ରାୟଗଡା/ଗୁଣୁପୁର,୫/୧୧/୨୦୨୪(ଆଧାର ମିଡ଼ିଆ)ସର୍ପ ଦେବତାଙ୍କ ଆଶୀର୍ବାଦ ଲାଭ ପାଇଁ କାର୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ଏହି ପୂଜାକୁ ପାଳନ କରାଯାଏ l ଆଜି ଗୁଣୁପୁର ପୌରପାଳିକାର ବିଭିନ୍ନ ଅଂଚଳରେ ଏହି ଅବସରରେ ନାଗ ଦେବତାଙ୍କୁ ଭକ୍ତ ମାନେ ପୂଜା କରିଛନ୍ତି l ବିଶେଷ କରି ତେଲୁଗୁ ସାମ୍ପ୍ରଦାୟର ଲୋକ ମାନେ ଏହି ପୂଜା କୁ ଅତ୍ୟନ୍ତ ଭକ୍ତି ର ସହ ପାଳନ କରନ୍ତି lଏହି ଦିନ ନାଗ ଦେବତାକୁ ସନ୍ତୁଷ୍ଟ କରିବା ପାଇଁ ହୁଙ୍କା ବା ବିଳା ନିକଟକୁ ଯାଇ ଭକ୍ତ ମାନେ କ୍ଷୀର ଓ ଅଣ୍ଡା ହୁଙ୍କା ରେ ଢାଳନ୍ତି l ସମସ୍ତ ଦୁଃଖ କଷ୍ଟ, ଅନିଷ୍ଟ ଓ ନାଗ ଦେବତାଙ୍କ କ୍ରୋଧରୁ ମୁକ୍ତି ପାଇବା ପାଇଁ ଏହି ପୂଜା କରାଯାଏ ବୋଲି ଭକ୍ତ ମାନେ ପ୍ରକାଶ କରିଛନ୍ତି l ଆଜିର ଏହି ତିଥିରେ ମନ୍ଦିର ମାନଙ୍କରେ ମଧ୍ୟ ଭକ୍ତ ମାନେ ପୂଜାର୍ଚନା କରିବାର ଦେଖିବାକୁ ମିଳିଥିଲା l
Recent Comments