logo
add image
ଶିକ୍ଷକରୁ ଓଏଏସ୍‌ ଭିଞ୍ଜେତୋରା ଗ୍ରାମ ର ନିରଞ୍ଜନ ବେହେରା।

ଶିକ୍ଷକରୁ ଓଏଏସ୍‌ ଭିଞ୍ଜେତୋରା ଗ୍ରାମ ର ନିରଞ୍ଜନ ବେହେରା।

ଭଟଲି ୨୫/୧୦/୨୦୨୪(ଆଧାର ମିଡ଼ିଆ)ଦୃଢ ଇଚ୍ଛାଶକ୍ତି ବଳରେ ମଣିଷ କିଛି ଭି କରିପାରେ ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ନିରଞ୍ଜନ ବେହେରା।ଭଟଲି ବ୍ଲକ୍ ଅନ୍ତର୍ଗତ ମୂଲବାର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭିଞ୍ଜେତୋରା ର ବାସୀନ୍ଦା ଇନ୍ଦ୍ରଜିତ ବେହେରା।ଚାଷକୁ ଆଧାର କରି ସ୍ତ୍ରୀ ଓ ପାଞ୍ଚ ଜଣ ପୁଅ ଝିଅଙ୍କୁ ନେଇ ପରିବାର ପ୍ରତିପୋଷଣ କରୁଥିଲେ।ତନ୍ମଧ୍ୟରୁ ତାଙ୍କ ଦ୍ବିତୀୟ ସୁପୁତ୍ର ନିରଞ୍ଜନ ବେହେରା ପିଲାଟି ଦିନରୁ ଶିକ୍ଷାକୁ ଆପଣେଇ କଠିଣ ପରିଶ୍ରମ ଫଳରେ ଜଣେ ସଫଳ ଶିକ୍ଷକ ଭାବରେ ସାରା ଭଟଲି ଅଞ୍ଚଳରେ ପରିଚୟ ସୃଷ୍ଟି କରିସାରିଛନ୍ତି । କିନ୍ତୁ ପାଠପଢାର ନିଶାରେ ଏତେମାତ୍ରାରେ ବିଭୋର ଥିଲେ ଯେ ଶିକ୍ଷକତା ସହିତ ଓଡିଶା ପ୍ରସାଶନିକ ସେବା କ୍ଷେତ୍ରରେ ପାଦ ଥାପିଥିଲେ।ଦୀର୍ଘ ପାଞ୍ଚ ବର୍ଷର ସଂଘର୍ଷ ତଥା ଦୁଇଥର ନିରାଶାର ସ୍ୱାଦ ଚାଖିବା ପରେ ବି ସେ ହାର ନମାନି ନିଜର ଅଧ୍ୟୟନର ଚଳାପଥରେ ଆଗକୁ ବଢି ଚାଲିଥିଲେ।ତାଙ୍କର ଆତ୍ମବିଶ୍ୱାସ ଥିଲା ଦିନେ ନା ଦିନେ ସେ କୃତକାର୍ଯ୍ୟ ହେବେ, ଗତ ଓଡିଶା ପ୍ରସାଶନିକ ସେବା (ଓ ଏ ଏସ୍‌) ପରୀକ୍ଷାରେ ୫୪୬ ର‌୍ୟାଙ୍କରେ ଉତ୍ତିର୍ଣ୍ଣ ହୋଇ ନିଜ ପରିବାର, ଗାଁ ମାଟି ତଥା ଭଟଲି ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି।ଏହି ଖବର ଜାଣିବା ପରେ ସମଗ୍ର ଭଟଲି ତଥା ଭିଞ୍ଜେତୋରା ଗ୍ରାମରେ ଖୁସିର ଲହରି ଖେଳିଯାଇଥିଲା।ଏହି ଅବସରରେ ଗ୍ରାମବାସୀ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରି ଶ୍ରୀ ନିରଞ୍ଜନ ବେହେରାଙ୍କୁ ସଂକୀର୍ତ୍ତନ୍ୟ ଭଜନ, ହୁଳହୁଳି ସହ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ନେଇଥିଲେ।ଏହି ସମ୍ବର୍ଦ୍ଧନା ସଭାରେ ଭଟଲି ବିଧାୟକ ଈରାଶିଷ ଆଚାର୍ଯ୍ୟ ଯୋଗଦେଇ ଶ୍ରୀ ବେହେରାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଥିଲେ । ଘନଶ୍ୟାମ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି  ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ରୂପେ ଭଟଲି ବିଧାୟକ ଈରାଶିଷ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ଶିକ୍ଷକ ପ୍ରେମ ରାଜ ମେହେର, ସନ୍ତୋଷ ସାହୁ, ପ୍ରଫୁଲ୍ଲ ଆଚାର୍ଯ୍ୟ, ଅଧିକାରୀ ସାହୁ, ଉପେନ୍ଦ୍ର ଖମାରୀ, ଯୋଗେଶ୍ୱର ପଧାନ, ଥବୀର ଭୁଏ, ସରପଞ୍ଚ ତରଣି କୁମୁରା, ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ହାସ୍ୟ କବି ଦେବେନ୍ଦ୍ର ସାହୁ। ଗ୍ରାମର ଶତାଧିକ ଗ୍ରାମବାସୀ ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ।

Recent Comments

Leave Comments

Top