logo
add image
ବୌଦ୍ଧ ଜିଲ୍ଲା ପ୍ରଶାସନ ଏବଂ ମେରା ଯୁବ ଭାରତ ର ମିଳିତ ଅନୁକୁଲ୍ୟ ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ।

ବୌଦ୍ଧ ଜିଲ୍ଲା ପ୍ରଶାସନ ଏବଂ ମେରା ଯୁବ ଭାରତ ର ମିଳିତ ଅନୁକୁଲ୍ୟ ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ।

ବୌଦ୍ଧ,୩୧/୧୦/୨୦୨୪(ଆଧାର ମିଡ଼ିଆ)ଭାରତର ଲୌହ ମାନବ ସର୍ଦାର ବଲ୍ଳଭ ଭାଇ ପଟେଲଙ୍କ ପବିତ୍ର ଜନ୍ମତିଥି ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ମେରା ଯୁବା ଭାରତର ମିଳିତ ଆନୁକୂଲ୍ୟରେ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି lଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ରାଷ୍ଟ୍ରୀୟ ସଂହତି ଓ ଏକତା ପ୍ରସଙ୍ଗରେ ସମସ୍ତଙ୍କୁ ଅବଗତ କରାଇ ଶପଥ ପାଠ କରାଇଥିଲେ l ସମ୍ମାନିତ ଅତିଥି ଭାବେ ଉପ-ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା,ସହକାରୀ ଜିଲ୍ଲାପାଳ ଶରତ କୁମାର ମିଶ୍ର, ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ,ମିଶନ ଶକ୍ତି ର ଜିଲ୍ଲା ପ୍ରକଳ୍ପ ଅଧକାରୀ,ରଶ୍ମି ରଞ୍ଜନ ସେଠୀ,ନେହେରୁ ଯୁବ କେନ୍ଦ୍ର ଡିଜି ନୋମିନି ଦେବାଶିଷ ପୁରୋହିତ ପ୍ରମୁଖ ଯୋଗଦେଇ ରାଷ୍ଟ୍ରୀୟ ଏକତା ଦିବସ ଓ ସର୍ଦାର ବଲ୍ଲଭ  ଭାଇ ପଟେଲଙ୍କ ବୀରତ୍ୱ,ସାହାସିକତା,ଏକତା,ପ୍ରତିଜ୍ଞlବଦ୍ଧତା, ତାଙ୍କର ଦୁରଦୃଷ୍ଟି ଓ ଜୀବନୀ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ମେରା ଭାରତର ର ଜ଼ିଲ୍ଲା ସଂଯୋଜକ ଆସମାନ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଶପଥ ପାଠ  ସଭାରେ  ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ  ଲୋଚନ  ପୃଷ୍ଟି, ଜ଼ିଲ୍ଲା ପଂଚାୟତ  ଅଧିକାରୀ  ମନୋରଞ୍ଜନ ମହାନ୍ତି, ଜ଼ିଲ୍ଲା ସଂସ୍କୃତି ଅଧିକାରୀ  ଭଗବାନ ଯାନୀ, ନେହେରୁ ଯୁବ କେନ୍ଦ୍ର ର ସ୍ବେଛାସେବୀ ସୁଧୀର  ଦୀପ,ବହୁ ରେଭିନ୍ୟୁ ଇନସ୍ପେକ୍ଟର,ବରିଷ୍ଠ ରାଜସ୍ୱ ସହାୟକ,କନିଷ୍ଠ ରାଜସ୍ବ ସହାୟକ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ l

Recent Comments

Leave Comments

Top