ଖୋର୍ଦ୍ଧା,୨୬/୧୦/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ )ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ମାଣିକାଗୋଡ଼ା ଠାରେ ଭାଗବତ ସପ୍ତାହ ଓ ପ୍ରବଚନ ମହାଯଜ୍ଞ ଶ୍ରୀ ଗୋବିନ୍ଦଜୀଉ ବଡ଼ମଠ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରବଚନ କାର୍ଯ୍ୟକ୍ରମ କାର୍ତ୍ତିକ କୃଷ୍ଣପକ୍ଷ ଦ୍ଵିତୀୟା ଠାରୁ ଆରମ୍ଭ ହୋଇ ମଙ୍ଗଳବାର ପର୍ଯ୍ୟନ୍ତ ଚାଲୁ ରହିଥିଲା।ଗତ ଶନିବାର ମଙ୍ଗଳାରୋପଣ ଓ ଘଟ ସ୍ଥାପନ କରାଯାଇ ଥିଲା।ମହନ୍ତ ମନୋହର ଦାସ ମହାରାଜ ଓ ମହନ୍ତ ଛନ୍ଦାଚରଣ ଦାସ ମହାରାଜ ସପ୍ତାହ ବ୍ୟାପି ସନ୍ଧ୍ୟା ୭ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରବଚନ ଜ୍ଞାନ ପ୍ରଦାନ କରିଥିଲେ।ବ୍ୟାସ ରୂପେ ଦାମୋଦର ଦାସ ମହାରାଜ ଦାୟିତ୍ୱ ତୁଲାଇଥିଲେ l ବିଜେପି ଜିଲ୍ଲା ସମ୍ପାଦକ ଇଂ କର୍ପୁର ସାହୁ, ଦିବ୍ୟଜୀବନ ସଂଘର ସମ୍ପାଦକ ଫକୀର ମୋହନ ସୁବୁଦ୍ଧି,କୋଷାଧକ୍ଷ କୁବେର ସାହୁ, ବ୍ରହ୍ମଚାରୀ ଲଷ୍ମୀଧର ମହାପାତ୍ର, ଶିକ୍ଷକ ଶରତ ଚନ୍ଦ୍ର ସାହୁ,ଶିକ୍ଷା ଅଧିକାରୀ ଶିଶିର କୁମାର ସାହୁ,ଷ୍ଟେଟ ବ୍ୟାଙ୍କ ଅଧିକାରୀ ଅଜୟ ବେହେରା,ପ୍ରତାପ ପଟ୍ଟନାୟକ,ସନ୍ତୋଷ ଦଳାଇ,ନନ୍ଦକିଶୋର ସାହୁ,ଅବାସୀ ରାଉତ,ନୀଳକଣ୍ଠ ପ୍ରଧାନ,ଭିକାରୀ ପୃଷ୍ଟି ଓ ପୀତବାସ ସାହୁ ପ୍ରମୁଖ ସହଯୋଗ କରିଥିଲେ।ଦିବ୍ୟଜୀବନ ସଂଘ ସଭାପତି ରାଧା ଚରଣ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ପ୍ରାୟତଃ ୧ହଜାର ମହିଳା ଓ ପୁରୁଷ ଭାଗବତ ପ୍ରେମୀ ଯୋଗଦେଇ ବିଭୁକୃପା ଲାଭକରି ପ୍ରସାଦ ସେବନ କରିଥିଲେ।ପରିଶେଷରେ ବ୍ୟାସ ଓ ପ୍ରବଚକଙ୍କ ପଦପୂଜା କରାଯାଇ ଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଥିଲା।
Recent Comments