ପିପିଲି,୭/୧୧/୨୦୨୪(ଆଧାର ମିଡ଼ିଆ)ପିପିଲି ବ୍ଲକ ଅଧିନ ରୂପଦେଇପୁର ପଞ୍ଚାୟତ ନାହାମଙ୍ଗ ପାଟଣା ଗ୍ରାମରେ ଚଳିତ ମାସ ୧୫ ଓ ୧୬ତାରିଖରେ ଆରମ୍ଭ ହେବାକୁ ଯାଉଛି ଦଶ ତମ ବୋଇତ ବନ୍ଦାଣ ଉତ୍ସବ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେବାର ଅଛନ୍ତି ଓଡ଼ିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଶ୍ରୀ ପଟ୍ଟନାୟକ ଉକ୍ତ ଉତ୍ସବରେ ଯୋଗ ଦେବା ପାଇଁ ଭାର୍ଗବୀ ୟୁଥ କ୍ଲବ ସଭାପତି ସମ୍ପାଦକ ଓ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ପୂର୍ବତ୍ତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ ପିପିଲି ବ୍ଲକ ଚ୍ୟାର ମ୍ୟାନ ଦେବସ୍ୱିନୀ ନନ୍ଦ ଭାଇସ ଚ୍ୟାରମ୍ୟାନ ପ୍ରଫୁଲ୍ଲ କୁମାର ସ୍ୱାଇଁ. ସମେତ ଅନ୍ୟ ନେତୃତ୍ୱ ମାନେ ନବୀନ ନିବାସ ଠାରେ ପହଞ୍ଚି ନିମନ୍ତ୍ରିତ କରି ଥିବା ଜାଣିବାକୁ ମିଳି ଅଛି।ସେହି ଭଳି ଉକ୍ତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେବାକୁ ଥିବା ବେଳେ ମେଗାଷ୍ଟର ବର୍ଷା ପ୍ରିୟଦର୍ଶିନୀ,ଓଡିଶୀ,ଛଉ,ପାଇକଆଖଡ଼ା।ସମ୍ବଲପୁରୀ ଭଳି କାର୍ଯ୍ୟକ୍ରମ ରହି ଥିବା ବେଳେ ଉଦଯାପନୀ ଦିବସରେ ଓଲିଉଡ଼ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ।ପ୍ରଦୀପ ପଲେଇ ସହିତ ସୁର ତରଙ୍ଗ ଭୁବନେଶ୍ୱର. ଓଡିଶା ଆୟୋଜନ କରାଯାଇଛି।
Recent Comments