ବଲାଙ୍ଗୀର ୨୦/୧୦/୨୦୨୪(ଆଧାର ମିଡ଼ିଆ)ବଲାଙ୍ଗୀର ସ୍ଥାନିୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ତହଁକ କୁଟୁମ ତରଫରୁ କୋସଲି ଖାନା କୋସଲି ଗାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ମନୋରଞ୍ଜନ ଯୋଷି ଯୋଗଦେଇ ଗୋଟିଏ ଅଂଚଳ ର ସଂସ୍କୃତି,ପରମ୍ପରା ସେ ଅଂଚଳ କୁ ପରିଚୟ ଦେଇଥାଏ ବୋଲି ମତ ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ କୋସଲ ପ୍ରବାହ ର ସଂପାଦକ ଆନନ୍ଦ ଚନ୍ଦ୍ର ସାହୁ , ସାମ୍ବାଦିକ ଚିତ୍ତ ରଞ୍ଜନ ମିଶ୍ର, ଜଗବନ୍ଧୁ ପଟେଲ ଯୋଗଦେଇ ଆମ ଅଞ୍ଚଳର ଖାଦ୍ୟ ଯେତେ ସୁସ୍ବାଦୁ ସେତେ ଦେହ ପାଇଁ ହିତକର ଅଟେ । ଏପରି ଏକ ଭିନ୍ନ ଚିନ୍ତାଧାରା ଜଂଗଳୀ ଖାଦ୍ୟ ପେୟ ଠୁ ପୂର୍ବପ୍ରଚଳିତ ସମସ୍ତ ଖାଦ୍ୟ ପ୍ରଦର୍ଶନ ସହ ଆଣିଥିବା ଖାଦ୍ୟ ଉପରେ କବିତା କବିମାନେ ପଠନକରିଥିଲେ । ସାରା ଦେଶରେ ଭୁଜାକୁ ନେଇଁ ବଲାଙ୍ଗୀର ମାଟିର ନାଁକୁ ପ୍ରତିଷ୍ଠିତ କରିପାରିଥିବା ନକୁଳପଟ୍ଟନାୟକକୁ ମାନପତ୍ରଦେଇସମ୍ମାନୀତକରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂପାଦକ ରାଜେଶ ଦଣ୍ଡସେନା ଉଦ୍ଧେଶ୍ୟ ଜ୍ଞାପନ କରିଥିବା ବେଳେ ମୁଖ୍ଯ ସଂପାଦକ ଅର୍ଜୁନ କୁମାର ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ , କବି ଦିଲ୍ଲିପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦୃତିୟ ଅଧିବେସନ ରେ ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର ଝାକର,ସାମ୍ବାଦିକ ସନ୍ଦିପ କୁଅଁର, ଦେବେନ୍ଦ୍ର ନାଏକ, ରାଜିବ ଭୋଇ, ଶଙ୍କର୍ଷଣ ସାହୁ, ଗୋପାଳ ଚନ୍ଦ୍ର ମେହେର ମଞ୍ଚାସୀନ ଥିଲେ। ପ୍ରଭାସିନୀ ଭୋଇ, କସ୍ତୁରୀ ରଥ କବିତା ଆସରକୁ ସଂଯୋଜନା କରିଥିବା ବେଳେ ଜ୍ୟୋତିରାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କବି ଗରିବ ମଲ୍ଲିକ, ଭବାନି ଶଙ୍କର ମିଶ୍ର, ମିଲନ ପଣ୍ଡା, ରୋସନ ସାହୁ , ଗଜେନ୍ଦ୍ର ସେଠି, ଦିଗାମ୍ବର ନାଏକ, ବିବେକ ପଧାନ, ପ୍ରହଲ୍ଲାଦ ଦଣ୍ଡସେନା , ତଥା ତହଁକ କୁଟୁମ ର ସମସ୍ତ କର୍ମ କର୍ତା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
Recent Comments