ଅମ୍ବାଭୋନା/ବରଗଡ,୩୦/୧୦/୨୦୨୪(ଆଧାର ମିଡ଼ିଆ)ଛତିଶଗଡ ରାୟଗଡ ଲୋଇଂ ଭୋଜପଲ୍ଳୀ ରେ ପଶ୍ଚିମ ଓଡିଶା ଓ ଛତିଶଗଡ ଡେଲକି ଖଡିଆ ସମାଜ ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଛତିଶଗଡ ରାୟଗଡ ଜିଲ୍ଲା ସଭାପତି ଭୋଗ ସିଂହ ମାଝୀ ଙ୍କ ଅଧ୍ୟକ୍ଷତାରେ ରେ ପଶ୍ଚିମ ଓଡିଶାର ଓ ଛତିଶଗଡ଼ ର ଖଡ଼ିଆ ସମାଜ ମୁଖ୍ୟ ସଦସ୍ୟ ଯୋଗଦେଇଥିଲେ।ସେମାନେ ହେଲେ ଝାରସୁଗୁଡ଼ା ଜିଲ୍ଲା ରୁ କଷ୍ଟ ବାଗେ,ସୁରୁ ଖଡ଼ିଆ,ରୁଚ଼ିଦା,ବରଗଡ଼ ରୁ ସୁଶୀଲ କୁମାର ମାଝୀ (ବରଗଡ଼,ସମ୍ବଲପୁର, ବଲାଙ୍ଗୀର,ନୂଆପଡ଼ା,ଖଡ଼ିଆ ସମାଜ ସଂଯୋଜକ) ରାୟଗଡ଼ ଛତିଶଗଡ଼ ରୁ ଭୋଗ ସିଂହ ମାଝୀ ( ଜିଲ୍ଲା ଅଧ୍ୟକ୍ଷ ରାୟଗଡ଼) ସୁଧିର ବାଗ,ସୁଜନ ଖଡ଼ିଆ,ରାୟଗଡ଼ିଆ ଖଡ଼ିଆ,ଜଗତରାମ ଖଡ଼ିଆ,କରମ୍ ସିଂ,ଘୁରାଉ ଖଡ଼ିଆ,ପରମାନନ୍ଦ କିଷାନ,ଅଙ୍ଗଦ କିଷାନ, ପ୍ରହଲ୍ଲାଦ ମାଝୀ, ଅମ୍ରିତଲାଲ ବାଗେ, ଗୋବର୍ଦ୍ଧନ କିଷାନ,ମୋହିତ ଖଡ଼ିଆ,ରାହୁଲ ବାଗେ,ଯୋଗିରାଜ ଖଡ଼ିଆ ପ୍ରମୁଖ ଯୋଗଦେଇଥିଲେ। ସର୍ବପ୍ରଥମ ନିଜ ଆରାଧ୍ୟ ଦେବତା ସୂର୍ଯ୍ୟ ଦେବ ଙ୍କୁ ଆହ୍ବାନ କରି ସଭା ଆରମ୍ଭ କରିଥିଲେ।ଏହି ସଭା ରେ ଖଡ଼ିଆ ସମାଜ ର ହଜିଯାଉଥିବା ସଂସ୍କୃତି,ପରମ୍ପରା,ଭାଷା କୁ ସଂପର୍କ ରେ ବିଶଦ ଭାବେ ଆଲୋକପାତ କରିଥିଲେ।ସମାଜ ଐତିହ୍ଯ ଓ ପରଂପରା କୁ ପାରମ୍ପରିକ ରୀତି ନୀତି ଅନୁସାରେ ସକ୍ରିୟ ରହିବାକୁ ସମସ୍ତ ଙ୍କୁ ଆହ୍ବାନ ଦେଇଥିଲେ।
Recent Comments