logo
add image
ଉତ୍ତମ-ଉଧେଇପାଲି ଆଞ୍ଚଳିକ ଗଜଲଷ୍ମୀ ପୂଜା।

ଉତ୍ତମ-ଉଧେଇପାଲି ଆଞ୍ଚଳିକ ଗଜଲଷ୍ମୀ ପୂଜା।

ଅମ୍ବାଭୋନା ,ବରଗଡ ୨୦/୧୦/୨୦୨୪(ଆଧାର ମିଡ଼ିଆ)ବାରପାହାଡ ଜଙ୍ଗଲ ଘେରା ଅଞ୍ଚଳ ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଉତ୍ତମ-ଉଧେଇପାଲି ୧୧ ତମ ଆଞ୍ଚଳିକ ଗଜଲଷ୍ମୀ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଅନ୍ତିମ ଦିବସ ରେ ଗଜଲଷ୍ମୀ ଦେବୀଙ୍କର ଷୋଡଶ ଉପଚାର ପୂଜା, ଚଣ୍ତିହବନ, ଲଷ୍ମୀ ପୂଜନ କାର୍ଯ୍ୟକ୍ରମ ହୋଇଥିଲା। ସେଠାରେ ମୁଖ୍ଯ ପଣ୍ଡିତ ଅଶୋକ ଦାସ, ଗଙ୍ଗାରାମ ଦାସ, ରହିତ ପଣ୍ତା ,ପୂଜକ ପଞ୍ଚାନନ ମହାପାତ୍ର ପୂଜାପାଠ କରିଥିବା ବେଲେ କୃଷ୍ଣଚନ୍ଦ୍ର ପଧାନ ସପତ୍ନୀ ପୁଷ୍ପାଳି ପଧାନ, ଘନଶ୍ୟାମ ପଧାନ ସପତ୍ନୀ ଉଷା ପଧାନ, ଭଗବାନ ପଧାନ ସପତ୍ନୀ ତପସ୍ବିନୀ ପଧାନ, ଟେନସନ ଦୁଆନ ସପତ୍ନୀ ରାଧିକା ଦୁଆନ,,ଶ୍ରୀ ରାମ ସାହୁ ସପତ୍ନୀ ପୁଷ୍ପାଜଂଲୀ ସାହୁ ପ୍ରମୁଖ କର୍ତ୍ତା ଭାବେ ତୁଲାଇଥିଲେ।ଏହି ଉପଲକ୍ଷେ ମାନପୁର ର ବାବା ଙ୍କ ଦ୍ବାରା ଭାଗବତ ଉପରେ ପ୍ରବଚନ ଦେଇଥିଲେ। ସେହିପରି ରସିଟଣା,ହୁଲହୁଲୀ, ରଙ୍ଗୋଲି, ନୃତ୍ଯ ଆଦି ପ୍ରତିଯୋଗିତା ହୋଇଥିବା ବେଳେ ମୟୁରୀ ଗଣନାଟ୍ଯ ମଞ୍ଚ ହୋଇଥିଲା। ଏହି ପୂଜା ମହୋତ୍ସବ ର ପରିଚାଳନା କମିଟିର ସଭାପତି ପ୍ରକାଶ ଭୋଇ ଙ୍କ ନେତୃତ୍ବ ରେ ଉପସଭାପତି ଚୈତନ୍ୟ ପଧାନ ସଂପାଦକ ଅଜୀତ ସା, ସହସଂପାଦକ ଦୁର୍ଯ୍ୟୋଧନ ସେଠ, କୋଷାଧ୍ୟକ୍ଷ ସୋମନାଥ ସାହୁ ସମେତ ଉପଦେଷ୍ଟା ମଣ୍ତଳୀ ଏବଂ ସ୍ବେଚ୍ଛାସେବୀକ ଯୁବକ ସୁବାଷ, କ୍ଷିରୋଦ, ଦୁଃଖିଶ୍ଯାମ, କ୍ଷିରୋଦ, ଯୋଶୀ, ଜିତୁ, ଚିନ୍ମମୟ, ମହେନ୍ଦ୍ର, ସୁମନ, ଜୟ, ବିଶ୍ବ, ସଚ୍ଚିନ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ। ଆସନ୍ତା କାଳି ଭସାଣି ଯାତ୍ରା ସହ ଗଜ ଲଷ୍ମୀ ପୂଜା ସଂପନ୍ନ ହେବ ବୋଲି କମିଟି ର କର୍ମକର୍ତ୍ତା ଗଣ ସୂଚନା ଦେଇଛନ୍ତି।

 

Recent Comments

Leave Comments

Top