଚୋରାଇନେଇ ପାତାଳରେ ଯାଇ ଲୁଚି ରହିଥିଲା।ସେଥିରେ ବିବ୍ରତ ହୋଇ ପଡ଼ିଥିଲେ ଭଗବାନ ବ୍ରହ୍ମା।ତାହାଠାରୁ ତାହା ଉଦ୍ଧାର କରିବା ପାଇଁ ଭଗବାନ ବ୍ରହ୍ମାଙ୍କ ଦ୍ଵାରା ମା'ବଗଳାମୁଖୀଙ୍କ ଏହି ଧରାପୃଷ୍ଠକୁ ଆଗମନ କଥାରହିଛି।ଖାଲି ସେଥିପାଇଁ ନୁହଁ ସତ୍ୟ ଯୁଗର ଏକ ଘଟଣାକ୍ରମରେ ଏକ ଅସ୍ୱାଭାବିକ ଝଡ଼ବାତ୍ୟାର ସମ୍ମୁଖିନ ହୋଇ ଯେତେବେଳେ ସମ୍ପୁର୍ଣ୍ଣ ବିଶ୍ୱବ୍ରହ୍ମାଣ୍ଡଟି ଧ୍ୱଂସାଭିମୁଖିର ଆଶଙ୍କା ସୃଷ୍ଟି ହୋଇଥିଲା ସେତେବେଳେ ମା'ବଗଳାମୁଖି ପ୍ରକଟ ହୋଇ ତାକୁ ଶାନ୍ତ କରିପାରିଥିଲେ। ଆହୁରି ମଧ୍ୟ ଜଣାଯାଏ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ମାଆଙ୍କର ସରଣାପନ୍ନ ହୋଇଥିଲେ। ଭଗବାନ ଶ୍ରୀରାମଙ୍କ ରାବଣବଧ ସକାଶେ ଲଙ୍କା ଅଭିଯାନ ପୂର୍ବରୁ ମଧ୍ୟ ସ୍ୱୟଂ ଭଗବାନ ଶ୍ରୀରାମଚନ୍ଦ୍ର ଶତ୍ରୁନାସିନୀ ମାତା ବଗଳାମୁଖୀଙ୍କୁ ଆରାଧନା କରି ବିଜୟ ପ୍ରାପ୍ତ କରିଥିବା କଥାବସ୍ତୁ ରହିଛି।ସେଥିପାଇଁ ଶତ୍ରୁ କବଳରୁ ଉଦ୍ଧରିବା ଦେବୀ ଭାବରେ ମା'ବଗଳାମୁଖୀଙ୍କ ମାନ୍ୟତା ରହିଆସିଛି।ଏହି ସୃଷ୍ଟିକୁ ବିଭିନ୍ନ ସମୟରେ ବିଭିନ୍ନ ଆସୁରିକ ଶକ୍ତିଙ୍କ ଦୌରାତ୍ମ୍ୟ ଓ ଅତ୍ୟାଚାରରୁ ରକ୍ଷାକରି ଆସିଥିବା ପ୍ରମୁଖ ଦେବୀଙ୍କ ମଧ୍ୟରୁ ଏକ ପ୍ରମୁଖ ଦେବୀ ଅଟନ୍ତି ।ସୁତରାଂ ଶତ୍ରୁପୀଡ଼ାରୁ ମୁକ୍ତିଲାଭ ଓ କୃପା ଆଶିଷ ପ୍ରାପ୍ତ ସକାଶେ ଏହି ନବରାତ୍ର ସମୟରେ ମା'ବଗଳାମୁଖିଙ୍କୁ ଭକ୍ତମାନେ ଶ୍ରଦ୍ଧା ଓ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥାନ୍ତି।

Recent Comments

Leave Comments

Top