ରେଙ୍ଗାଲି ୨୩/୧୦/୨୦୨୪(ଆଧାର ମିଡ଼ିଆ//ରିପୋର୍ଟର-ସୁନୀଲ କୁମାର ନାଥ)ଆଜି ସମ୍ବଲପୁର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ମାଜିଷ୍ଟ୍ରେଟ,ଗୋଟିଏ ପ୍ଲାଟୁନ ଫୋର୍ସ, ଠେଲକୋଲାଇ ଥାନାର ୫ ଅଧିକାରୀଙ୍କ ଉପସ୍ଥିତ ରେ ସ୍ବାଧିନତା ସଗ୍ରାମୀ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଭୁମିରେ ଏକ "ଜଜ୍ଞ ମଣ୍ଡପ" ନିର୍ମାଣ ଆରମ୍ଭ ହେଲା।ପୂର୍ବତନ ବିଧାୟକ ନାଉରୀ ନାଏକ ଆର୍ଥିକ ମଞ୍ଜୁର ପ୍ରଦାନ କରିଥିଲେ।ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବଡିଓ ଙ୍କ ପତ୍ର ସଂଖ୍ୟା ୧୧୩୨/ତା.୧୩.୦୪.୨୩ ଅନୁସାରେ ପାଖ ଜମି ମାଲିକ ମାନଙ୍କୁ ଡାକି ସରକାରୀ ଜମି ଖାତା.ନଂ.୨୪୫ ପ୍ଲଟ ନଂ.୧୬୮୦ ରୁ ୦.୦୪ ଡି. ବିଡିଓ ଙ୍କୁ ରେଙ୍ଗାଲି ତହସିଲଦାର ଙ୍କ ପତ୍ର ସଂଖ୍ୟା ୩୧୯୩/ତା.୧୮.୦୭.୨୩ ରେ ଦେଇଥିଲେ l ଅନେକ ଦିନ ଆଗରୁ କିଛି ନିର୍ଦ୍ଧିଷ୍ଟ ଲୋକ ମାନେ ଏହି ଜମି କୁ ରୟତ ଜମି କହି ଗ୍ରାମର ଲୋକଙ୍କୁ ଠକୁ ଥିବାରୁ ଓ ମାରପିଟ କରିବା ପାଇଁ ଲୋକଙ୍କୁ ଭୟଭିତ କରାଉଥିବାରୁ "ଜଜ୍ଞ ମଣ୍ଡପ" ନିର୍ମାଣ କାମ ହୋଇପାରୁ ନ ଥିଲା l ତହସିଲ ତରଫରୁ ବାରମ୍ବାର ଚିହ୍ନଟ ହୋଇଥିଲେ ମଧ୍ୟ କାମ ଆରମ୍ଭ କରିଦେଉନଥିଲେ l ଗତ ତା ୨୩/୦୬/୨୦୨୪ ରାଜସ୍ବ ମନ୍ତ୍ରୀ ଙ୍କୁ ଅଭିଯୋଗ ପରେ ତହସିଲଦାର ଓ ଠେଲକୋଲାଇ ଥନାଧିକାରୀ ଉପସ୍ଥିତ ରହି କାର୍ଯ୍ୟରମ୍ଭ ପାଇଁ କହିବା ପରେ ତହସିଲଦାରଙ୍କ ଆଦେଶ ପତ୍ର ସଂଖ୍ୟା.୩୦୪୩ ତା ୨/୮/୨୦୨୪ଅନୁସାରେ ୬ ଜଣିଆ ଟିମ ସହିତ ପୋଲିସ ରହି ଜମି ଚିହ୍ନଟ ପାଇଁ ଧାର୍ଯ୍ୟ ହୋଇଥିଲା। ରେଙ୍ଗାଲି ତହସିଲଦାର ଓ ଠେଲକୋଲାଇ ଥନାଧିକାରୀ ବଦଲି ପରେ ବର୍ତ୍ତମାନ ର ତହସିଲଦାର "ଜଜ୍ଞ ମଣ୍ଡପ" କରେଇ ପାରିବେନି ବୋଲି ଗତ ତା.୧୭ ତାରିଖ ଦିନ ର ନୋଟିସ ପରେ ଗ୍ରାମବାସୀ ସନ୍ଦେହ କରିଥିଲେ। ଆଜିର କାର୍ଯ୍ୟକ୍ରମ ପରେ ମାନ୍ୟବର ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ସମ୍ବଲପୁର ଜିଲ୍ଲାପାଳ,ସମ୍ବଲପୁର ଏସ୍ ପି ଓ ସମସ୍ତ ଅଧିକାରୀ ମାନଙ୍କୁ ଗ୍ରାମବାସୀ ଧନ୍ୟବାଦ ଦେବା ସହିତ ସବୁଦିନ ପାଇଁ ମନେରଖିବେ ବେଲି କହିଛନ୍ତି ।ଜଜ୍ଞ ମଣ୍ଡପ ଶୁଭ ଦେବା ସମୟରେ ସୁରେନ୍ଦ୍ର ସାଏଙ୍କ ବଂଶଜ ଲାଲ ଫକୀର ସାଏ ପ୍ରଥମ ଶୁଭ ଦେଇଥିଲେ, ପରେ ତାଙ୍କ ଧର୍ମପତ୍ନୀ ସନ୍ଧ୍ୟାରାଣୀ ସାଏ, ତାଙ୍କ ଝିଅ ଅନିତାସାଏ ତଥା ଖିଣ୍ଡା ପଞ୍ଚାୟତ ର ସମିତି ସଭ୍ଯା, ଲାଲ ବିରେନ୍ଦ୍ର ସାଏ,ଅଚ୍ୟୁତ ଖମାରୀ,ଫକୀର ବୁଧିଆ, ଅନ୍ତର୍ଯ୍ୟାମି ତିୱାରୀ ,ଅକ୍ଷୟ ବେହେରା,ବିକ୍ରମ ବୁଧିଆ,ଜଜ୍ଞ ମଣ୍ଡପ ର କର୍ମକର୍ତ୍ତା ଙ୍କ ସହିତ ପଞ୍ଚାୟତ ର ଅନେକ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ । ଏହାକୁ ଗ୍ରାମର ଜଗନ୍ନାଥ ମନ୍ଦିର ପୂଜକ ପଣ୍ଡିତ ବିକାଶ ଚନ୍ଦ୍ର ପଣ୍ଡାଙ୍କ ଅନୁଶାରେ ପୂଜାପାଠ କରାଯାଇ ସମସ୍ତଙ୍କ ପାଇଁ ପ୍ରସାଦ ବ୍ଯବସ୍ଥା କରାଯାଇଥିଲା।ରାତି ସାରା ପ୍ରଶାସନ ର ସହଯୋଗରେ ଜଜ୍ଞ ମଣ୍ଡପ କାମ ଚାଲିବ ବୋଲି କମିଟି ପକ୍ଷରୁ ଜଣାଯାଇଛି ।
Recent Comments