logo
add image
କାର୍ତ୍ତିକ ମାସରେ ନୂଆ ନୂଆ ବେଶରେ ପୁଜା ପାଉଛନ୍ତି ବାବା ନୀଳକଣ୍ଠେଶ୍ଵର।

କାର୍ତ୍ତିକ ମାସରେ ନୂଆ ନୂଆ ବେଶରେ ପୁଜା ପାଉଛନ୍ତି ବାବା ନୀଳକଣ୍ଠେଶ୍ଵର।

ଖୋର୍ଦ୍ଧା,୫/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ )କାର୍ତିକ ମାସ ଏକ ପୁଣ୍ୟ ମାସ ଓଡ଼ିଶାର ପରମ୍ପରା ଅନୁଯାୟୀ ଓଡ଼ିଆ ଲୋକଙ୍କ ବିଶ୍ୱାସ ଭାଜନ କରୁଛନ୍ତି ।ପାରମ୍ପରିକ ରୀତିରେ ପ୍ରତିବର୍ଷ ଭଳି ବାବା ନିଲାଣ୍ଠେଶ୍ୱର ନୂଆ ନୂଆ ବେଶରେ ପୂଜା ପାଇ ଆସୁଛନ୍ତି।ପ୍ରଥମ ସୋମବାର ରେ ଗଜାନନ ବେଶ ଦ୍ଵିତୀୟ ସୋମବାରରେ ନାଗେଶ୍ଵର ବେଶ ତୃତୀୟ ସୋମବାରରେ ଜଗନ୍ନାଥ ବେଶରେ ସୁସଜ୍ଜିତ ହୋଇ ପୂଜା ପାଉଛନ୍ତି ବାବା ନୀଳକଣ୍ଠେଶ୍ଵର।ସେହିପରି ଆସନ୍ତା ସୋମରରେ ବଳଭଦ୍ର ବେଶ ଓ ପଞ୍ଚୁକ ୫ଦିନରେ ନୃସିଂହ,କାଳୀ,ହନୁମାନ, ମହାକଳ ଓ କାଳ ଭୈରବୀ ବେଶରେ ପୁଜପାଇ ବାବା ନୀଳକଣ୍ଠେଶ୍ଵର ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ। କାର୍ତିକ ମାସ ଚାଲିଥିବା ହେତୁ ବାବା ନୀଳକଣ୍ଠେଶ୍ଵର ପ୍ରତେକ ସୋମବାର ଦିନ ବିଭିନ୍ନ ବେଶରେ ସୁସଜିତହୋଇ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି।ସକାଳୁ ମାଳି ମହାପାତ୍ରେ ଠାକୁର ଙ୍କୁ ସ୍ନାନ କରି ଏହି ବେଶରେ ସଜିତ କରିଥାନ୍ତି।କାର୍ତିକ ବ୍ରତ ଧାରୀ ଭକ୍ତ ମାନେ ଆସି ବହୁସଂଖ୍ୟା ରେ ଠାକୁର ଙ୍କୁ ଦର୍ଶନ କରି କୃପା ଲାଭ କରନ୍ତି।କାହିଁ କୋଉ କାଳରୁ ଏହି ପରମ୍ପରା ରୀତିନୀତି ଚାଲି ଆସୁ ଅଛି।ଏହି ପ୍ରଥାକୁ ପୂଜକମାନେ ଆଜି ପର୍ଯ୍ୟନ୍ତ ପରମ୍ପରାକୁ ବଜାୟ ରଖିଛନ୍ତି। କାର୍ତିକ ମାସରେ ଉପବାସ କରି ଶିବଙ୍କୁ ଦର୍ଶନ କଲେ ଭକ୍ତଙ୍କ ମନସ୍କାମନା ପୁର୍ଣ ହୁଏ ବୋଲି ପୂଜକ ରାକେଶ ରୋଶନ ମହାପାତ୍ର କୁହନ୍ତି।

Recent Comments

Leave Comments

Top