logo
add image
ଧୁମ୍ ଧାମରେ ପାଳିତ ହେଲା ସାର୍ବଜନୀନ ଶ୍ୟାମାକାଳୀଙ୍କ ପୂଜା।

ଧୁମ୍ ଧାମରେ ପାଳିତ ହେଲା ସାର୍ବଜନୀନ ଶ୍ୟାମାକାଳୀଙ୍କ ପୂଜା।

ଖୋର୍ଦ୍ଧା,୨/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ରେ ବଡ଼ ଧୁମ୍ ଧାମରେ ପାଳିତ ହୋଇଯାଇଅଛି ସାର୍ବଜନୀନ ମା ଶ୍ୟାମାକାଳୀ ଙ୍କ ପୂଜା।ସେହିପରି ବୋଲଗଡ଼ ବ୍ଲକ୍ ବଡ଼କୁମାରି ଗ୍ରାମ ପଞ୍ଚାୟତର ବହୁ ଜନଗହଳି ପୂର୍ଣ୍ଣ ରାଜ ସୁନାଖଳା ତ୍ରିନାଥ ବଜାର ପକ୍ଷରୁ ବହୁ ବର୍ଷ ଧରି ଆୟୋଜିତ ହେଉଥିବା ମା ଶ୍ୟାମାକାଳୀ ଙ୍କ ପୂଜା ଚଳିତ ବହୁ ଧୁମ୍ ଧାମରେ ପାଳିତ ହୋଇଛି।ବଜାର ବଣିକ ସଂଘର ସଭାପତି ସୁନିଲ କୁମାର ବେହେରାଙ୍କ ନେତୃତ୍ବରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ସେହିପରି ବଣିକ ସଂଘର ଉପସଭାପତି ବିରୁପକ୍ଷ ମହାପାତ୍ର,ସମ୍ପାଦକ ନିରଞ୍ଜନ ପ୍ରଧାନ ,ସହ ସମ୍ପାଦକ ସୁଧିରଞ୍ଜନ ତ୍ରିପାଠୀ ପ୍ରମୁଖ ସମସ୍ତ ବଣିକ ସଂଘର କାର୍ଯ୍ୟକର୍ତ୍ତା ମାନେ ଏହି ପୂଜାକୁ ମହା ଆଡ଼ମ୍ବରରେ ପାଳନ କରିଥିଲେ ।ସେହିପରି ବୋଲଗଡ଼ ସଦର ପଂଚାୟତ ଗଡ଼ଭିତର ଗଡ଼ଦ୍ଵାର ଗଣେଶ ବଜାରସ୍ଥିତ କାଳୀପୂଜା ମଣ୍ଡପରେ ସାର୍ବଜନୀନ ୩୨ତମ ଶ୍ୟାମାକାଳୀ ପୂଜାତ୍ସଵ ମହାସମାରୋହରେ ପାଳିତ ହେଉଅଛି।ଏହି ଅବସରରେ ପାରମ୍ପରିକ ଶ୍ୟାମାକାଳୀଙ୍କ ପୂଜା ବିଧିର ପର୍ବ ଗୁରୁବାର ମଧ୍ୟ ରାତ୍ରିରୁ ଆରମ୍ଭ ହୋଇଛି।ଏହି ଅବସରରେ ନିଶାର୍ଦ୍ଧରେ ମା'ଙ୍କ ପୂଜାନୀତି ଚଣ୍ଡି ଗୁଣି ବିଦ୍ୟାଦି ବ୍ରାହ୍ମଣ ପଣ୍ଡିତ ପୂଜାପାଠ କରିଥିଲେ।ପରେ ମା'ଙ୍କ ନିକଟରେ ପୂଜା ପୁଷ୍ପାଞ୍ଜଳି କାର୍ଯ୍ୟ ସମାପନ କରାଯାଇ ଥିଲା।ସେହିପରି ଶୁକ୍ରବାର ସନ୍ଧ୍ୟାରେ ମା'ଙ୍କ ପୂଜା ପୀଠରେ ଭଗବତ ମଣ୍ଡଳୀଭଜନମାଳା ଓ ଶନିବାର ଭୁବନେଶ୍ୱର ଡାନ୍ସ ଡାନ୍ସ ଗ୍ରୁପ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରବିବାର ମା'ଙ୍କ ଭାଷାଣି ଉତ୍ସବ ପାଳିତ ହେବ ବୋଲି କାଳୀପୂଜା କମିଟି ପକ୍ଷରୁ ସୂଚନା ମିଳିଛି।ତେବେ ମା'ଙ୍କର ଏହି ପୂଜା ଦର୍ଶନ କରିବାକୁ ଆଖପାଖ ଅଂଚଳର ବହୁ ଭକ୍ତଙ୍କର ଆଗମନ ହୋଇଥିଲା।ଭକ୍ତମାନେ ମା'ଙ୍କୁ ଦର୍ଶନ କରି କରୁଣା ଲାଭ କରିଥିଲେ।

Recent Comments

Leave Comments

Top